ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ମହତ୍ୱକାଂକ୍ଷୀ କାର୍ଯ୍ୟକ୍ରମ ନବୀନ ଓଡ଼ିଶା ମ୍ୟାଜିକ କାର୍ଡ଼ ପ୍ରଣୟନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ମ୍ୟାଜିକ କାର୍ଡ଼କୁ ଅଧିକ ଉପାଦେୟ କରିବା ଲାଗି 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ଜନସାଧାରଣଙ୍କ ମତାମତ ଲୋଡ଼ିଛନ୍ତି । ଏହି କାର୍ଡ଼ ଯୁବବର୍ଗଙ୍କ ଆଶା ଆକାଂକ୍ଷା ପୂରଣ କରିବାରେ ସହାୟକ ହେବ ସେ କହିଛନ୍ତି । 5T ଅଧ୍ୟକ୍ଷ ପାଣ୍ଡିଆନ ମଙ୍ଗଳବାର ଏକ ଭିଡ଼ିଓ ବାର୍ତ୍ତା ଜାରି କରି ଏହା ମାଧ୍ୟମରେ ସେ ଓଡ଼ିଶାର ଜନସାଧାରଣଙ୍କୁ ନବୀନ ଓଡ଼ିଶା ମ୍ୟାଜିକ କାର୍ଡ଼କୁ ନେଇ ସେମାନଙ୍କ ସୁଚିନ୍ତିତ ମତାମତ ଦେବାକୁ ଅନୁରୋଧ କରିଛନ୍ତି ।
ନବୀନ ଓଡ଼ିଶା ମ୍ୟାଜିକ କାର୍ଡ ପ୍ରଣୟନ ପାଇଁ ପ୍ରକ୍ରିୟା ଆରମ୍ଭ; ମତାମତ ଲୋଡିଲେ 5T ଅଧ୍ୟକ୍ଷ - Nabin Odisha Magic Card - NABIN ODISHA MAGIC CARD
Pandian Seeks Suggestions On Nabin Odisha Magic Card: ନବୀନ ଓଡ଼ିଶା ମ୍ୟାଜିକ କାର୍ଡକୁ ଅଧିକ ଉପାଦେୟ କରିବା ପାଇଁ ଜନସାଧାରଣଙ୍କ ମତାମତ ଲୋଡ଼ିଲେ 5T ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଅଧିକ ପଢନ୍ତୁ
Published : Apr 3, 2024, 7:44 AM IST
ପାଣ୍ଡିଆନ କହିଛନ୍ତି ଯେ, ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ଓଡ଼ିଶା ମ୍ୟାଜିକ କାର୍ଡ଼ ଘୋଷଣା କରିଛନ୍ତି । ଛାତ୍ରଛାତ୍ରୀଙ୍କ ଲାଗି ବିଭିନ୍ନ ପ୍ରକାର ବ୍ୟବସ୍ଥା କରିବା ଲାଗି ସେ ଯୋଜନା ରଖିଛନ୍ତି । ନବୀନ ଓଡ଼ିଶା ମ୍ୟାଜିକ କାର୍ଡ଼କୁ ଅଧିକ ଉପାଦେୟ କରିବା ଲାଗି ଜନସାଧାରଣ ଅଧିକ ମତାମତ ଦିଅନ୍ତୁ । ଏହି କାର୍ଡରେ ଆଉ କ'ଣ କ'ଣ ସୁବିଧା ଦରକାର ବୋଲି ଜଣାନ୍ତୁ । ଯାହାଦ୍ୱାରା ଛାତ୍ରଛାତ୍ରୀଙ୍କର ବ୍ୟକ୍ତିତ୍ବର ଉନ୍ନତି ହୋଇପାରିବ ।
ଏହା ମଧ୍ୟ ପଢନ୍ତୁ: ଆଜିଠୁ 'ନବୀନ ଓଡ଼ିଶା ମ୍ୟାଜିକ କାର୍ଡ' ପଞ୍ଜିକରଣ; କେମିତି କରିବେ ଆବେଦନ, କ'ଣ ମିଳିବ ସୁବିଧା
ଆଗକୁ ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ଥିବାବେଳେ ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ-ଓ ବୃତ୍ତି ଘୋଷଣା ହୋଇଥିଲା । ଏହା ଓଡ଼ିଶା ସରକାରଙ୍କ ଏକ ଐତିହାସିକ ପଦକ୍ଷେପ ବୋଲି କୁହାଯାଉଛି । ଏହି ବୃତ୍ତି ପ୍ରଦାନ ପରେ ଓଡ଼ିଶାର ଯୁବକ ଯୁବତୀମାନଙ୍କ ମଧ୍ୟରେ ଏକ ବିଶେଷ ଉତ୍ସାହ ପରିଲକ୍ଷିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଯୁବକ ଯୁବତୀମାନଙ୍କ ପାଇଁ ନବୀନ ଓଡ଼ିଶା ମ୍ୟାଜିକ କାର୍ଡ଼ ପ୍ରଣୟନ କରିବାକୁ ଯାଉଛନ୍ତି । ଏହି କାର୍ଡ଼ ଜରିଆରେ ଓଡ଼ିଶାର ଛାତ୍ରଛାତ୍ରୀ ବିଭିନ୍ନ ପ୍ରକାରର ସୁବିଧା ପାଇପାରିବେ । ଛାତ୍ରଛାତ୍ରୀଙ୍କୁ ସେମାନଙ୍କ କ୍ୟାରିୟର ଗଢ଼ିବା ପାଇଁ ସହାୟକ ହେବ । ଏହା ସଙ୍ଗେ ସଙ୍ଗେ ଏହି କାର୍ଡ଼ ସେମାନଙ୍କୁ ସ୍ୱାବଲମ୍ବୀ କରିବାରେ ସହାୟକ ହେବ । ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବାରେ ମଧ୍ୟ ସହାୟକ ହେବ ।
ଏହି କାର୍ଡ଼ର ଉପାଦେୟତାକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ତେଣୁ ଓଡ଼ିଶାର ଜନସାଧାରଣଙ୍କୁ ମଧ୍ୟ ସେମାନଙ୍କ ମତାମତ ଦେବା ପାଇଁ 5T ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ ସୋସିଆଲ ମିଡ଼ିଆରେ ଅନୁରୋଧ କରିଛନ୍ତି । ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ପ୍ରସାରିତ ହେବା ପରେ ମ୍ୟାଜିକ କାର୍ଡ଼କୁ ନେଇ ଯୁବବର୍ଗଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଅନେକ ଯୁବବର୍ଗ ଏହି କାର୍ଡ଼ ବ୍ୟବସ୍ଥାକୁ ନେଇ ନିଜର ମତାମତ ପ୍ରଦାନ କରିଛନ୍ତି ।