ଓଡିଶା

odisha

ETV Bharat / state

ରାଜ୍ୟରେ କମିଛି, ଢେଙ୍କାନାଳରେ ବଢିଛି ଦୁର୍ଘଟଣା, ଏନଏଚ-55 ପାଲଟିଛି ମରଣଯନ୍ତା - ROAD ACCIDENTS IN DHENKANAL

୭ବର୍ଷ ହେଲା ସରୁନି ସମ୍ପ୍ରସାରଣ କାମ । ରାଜ୍ୟରେ ଦୁର୍ଘଟଣା ସଂଖ୍ୟା କମିଥିବା ବେଳେ ଢେଙ୍କାନାଳରେ ବଢିବାରେ ଲାଗିଛି ।

ରାଜ୍ୟରେ କମିଛି, ଢେଙ୍କାନାଳରେ ବଢିଛି ଦୁର୍ଘଟଣା, ଏନଏଚ-55 ପାଲଟିଛି ମରଣଯନ୍ତା
ରାଜ୍ୟରେ କମିଛି, ଢେଙ୍କାନାଳରେ ବଢିଛି ଦୁର୍ଘଟଣା, ଏନଏଚ-55 ପାଲଟିଛି ମରଣଯନ୍ତା (ETV Bharat Odisha)

By ETV Bharat Odisha Team

Published : Feb 4, 2025, 8:29 AM IST

ଢେଙ୍କାନାଳ: ପରିବହନ ମନ୍ତ୍ରୀଙ୍କ କହିବା ମୁତାବକ ରାଜ୍ୟରେ ଗତବର୍ଷ ତୁଳନାରେ ଚଳିତବର୍ଷ ସଡ଼କ ଦୁର୍ଘଟଣାର ହାର କମିଛି । ମାତ୍ର ଏପଟେ ଢେଙ୍କାନାଳ ଜିଲ୍ଲାରେ ସଡକ ଦୁର୍ଘଟଣା ଆହେତୁଳ ଭାବେ ବୃଦ୍ଧି ପାଇବାରେ ଲାଗିଛି । ଜିଲ୍ଲା ଦେଇ ଯାଇଥିବା ୫୫-ନଂ ଜାତୀୟ ରାଜପଥ ଯାତ୍ରୀଙ୍କ ପାଇଁ ପାଲଟିଛି ମୃତ୍ୟୁଯନ୍ତା । 7 ବର୍ଷ ହେଲା କଟକରୁ ସମ୍ବଲପୁରକୁ ସଂଯୋଗ କରୁଥିବା ଏହି ବ୍ୟସ୍ତବହୁଳ ରାଜପଥର ନିର୍ମାଣ କାମ ସରୁନି । ଫଳରେ ଯାତ୍ରୀମାନେ କେବଳ ଭଗବାନଙ୍କ ଭରସାରେ ଯିବା ଆସିବା କରୁଥିବା କହୁଛନ୍ତି ।


ସୂଚନା ଥାଉକି, ଜାନୁଆରୀ ମାସରେ ରାଜ୍ୟବ୍ୟାପୀ ପାଳନ ହୋଇଛି ସଡକ ସୁରକ୍ଷା ମାସ । ତେବେ ରାଜ୍ୟରେ ବିଗତ ବର୍ଷ ଅପେକ୍ଷା ଚଳିତବର୍ଷ ସଡକ ଦୁର୍ଘଟଣା ହାର କମିଛି । ଲୋକଙ୍କ ଜୀବନ ସୁରକ୍ଷା ପାଇଁ ସରକାର ସକଳ୍ପ ବଦ୍ଧ । ଏହା ଆମେ କହୁ ନାହୁଁ । ନେତାଜୀ ଜୟନ୍ତୀ ଅବସରରେ ଢେଙ୍କାନାଳ ଗସ୍ତରେ ଆସି ଏହା କହିଛନ୍ତି ଖୋଦ ରାଜ୍ୟ ସରକାରଙ୍କ ବାଣିଜ୍ୟ, ସଡକ ଓ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା । ମାତ୍ର ଏପଟେ ଜିଲ୍ଲାରେ ବଢି ବଢି ଚାଲିଛି ସଡକ ଦୁର୍ଘଟଣା । ଏପରିକି ଜିଲ୍ଲାରେ ଦୁର୍ଘଟଣା ସଂଖ୍ୟା ଅହେତୁକ ବୃଦ୍ଧିକୁ ନେଇ ଯାତ୍ରୀମାନଙ୍କ ସୁରକ୍ଷା ଚିନ୍ତାଜନକ ବୋଲି ମଧ୍ୟ ସ୍ୱୀକାର କରିଛନ୍ତି ଢେଙ୍କାନାଳ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ପ୍ରଣୟ ମିଶ୍ର ।

