ଓଡିଶା

odisha

ETV Bharat / state

ହାତୀ ମୃତ୍ୟୁ ନେଇ ସାଙ୍ଘାତିକ ତଥ୍ୟ; 5 ମାସରେ ମଲେଣି 40 ହାତୀ, ଶିକାର ପାଇଁ ବିଜୁଳି ସଂଯୋଗ କରୁଥିଲେ ସାବଧାନ

ଗତ 5 ମାସରେ ହାତୀ ମଣିଷ ସଂଘର୍ଷରେ ମରିଛନ୍ତି 40 ହାତୀ । ଏପଟେ ଜୀବଜନ୍ତୁ ଶିକାର ପାଇଁ ବିଦ୍ୟୁତ ତାର ବିଛାଇଲେ ଘରର କଟାଯିବ ବିଦ୍ୟୁତ ସଂଯୋଗ ।

elephant death case
elephant death case (ETV Bharat Odisha)

By ETV Bharat Odisha Team

Published : Nov 27, 2024, 6:28 PM IST

ଭୁବନେଶ୍ୱର:ହାତୀ ମୃତ୍ୟୁକୁ ନେଇ ଆସିଲା ସାଙ୍ଘାତିକ ତଥ୍ୟ । ଗତ 5 ମାସରେ ମଲେଣି 40 ହାତୀ । ହାତୀ ମଣିଷ ଭିତରେ ସମ୍ପର୍କ ଅଭିନ୍ନ । କେତେବେଳେ ହାତୀ ତାର ପ୍ରିୟ ମାଷ୍ଟର ମାହୁନ୍ତକୁ ପିଠିରେ ବସାଇ ତାର ବୋଲ ମାନେ ଆଉ କେତେବେଳେ ମଣିଷ ସହ ସଂଘର୍ଷ ମଧ୍ୟ ହୁଏ । ଏବେ ଜଙ୍ଗଲରେ ହାତୀ ମଣିଷ ଭିତରେ ସଂଘର୍ଷରେ ୫ ମାସ ମଧ୍ୟରେ ଓଡ଼ିଶାରେ ମଲେଣି 40 ହାତୀ । ଏଥିପାଇଁ 26 ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଦୁଇ ଜଣ ଫରେଷ୍ଟ ଗାର୍ଡ ଓ ଜଣେ ଫରେଷ୍ଟରଙ୍କୁ ନିଲମ୍ବିତ କରାଯାଇଛି । ସେହିପରି କଲରାପତରିଆ ବାଘ ମଧ୍ୟ ମରିଛନ୍ତି 5ଟି । ବାଘ ମାରିବା ପାଇଁ 14 ଜଣଙ୍କୁ ଗିରଫ କରାଯାଇଛି । ବିଧାନସଭାରେ ବିଜେଡି ବିଧାୟକ ତୁଷାରକାନ୍ତି ବେହେରାଙ୍କ ପ୍ରଶ୍ନରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଷ ରାମ ସିଂ ଖୁଣ୍ଟିଆଙ୍କ ଉତ୍ତର ।

