ଓଡିଶା

odisha

ETV Bharat / state

ପଟ୍ଟାଙ୍ଗିରେ ଭୋଟ ମାଗିଲେ ପାଣ୍ଡିଆନ, ଧର୍ମେନ୍ଦ୍ରଙ୍କୁ କଲେ ଟାର୍ଗେଟ୍ - pandian visits Pottangi - PANDIAN VISITS POTTANGI

PANDIAN VISITS POTTANGI: ପଟ୍ଟାଙ୍ଗି ଓ ଲକ୍ଷ୍ମୀପୁର ବିଧାନସଭା ଆସନରେ ବିଜେଡିର ପ୍ରଚାର ଆରମ୍ଭ କଲେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଯୋଡ଼ି ଶଙ୍ଖ ପାଇଁ ମାଗିଲେ ଭୋଟ । ଅଧିକ ପଢନ୍ତୁ

ଦିନିକିଆ କୋରାପୁଟ ଗସ୍ତରେ ପାଣ୍ଡିଆନ, ଧର୍ମେନ୍ଦ୍ରଙ୍କୁ କଲେ ଟାର୍ଗେଟ୍
ଦିନିକିଆ କୋରାପୁଟ ଗସ୍ତରେ ପାଣ୍ଡିଆନ, ଧର୍ମେନ୍ଦ୍ରଙ୍କୁ କଲେ ଟାର୍ଗେଟ୍

By ETV Bharat Odisha Team

Published : Apr 25, 2024, 10:53 PM IST

ଦିନିକିଆ କୋରାପୁଟ ଗସ୍ତରେ ପାଣ୍ଡିଆନ, ଧର୍ମେନ୍ଦ୍ରଙ୍କୁ କଲେ ଟାର୍ଗେଟ୍

କୋରାପୁଟ:ଦିନିକିଆ କୋରାପୁଟ ଜିଲ୍ଲାଗସ୍ତରେ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ପଟ୍ଟାଙ୍ଗି ଓ ଲକ୍ଷ୍ମୀପୁର ବିଧାନସଭା ମଣ୍ଡଳୀରେ ଆରମ୍ଭ କଲେ ବିଜେଡିର ପ୍ରଚାର । ସ୍ୱତନ୍ତ୍ର ବିମାନ ଯୋଗେ ଜୟପୁର ବିମାନ ବନ୍ଦରରେ ପହଞ୍ଚି ସେଠାରୁ ହେଲିକ୍ୟାପ୍ଟର ଯୋଗେ ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀର ଦଳେଇପୁଟ ଅନ୍ତର୍ଗତ ବାଙ୍ଗୁରଗୁଡା ଠାରେ ପହଞ୍ଚି ସାଧାରଣ ସଭାରେ ଯୋଗ ଦେଇଛନ୍ତି । ହେଲିପ୍ୟାଡ଼ ଠାରୁ ଦଳୀୟ କର୍ମୀମାନେ ପାଣ୍ଡିଆନଙ୍କୁ ପାଛୋଟି ନେଇଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ବିଷୟରେ କହିବା ସହିତ ପଟ୍ଟାଙ୍ଗିରେ ଅନେକ ଉନ୍ନତି ମୂଳକ କାର୍ଯ୍ୟ କରାଯାଇଛି ବୋଲି ସେ କହିଥିଲେ । ରାସ୍ତାଘାଟ, ପାନୀୟ ଜଳ, ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ପର୍ଯ୍ୟଟନ ସ୍ଥଳୀ ଉପରେ ଅଧିକ ଧ୍ୟାନ ଦିଆ ଯାଇଛି ବୋଲି କହିଥିଲେ ।

