ଓଡିଶା

odisha

ETV Bharat / state

୬୬୨ କଲେଜରେ ତାଲା, ପାଠପଢା ଠପ୍; ରାଜରାସ୍ତାରେ ଅଧ୍ୟାପକ

662 Category Teachers Association Protest: ରାଜରାସ୍ତାକୁ ଓହ୍ଲାଇଲେ ଅଧ୍ୟାପକ ଓ କର୍ମଚାରୀ । ୬୬୨ ବର୍ଗ କଲେଜ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ସରକାରଙ୍କୁ ଚେତାବନୀ ଦିଆଯାଇଛି । ଅଧିକ ପଢନ୍ତୁ

By ETV Bharat Odisha Team

Published : Feb 5, 2024, 5:37 PM IST

୬୬୨ ବର୍ଗ କଲେଜ ସଂଘ
୬୬୨ ବର୍ଗ କଲେଜ ସଂଘ

୬୬୨ କଲେଜରେ ତାଲା, ପାଠପଢା ଠପ୍

ଭୁବନେଶ୍ୱର: ରାଜରାସ୍ତାକୁ ଓହ୍ଲାଇଲେ ୬୬୨ ବର୍ଗ କଲେଜ ସଂଘ । ୬୬୨ କଲେଜରେ ତାଲା ସାଙ୍ଗକୁ ପାଠପଢା ଠପ୍ । ଦୀର୍ଘ ୩୫୮ ଦିନ ଧରି ରାଜରାସ୍ତାରେ ଅହୋରାତ୍ର ଆନ୍ଦୋଳନ କରି ଆସୁଥିଲେ ମଧ୍ୟ ସରକାର କୌଣସି ଦାବିକୁ କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛି ସଂଘ । ଅନ୍ୟପଟେ ଦୁଇ ଦିନ ମଧ୍ୟରେ ଦାବି ପୂରଣ ନହେଲେ ଆଗାମୀ ଦିନରେ ପାଠପଢା ସମ୍ପୁର୍ଣ୍ଣ ଠପ ହେବା ସହିତ ଯୁକ୍ତ ଦୁଇ ପରୀକ୍ଷାରେ ସହଯୋଗ କରିବା ନାହିଁ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

ଏନେଇ ୬୬୨ ଅନୁଦାନପ୍ରାପ୍ତ ବେସରକାରୀ ଅଧ୍ୟାପକ ସଂଘର ସଭାପତି କହିଛନ୍ତି, "ରାଜରାସ୍ତାରେ ୬୬୨ ବର୍ଗ କଲେଜ ଅଧ୍ୟାପକ ସଂଘ । ହଜାର ହଜାର ସଂଖ୍ୟାରେ ଅଧ୍ୟାପକ କର୍ମଚାରୀମାନେ ଦୀର୍ଘ ୩୫୮ ଦିନ ହେବ ରାଜରାସ୍ତାରେ ଅହୋରାତ୍ର ଆନ୍ଦୋଳନ କରି ଆସୁଛନ୍ତି । ତେବେ ଏପର୍ଯ୍ୟନ୍ତ ଗୋଟିଏ ବି ଦାବି ପୂରଣ କରିନାହାନ୍ତି ସରକାର । ସରକାରଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ ବିଗତ ଦିନରେ ୬ ଥର ମହାସମାବେଶ କରାଯାଇଥିଲେ ମଧ୍ୟ ଫଳ ଶୂନ ରହିଛି । ଦୀର୍ଘ ଏକ ବର୍ଷ ହେବ ସଂଘ ନାର୍ଯ୍ୟ ଦାବି ସମାନ କାମକୁ ସମାନ ଗ୍ରେଡ ପେ ଆଧାରରେ ଦରମା ପ୍ରଦାନ, ଏହି ବର୍ଗର କର୍ମଚାରୀମାନଙ୍କୁ ଚାକିରିରେ ଯୋଗଦାନକୁ ଭିତ୍ତିକରି ପେନସନ ପ୍ରଦାନ କରିବା, ଉପକୃତ କର୍ମଚାରୀମାନଙ୍କୁ ସପ୍ତମ ବେତନ କମିଶନ ଆଧାରରେ ଦରମା ପ୍ରଦାନ ଓ ବାଦ୍ ପଢିଥିବା କର୍ମଚାରୀମାନଙ୍କୁ ଅନୁଦାନ ପରିସରଭୁକ୍ତ କରାଯାଉ ।"

ଏପରିକି ୪୨୦୦ ଗ୍ରେଡ ପେ ପାଉଥିବା କର୍ମଚାରୀମାନଙ୍କଠାରୁ ୪୬୦୦ ଗ୍ରେଡ ପେ କର୍ମଚାରୀମାନଙ୍କୁ କମ୍ ଦରମା ଦିଆଯାଇଛି । ଅଧିକାଂଶ କର୍ମଚାରୀ ଏହା ମଧ୍ୟରେ ଅବସର ନେଇଥିବା ବେଳେ ସେମାନଙ୍କୁ ପେନସନ୍‌ ପରିସରଭୁକ୍ତ ନକରିବା ଯୋଗୁଁ ହତାଶରେ କାଳାତିପାତ କରୁଛନ୍ତି । ସାଧାରଣ ମଣିଷଟିଏ ପାଇଁ ସାମାଜିକ ସୁରକ୍ଷା କଥା ଚିନ୍ତା କରୁଥିବା ସରକାର ଦୀର୍ଘ ୩୦ ବର୍ଷରୁ ଅଧିକ ବର୍ଷ ହେଲା କାର୍ଯ୍ୟ କରୁଥିବା ଅଧ୍ୟାପକ କର୍ମଚାରୀମାନଙ୍କୁ ଅଣଦେଖା କରି ଆସୁଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ:୨୬ରୁ ସମସ୍ତ କଲେଜରେ ତାଲା, ଆନ୍ଦୋଳନକୁ ଓହ୍ଲାଇବ ୬୬୨ ବର୍ଗ କଲେଜ ସଂଘ


ସଂଘର କହିବା ମୁତାବକ, ଧାରଣା ୩୫୮ ଦିନରେ ପହଞ୍ଚିଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରିନାହାଁନ୍ତି । ବାରମ୍ବାର ଆଲୋଚନା ଏବଂ ଅନ୍ତଃମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲେ ସୁଦ୍ଧା ଫଳ ଶୂନ ରହିଛି । ତେଣୁ ସରକାରଙ୍କ ଏଭଳି ମନମାନି ଗ୍ରହଣଯୋଗ୍ୟ ନୁହେଁ । ଆଜି ସାରା ରାଜ୍ୟର ଅନୁଦାନପ୍ରାପ୍ତ ବେସରକାରୀ କଲେଜ ବନ୍ଦ ରହିଛି ଏବଂ ଆଗକୁ ଫେବୃଆରୀ ୧୬ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବାକୁ ଥିବା ବେଳେ ୬୬୨ ଅଧ୍ୟାପକ ସଂଘ କୌଣସି ଭାବରେ ସହଯୋଗ କରିବ ନାହିଁ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ପାଠପଢା କ୍ଲାସ ବନ୍ଦ କରି ରାଜରାସ୍ତାରେ ଅଧ୍ୟାପକମାନେ ଆନ୍ଦୋଳନରେ ରହିବେ ବୋଲି ଚେତାବନୀ ଦେଇଛି ନିଖିଳ ଓଡ଼ିଶା ୬୬୨ ବେସରକାରୀ ଅଧ୍ୟାପକ କର୍ମଚାରୀ ସଙ୍ଘ ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details