ଓଡିଶା

odisha

ETV Bharat / state

ଦାଦନ ଖଟିବାକୁ ଯାଇ ତେଲେଙ୍ଗାନାରେ ଫସିଥିଲେ 45 ଶ୍ରମିକ, ଉଦ୍ଧାର କଲା ଶ୍ରମ ବିଭାଗ - Migrant labour rescued

Migrant labour rescued: ତେଲେଙ୍ଗାନା ରାଜ୍ୟରେ ଦାଦନ ଖଟୁଥିବା 45 ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ବଲାଙ୍ଗୀର ଜିଲ୍ଲା ଶ୍ରମ ବିଭାଗ । ସେମାନଙ୍କୁ ତାଙ୍କ ଗାଁକୁ ପଠାଇବା ସହିତ ସାହାଯ୍ୟ ରାଶି ଦେବାକୁ ପ୍ରତିଶ୍ରୁତି ଦିଆଯାଇଛି । ଅଧିକ ପଢ଼ନ୍ତୁ

By ETV Bharat Odisha Team

Published : Apr 26, 2024, 9:20 PM IST

Migrant labour rescued
Migrant labour rescued

Migrant labour rescued

ବଲାଙ୍ଗୀର: ଉଦ୍ଧାର ହେଲେ 45 ଦାଦନ ଶ୍ରମିକ । ବଲାଙ୍ଗୀର ଜିଲ୍ଲା ଶ୍ରମ ବିଭାଗ ଦ୍ୱାରା ବିଭିନ୍ନ ବ୍ଲକରର ଦାଦନ ଶ୍ରମିକଙ୍କୁ ବାହାର ରାଜ୍ୟରୁ ଉଦ୍ଧାର କରାଯାଇଛି । ଦୀର୍ଘ ଛ ମାସରୁ ଏମାନେ ବାହାର ରାଜ୍ୟରେ ବନ୍ଧକ ହୋଇ ରହିଥିଲେ । ତେବେ ସେଠାରେ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ସେମାନେ ଅଭିଯୋଗ କରିଛନ୍ତି । ପ୍ରଶାସନ ଅଭିଯୋଗ ପାଇବା ପରେ ସମସ୍ତଙ୍କୁ ଉଦ୍ଧାର କରିଛି । ସମସ୍ତଙ୍କୁ ତାଙ୍କ ଗାଁକୁ ପଠାଯାଇ ଥିବା ବେଳେ ନିୟମ ଅନୁସାରେ ସାହାଯ୍ୟ ରାଶି ଦେବାକୁ ପ୍ରତିଶୃତି ଦେଇଛି ଜିଲ୍ଲା ପ୍ରଶାସନ ।

ବଲାଙ୍ଗୀର ଦାଦନ ଦୁଃଖ ଆଜି ପର୍ଯ୍ୟନ୍ତ ପ୍ରଶମିତ ହୋଇ ପାରୁନାହିଁ । ଜିଲ୍ଲାର ଗରିବ ପେଟ ପାଟଣା ପାଇଁ ଦାଦନ ଖଟି ଯିବାକୁ ବାଧ୍ୟ ହେଉଛନ୍ତି । ତେବେ ଦୁଇବେଳା ଦୁଇ ମୁଠା ଖାଇବାକୁ ପାଇବା ପରିବର୍ତ୍ତେ ଅନେକ ନିର୍ଯାତନା ଓ ଶୋଷଣର ଶିକାର ହେବାକୁ ପଡ଼ୁଛି ତାଙ୍କୁ । ତେବେ ପ୍ରଶାସନ ଏଭଳି କିଛି ଅଭିଯୋଗ ଉପରେ ପଦକ୍ଷେପ ନେଇ ଦୀର୍ଘ ଛ ମାସରୁ ବାହାର ରାଜ୍ୟରେ ଦାଦନ ଖଟି ଯାଇ ବନ୍ଧକ ଥିବା 45 ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ବଲାଙ୍ଗୀର ଜିଲ୍ଲାର ବଲାଙ୍ଗୀର ଓ ଗୁଡ଼ଭେଳା ବ୍ଲକର ଆଠଟି ପରିବାର ପେଟ ପାଟଣା ପାଇଁ ସେମାନେ ତେଲେଙ୍ଗାନା ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ ।