ଏହି ଅବସରରେ ପାଣ୍ଡିଆନ କହିଛନ୍ତି ଯେ, ସାଢେ ଚାରି କୋଟି ଓଡ଼ିଆ ହେଉଛି ତାଙ୍କ ପରିବାର । ବିଜେଡି ସରକାର ସାଧାରଣ ଜନତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସମସ୍ତ ଉନ୍ନତି ମୂଳକ କାର୍ଯ୍ୟ କରାଯାଉଛି । ଅଭିଭକ୍ତ କୋରାପୁଟ ଜିଲ୍ଲାରେ ଜନଜାତି ଭାଇ ଓ ଭଉଣୀ ମାନଙ୍କର ଉନ୍ନତି ପାଇଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରାଯାଇଛି । ଛାତ୍ରଛାତ୍ରୀ ମାନେ ଏବେ ସ୍ମାର୍ଟ କ୍ଲାସରେ ପାଠ ପଢ଼ିବାର ସୁଯୋଗ ପାଇଛନ୍ତି । ଛାତ୍ରଛାତ୍ରୀଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ ନିମନ୍ତେ ବିଦ୍ୟାଳୟକୁ ୫ଟିରେ ରୂପାନ୍ତିକରଣ କରାଯାଇଛି । ଏସଏଚଜି ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଅନେକ ଯୋଜନା କରିଛନ୍ତି । ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଯୋଗାଇ ଦିଆ ଯାଉଛି । ମମତା ଯୋଜନାରେ ଗର୍ଭବତୀ ମାଆ ମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆ ଯାଉଛି ।

ଏହାସହ ଚାଷୀଙ୍କ ପାଇଁ ମଧ୍ୟ ଅନେକ ସ୍କିମ କରାଯାଇଛି । ପ୍ରତି ପଞ୍ଚାୟତରୁ ବ୍ଲକକୁ ସୁବିଧାରେ ଯାତାୟତ କରିବା ପାଇଁ ଲକ୍ଷ୍ମୀ ବସର ସୁବିଧା କରାଯାଇଛି । ମହିଳା 5 ଟଙ୍କାରେ ଯାତାୟତ କରି ପାରୁଛନ୍ତି । ସେପଟେ ବିଜୁ ସ୍ୱାସ୍ଥ୍ୟ କାର୍ଡକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପାଣ୍ଡିଆନ ଟାର୍ଗେଟ କରିଥିଲେ । କିଛି ବିରୋଧୀ ଦଳର ନେତାମାନେ କହୁଛନ୍ତି ଏ ଯୋଜନା ଭଲ ନୁହେଁ ବୋଲି କହୁଥିବା ବେଳେ ବିରୋଧୀ ଦଳର ଜଣେ କେନ୍ଦ୍ରମନ୍ତ୍ରୀ ଅଛନ୍ତି ସେ ସବୁ ଜାଗାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ କାହିଁକି କରାଯାଇଛି ସେ କାର୍ଡ ଭଲ ନୁହେଁ ବୋଲି କହୁଥିବା ଭିକେ ପାଣ୍ଡିଆନ ତାତ୍ସଲ୍ୟ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ ....ଦେବଗଡ଼ର ସର୍ବାଙ୍ଗୀନ ବିକାଶ ପାଇଁ ବିଜେଡି ପ୍ରତିଶ୍ରୁତିବଦ୍ଧ: ପ୍ରଣବ ପ୍ରକାଶ - Lok Sabha Election 2024

ସେହିପରି ଯୋଡ଼ି ଶଙ୍ଖରେ ଭୋଟ ଦେଇ ବିଜେଡ଼ିକୁ ଜୟଯୁକ୍ତ କରିବା ପାଇଁ ସେ ଅନୁରୋଧ କରିଥିଲେ । ଗୋଟେ ଶଙ୍ଖ ସାଂସଦ ପ୍ରାର୍ଥୀ କୌଶଲ୍ୟା ହିକକା ଓ ଆଉ ଗୋଟେ ଶଙ୍ଖ ବିଧାୟକ ପ୍ରାର୍ଥୀ ପ୍ରଫୁଲ୍ଲ ପାଙ୍ଗୀଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ପଟ୍ଟାଙ୍ଗି ନିର୍ବାଚନରେ ୯୦ଶତକଡା ଭୋଟ ମତଦାନ କରିବା ପାଇଁ ପାଣ୍ଡିଆନ ଅନୁରୋଧ କରିଛନ୍ତି । ପଟ୍ଟାଙ୍ଗି ନିର୍ବାଚନ ମଣ୍ଡଳୀରୁ ସାଧାରଣ ସଭା ଶେଷ କରି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ଦଶମନ୍ତପୁର ଗସ୍ତ କରି ସେଠାରେ ସାଧାରଣ ସଭାରେ ଯୋଗ ଦେଇଥିଲେ ଭିକେ ପାଣ୍ଡିଆନ ।

ଇଟିଭି ଭାରତ,କୋରାପୁଟ

ABOUT THE AUTHOR

...view details