ରାଜ୍ୟରେ କମିଛି, ଢେଙ୍କାନାଳରେ ବଢିଛି ଦୁର୍ଘଟଣା, ଏନଏଚ-55 ପାଲଟିଛି ମରଣଯନ୍ତା (ETV Bharat Odisha)

ଏହା ମଧ୍ୟ ପଢନ୍ତୁ :-

ଓଡ଼ିଶାକୁ ୧୦,୫୯୯ କୋଟି ରେଳ ବଜେଟ, କେନ୍ଦ୍ର ଦେଲା ରେକର୍ଡ ଟଙ୍କା

Exclusive: ହାଇସ୍କୋରିଂ ମ୍ୟାଚ ନା ବୋଲର କରିବେ କମାଲ ? କାହିଁକି ଚେସବୋର୍ଡ ଡିଜାଇନ୍

  • ଢେଙ୍କାନାଳରେ ବଢିଛି ଦୁର୍ଘଟଣା

ଢେଙ୍କାନାଳ ଜିଲ୍ଲା ଆଞ୍ଚଳିକ ପରି ବହନ କାର୍ଯ୍ୟାଳୟ ସୂଚନା ମୁତାବକ ଗତ ୨୦୨୩ ମସିହାରେ ମୋଟ ୪୦୫ଟି ସଡକ ଦୁର୍ଘଟଣାରେ ୧୮୫ ଜଣଙ୍କର ଜୀବନହାନୀ ଘଟିଛି । ତେବେ ୨୦୨୪ ମସିହାରେ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇ ମୋଟ ୪୨୨ ରେ ପହଞ୍ଚିଛି । ୨୦୨୪ ମସିହାରେ ଦୁର୍ଘଟଣାରେ ୧୯୮ ଜଣଙ୍କର ପ୍ରାଣହାନି ଘଟିଛି । ଏପରିକି ଢେଙ୍କାନାଳ ଦେଇ ଯାଇଥିବା ଏହି ୫୫-ନମ୍ବର ଜାତୀୟ ରାଜପଥରେ ସଡକ ଦୁର୍ଘଟଣାରେ ଜୀବନହାନୀ ଏକ ନିତିଦିନିଆ ଘଟଣା ହୋଇଗଲାଣି । ଇତିମଧ୍ୟରେ ୭ବର୍ଷ ବିତିଗଲାଣି, ତଥାପି ଏହି ରାଜପଥ ସଂପ୍ରସାରଣ କାର୍ଯ୍ୟ ସରୁନାହିଁ । ଜାତୀୟ ରାଜପଥର ମରାମତି ଟେଣ୍ଡର ନେଇଥିବା ଠିକାଦାରଙ୍କ ମନମାନି ଦୁର୍ଘଟଣା ବଢୁଥିବାର ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି ।