ଏହା ବି ପଢନ୍ତୁ- ବିଧାନସଭାରେ ଉପସ୍ଥାପନ ହେଲା ୧୨୧୫୬ କୋଟି ଟଙ୍କାର ଅତିରିକ୍ତ ବଜେଟ୍


"ହାତୀ ମୃତ୍ୟୁ ରୋକିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ବିଗତ ଦିନ ମାନଙ୍କରେ ଯେଉଁ ଘଟଣା ଘଟୁଥିଲା ତାହା ଆଉ କେମିତି ନଘଟିବ ସେ ବିସୟରେ ଆମେ ଚିନ୍ତା କରୁଛୁ । ହାତୀଙ୍କ ସୁରକ୍ଷା ଏବଂ ଅଭିବୃଦ୍ଧି ପାଇଁ ସରକାର ଚେଷ୍ଟା ଜାରି ରଖିଛନ୍ତି । ପ୍ରତି 3 ମାସରେ ଥରେ ବୈଠକ ବସୁଛି । ହାତୀ ମାନଙ୍କର ସୁରକ୍ଷା ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି । ଆଗାମୀ ଭବିଷ୍ୟତରେ ଯେମିତି ହାତୀ ମୃତ୍ୟୁ ନହେବ ଗାଁ ଲୋକଙ୍କ ସହ ଆଲୋଚନା କରୁଛୁ । ତାଙ୍କର ଯୋଉଁଠି ରହିବା କଥା ରହୁଛନ୍ତି । ଗଜ ସାଥୀ ନିଯୁକ୍ତ ଦେଉଛନ୍ତି ସରକାର । ରେଳ ବିଭାଗ ସହ ନିରନ୍ତର ଆଲୋଚନା ହେଉଛି । ଶିକାରୀଙ୍କ ପାଇଁ ବିଭିନ୍ନ ପ୍ରକାର AI କ୍ୟାମେରା ଲାଗିଛି।ସାତକୋଶିଆ, ଦେବ୍ରିଗଡ଼, ଅନୁଗୁଳରେ 360 ଡିଗ୍ରୀ ରେଞ୍ଜ କ୍ୟାମେରା ଲାଗିଛି ଶିକାରୀଙ୍କୁ ଠାବ କରି କଠୋରରୁ କଠୋର ଦଣ୍ଡ ବ୍ୟବସ୍ଥା ହେଉଛି," ବୋଲି କହିଛନ୍ତି ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ।



ସେପଟେ ଗତ ତିନି ବର୍ଷରେ ହାତୀ ନେଇଛି ୬୬୮ ଜୀବନ । ଆହତ ହୋଇଛନ୍ତି ୫୦୯ ଜଣ ଲୋକ-

ଆଜି ବିଧାନସଭାରେ ବିଜେଡି ବିଧାୟକ ସନାତନ ମହାକୁଡ଼ଙ୍କ ପ୍ରଶ୍ନରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ଉତ୍ତର । ରାଜ୍ୟରେ ବଢିଛି ହାତୀ ଉପଦ୍ରବ । ହାତୀମାନେ ତିନି ବର୍ଷରେ ୭୩ ହଜାର ୬୨୦ ଏକର ଫସଲ ନଷ୍ଟ କରିଥିବା ବେଳେ ଭାଙ୍ଗିଛନ୍ତି ୧୦ ହଜାର ୨୫୯ ଘର ।

ବାରାହ ଶିକାର ପାଇଁ ବିଜୁଳି ସଂଯୋଗ କରୁଥିଲେ ସାବଧାନ ଏବେ ହେବ କାର୍ଯ୍ୟାନୁଷ୍ଠାନ-

"ବାରହା ଶିକାର ପାଇଁ ବିଦ୍ୟୁତ ସଂଯୋଗ କାରଣରୁ ଅନେକ ହାତୀ ବିଦ୍ୟୁତ୍ ଆଘାତ ପାଇଁ ମୃତ୍ୟୁବରଣ କରୁଛନ୍ତି। ଯେଉଁ ମାନେ ଏଭଳି କାମ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯେଉଁ ଲୋକ ଏଥିରେ ସଂପୃକ୍ତ ତାଙ୍କର ବିଦ୍ୟୁତ୍ ସଂଯୋଗ କଟାଯିବ । ଜଣେ ଲୋକଙ୍କ ପାଇଁ ସମଗ୍ର ଗାଁ ବଦନାମ ହେଉଛି। ଜାତୀୟ ସ୍ତରରେ ବି ରାଜ୍ୟର ନାଁ ଖରାପ ହେଉଛି । ତେଣୁ ଯେଉଁ ମାନେ ଏ ଘଟଣାରେ ସଂପୃକ୍ତ କାର୍ଯାନୁଷ୍ଠାନ ନିଆଯିବ," ବୋଲି ବିଧାନସଭା ପ୍ରଶ୍ନ କାଳରେ ଚେତାଇ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେ.ଭି ସିହଦେଓ ।

ABOUT THE AUTHOR

...view details