ଢେଙ୍କାନାଳ:ଆଜି ଢେଙ୍କାନାଳ ଗସ୍ତରେ ଯାଇଥିଲେ ରାଜ୍ୟ ୫ଟି ତଥା ନୂତନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ । ଢେଙ୍କାନାଳ ସହରର ମହିଷାପାଟ ସ୍ଥିତ ପଲ୍ଲୀଶ୍ରୀ ପଡ଼ିଆରେ ଆୟୋଜିତ ନୂଆ ଓ କାର୍ଯ୍ୟକ୍ରମରେ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଛନ୍ତି ୫ଟି ଅଧ୍ୟକ୍ଷ । ଏହି ଅବସରରେ ଛାତ୍ରଛାତ୍ରୀଙ୍କୁ ସଫଳତାର ମନ୍ତ୍ର ଦେଇଛନ୍ତି ଭିକେ ପାଣ୍ଡିଆନ । ସୋସିଆଲ ମିଡିଆ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଏକାଗ୍ରତା ଉପରେ ପ୍ରଭାବ ପକାଉଥିବାରୁ ଏହା ଠାରୁ ଦୂରରେ ରହିବାକୁ ଛାତ୍ରଛତ୍ରୀଙ୍କୁ ଆହ୍ୱାନ ଦେଇଥିଲେ ।
ଏହି ଅବସରରେ ଢେଙ୍କାନାଳ ଜିଲ୍ଲା ଏକ ଶାନ୍ତିପ୍ରିୟ ଜିଲ୍ଲା । ଏହାର ଲୋକମାନେ ବେଶ ଭଲ ଓ ଶୃଙ୍ଖଳିତ ବୋଲି କହିଥିଲେ ସେ । ତେବେ ସରକାରୀ ସ୍କୁଲରେ ପାଠ ପଢ଼ି ଏହି ଜିଲ୍ଲାରୁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା, ପଦ୍ମଶ୍ରୀ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର, କଳ୍ପନା ଦାସ, ଆଇପିଏସ ଅନୁପ ସାହି ଆଦି ନିଜର ଏକାଗ୍ରତା ଓ ପରିଶ୍ରମ ବଳରେ କିପରି ଆଜି ସଫଳତା ହାସଲ କରିଛନ୍ତି ବୋଲି ଉଦାହରଣ ଦେଇଥିଲେ । ଅପରପକ୍ଷରେ ଜୀବନର ସଫଳତା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଛଅ ସୁତ୍ରୀର ଏ ଉପଦେଶ ଦେଇଥିଲେ ।
ଏହା ମଧ୍ୟ ପଢନ୍ତୁ ....କେନ୍ଦୁଝରରେ 'ନୂଆ-ଓ' କାର୍ଯ୍ୟକ୍ରମ, ସଫଳତାର ମନ୍ତ୍ର ବାଣ୍ଟିଲେ ୫ଟି ଅଧ୍ୟକ୍ଷ
ଏହା ମଧ୍ୟ ପଢନ୍ତୁ ....ଗଜପତିରେ 'ନୂଆ-ଓ' କାର୍ଯ୍ୟକ୍ରମ, ସଫଳତାର ମନ୍ତ୍ର ବାଣ୍ଟିଲେ ୫ଟି ଅଧ୍ୟକ୍ଷ