ତେବେ ଦାଦନ ଠିକାଦାର ତାଙ୍କୁ ସେଠି ଚାଷ କାମରେ ନିୟୋଜିତ କରିବ ବୋଲି କହି ନେଇଥିଲା । ହେଲେ ସେଠି ସେମାନଙ୍କୁ ଇଟାଭାଟି ଓ ଅନ୍ୟାନ୍ୟ କାମରେ ନିୟୋଜିତ କରାଯାଇଥିଲା । ଯାହାକୁ ଏମାନେ ପ୍ରତିବାଦ କରିବାରୁ ତାଙ୍କୁ ନିସ୍ତୁକ ମାଡ଼ ମରା ଯାଉଥିବାର ଏମାନେ ଅଭିଯୋଗ କରିଥିଲେ । ଫୋନ ଯୋଗେ ବଲାଙ୍ଗୀର ଶ୍ରମ ବିଭାଗକୁ ସେମାନେ ଅଭିଯୋଗ କରିବା ପରେ ଶ୍ରମ ବିଭାଗ ତୁରନ୍ତ ପଦକ୍ଷେପ ନେଇ ସମସ୍ତଙ୍କୁ ଉଦ୍ଧାର କରି ସମସ୍ତଙ୍କୁ ତାଙ୍କ ନିଜ ଗାଁକୁ ପଠାଇଛି ।

ଏହା ମଧ୍ୟ ପଢ଼ନ୍ତୁ.. ଆନ୍ଧ୍ରରେ ବନ୍ଧକ ଅଛନ୍ତି ୧୮ ଦାଦନ ଶ୍ରମିକ, ଉଦ୍ଧାର ପାଇଁ ପ୍ରଶାସନକୁ ପରିବାରର ଗୁହାରି - Migrant Labourers Request To Rescue

ସେହିପରି ନିୟମ ପ୍ରାବଧାନ ଅନୁସାରେ ସେମାନଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଶ୍ରମ ବିଭାଗ ପ୍ରତିଶ୍ରୁତି ଦେଇଛି। ତେବେ ସେଠୁ ଉଦ୍ଧାର ହୋଇ ଆସିଥିବା ଦାଦନ ଶ୍ରମିକ ବିରେନ୍ଦ୍ର ନାୟକ ଓ ଗଜ ନାଗ କହିଛନ୍ତି ଯେ ସେମାନେ ଗତ ଦଶହରା ମାସରୁ ଦାଦନ ଖଟିବାକୁ ଯାଇଥିଲେ। ତେବେ ଦାଦନ ଠିକାଦାର ତାଙ୍କୁ ଚାଷ କାମରେ ନିୟୋଜିତ କରିବା ପାଇଁ ଏଠୁ ନେଇଥିଲା । ହେଲେ ସେଠି ପହଞ୍ଚିବା ପରେ ସେମାନଙ୍କୁ ଇଟା ଭାଟିରେ ଖଟା ଯାଇଥିଲା । ଯାହାକୁ ଏମାନେ ପ୍ରତିବାଦ ମଧ୍ୟ କରିଥିଲେ । ଫଳରେ ମାଲିକ ଓ ତାଙ୍କ ଲୋକ ସେମାନଙ୍କୁ ନିସ୍ତୁକ ମାଡ ମାରୁଥିଲେ ବୋଲି ସେମାନେ କହିଛନ୍ତି । ତେବେ କୌଣସି ମତେ ଏମାନେ ବଲାଙ୍ଗୀର ଶ୍ରମ ବିଭାଗକୁ ଫୋନ ଯୋଗେ ସମ୍ପର୍କ କରି ଅଭିଯୋଗ କରିଥିଲେ । ପରେ ଶ୍ରମ ବିଭାଗ ତାଙ୍କୁ ଉଦ୍ଧାର କରିଥିବାର ଏମାନେ କହିଛନ୍ତି । ସେହିପରି ଏମାନେ ସେଠି ଦୀର୍ଘ ଛ ମାସ କାମ କରିଥିବା ବେଳେ ମାଲିକ ତାଙ୍କୁ କାମର ପାଉଣା ମଧ୍ୟ ଦେଇ ନଥିବା ବେଳେ ଏମାନେ ଚଳିବା ପାଇଁ ସରକାରୀ ସାହାଯ୍ୟ ଦାବି କରିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details