  • ସରୁନି ଜାତୀୟ ରାଜପଥ 55ର ସମ୍ପ୍ରସାରଣ କାର୍ଯ୍ୟ

ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଲା, ଏହି ରାଜପଥ ସମ୍ପ୍ରସାରଣ ଓ ସ୍ଥାନେ ସ୍ଥାନେ କେଉଁଠି ହାତୀଙ୍କ ପାଇଁ ଅଣ୍ଡର ପାସ, ଆଉ କେଉଁଠି ଓଭରବ୍ରିଜ କାର୍ଯ୍ୟ ତ କେଉଁଠି ରାସ୍ତା କାମ ଚାଲୁଥିଲେ ମଧ୍ୟ କୌଣସି ସୂଚନା ଫଳକ ନାହିଁ । ଯାହା ଗାଡି ଚାଳକମାନଙ୍କ ପାଇଁ ବିଭ୍ରାନ୍ତି ସୃଷ୍ଟି କରି ଦୁର୍ଘଟଣାର କାରଣ ସାଜୁଛି। ଅପରପକ୍ଷରେ ରାଜପଥ ପାଟ୍ରୋଲିଂ ଅଭାବରୁ ଟ୍ରକ୍‌ ଓ ବସ୍‌ ଆଦି ବଡ଼ ବଡ଼ ଗାଡି ଚାଳକଙ୍କ ଦ୍ରୁତ ଓ ବେପରୁଆ ଗାଡି ଚାଳନା ଉପରେ କିଛି ଲଗାମ ରହୁନାହିଁ । ପୁଲିସ ଅବା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ କଡାକଡି ହେଉନଥିବା ଦୁର୍ଘଟଣା ବୃଦ୍ଧିର ଅନ୍ୟ ଏକ କାରଣ ବୋଲି କୁହାଯାଉଛି । ଫଳରେ ଏହି ଜାତୀୟ ରାଜପଥରେ କ୍ରମାଗତ ଭାବେ ସଡକ ଦୁର୍ଘଟଣା ବୃଦ୍ଧି ପାଉଛି । ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ମଧ୍ୟ ଅହେତୁକ ବୃଦ୍ଧି ପାଉଥିବାରୁ ଯାତ୍ରୀମାନଙ୍କ ପାଇଁ ୫୫ନମ୍ବର ଜାତୀୟ ରାଜପଥ ଏବେ ମୃତ୍ୟୁଯନ୍ତା ପାଲଟି ଯାଇଛି ।

  • ନିତିଦିନିଆ ହୋଇଗଲାଣି ଦୁର୍ଘଟଣା ଓ ରାସ୍ତା ଅବରୋଧ

ଏପରିସ୍ଥଳେ ଏହି ରାଜପଥରେ ବାରମ୍ବାର ସଡକ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ପକ୍ଷରୁ ରାସ୍ତା ଅବରୋଧ ଉତ୍ତେଜନା ମଧ୍ୟ ସବୁଦିନିଆ ଘଟଣା ହୋଇଗଲାଣି । ତଥାପି ଜାତୀୟ ରାଜପଥ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ, ସ୍ଥାନୀୟ ପୁଲିସ କିମ୍ବା ପରିବହନ ବିଭାଗର ଚେତା ପଶୁନାହିଁ । ଫଳରେ ଏହି ଏନଏଚ-55 ଯାତ୍ରୀମାନଙ୍କ ପାଇଁ ସମ୍ପୂର୍ଣ ଅସୁରକ୍ଷିତ ହୋଇପଡିଛି । ଏକଦା ଅଭିଭକ୍ତ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାବାସୀଙ୍କ ପାଇଁ ଏହି ୫୫ ନମ୍ବର ଜାତୀୟ ରାଜପଥ ଲାଇଫ-ଲାଇନ୍‌ ବୋଲି କୁହାଯାଉଥିଲା । ମାତ୍ର ଏହି ରାଜପଥ ଏବେ ଯାତ୍ରୀ ଓ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଦୁର୍ଭାଗ୍ୟଜନକ ସ୍ଥିିତିରେ ପରିଣତ ହେବାକୁ ବସିଲାଣି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details