ଓଡିଶା

odisha

ETV Bharat / state

ବିହାରର 4 ବର୍ଷ ଶିଶୁକୁ ଓଡ଼ିଶାରେ ବିକ୍ରି, 24 ଘଣ୍ଟାରେ ଧରିଲା କମିଶନରେଟ ପୋଲିସ, 6 ଅଟକ - CHILD TRAFFICKING

40 ହଜାର ଟଙ୍କାରେ ପିଲା ବିକ୍ରି ଅଭିଯୋଗ । 4 ବର୍ଷର ନାବାଳିକାକୁ ଗରିବୀ ଓ ଅଭାବ ପାଇଁ ବିକିଲେ ବିହାରର ଦମ୍ପତି । ପିପିଲିର ଦମ୍ପତ୍ତି କିଣି ଥିବା ଅଭିଯୋଗ ।

child trafficking
child trafficking (ETV Bharat Odisha)

By ETV Bharat Odisha Team

Published : Nov 27, 2024, 2:54 PM IST

Updated : Nov 27, 2024, 6:26 PM IST

ଭୁବନେଶ୍ୱର:ବିହାରର 4 ବର୍ଷ ଶିଶୁକୁ ଓଡ଼ିଶାରେ ବିକ୍ରି । 6 ଜଣଙ୍କୁ ଅଟକ ରଖିଛି କମିଶନରେଟ ପୋଲିସ । ଭୁବନେଶ୍ୱର ବଡଗଡ ଥାନା ଅଞ୍ଚଳରେ ପିଲା ବିକ୍ରି ଅଭିଯୋଗ । 4 ବର୍ଷର ଶିଶୁକୁ ବିକ୍ରି ଅଭିଯୋଗରେ ଧରିଲା ପୋଲିସା । ବିକ୍ରି କରିଥିବା ବାପା ମାଙ୍କ ସହ ଦୁଇ ଦଲାଲଙ୍କୁ ଅଟକ । ପିପିଲି ଥାନା ଅଞ୍ଚଳର ଦମ୍ପତି କିଣିଥିଲେ 40 ହଜାରରେ । କିଣିଥିବା ଦମ୍ପତିଙ୍କୁ ମଧ୍ୟ ଅଟକ ରଖି ପୋଲିସର ଛାନଭିନ । ଚାଇଲ୍ଡ ଲାଇନ ସଦସ୍ୟ ସହ ବଡଗଡ ଥାନାର ସହଯୋଗରେ ଉଦ୍ଧାର ହୋଇଛି 4 ବର୍ଷର ନାବାଳିକା । ବିକ୍ରି କରିଥିବା ଦମ୍ପତି ବିହାରର ଭାଗଲପୁର ଅଞ୍ଚଳର । ଦୁଇ ଦଲାଲଙ୍କ ଜରିଆରେ ଦମ୍ପତି କିଣିବା ପରେ ଦଲାଲଙ୍କ ଟଙ୍କା ନଛିଣ୍ଡିବାରୁ ଘଟଣା ସାମ୍ନାକୁ ଆସିଥିଲା ପରେ ପୋଲିସ ଏହି ଘଟଣା ରେ‌ହସ୍ତକ୍ଷେପ ପରେ ଚାଇଲ୍ଡ ଲାଇନ ସଦସ୍ୟ ସହଯୋଗରେ ନାବାଳିକା ଶିଶୁକୁ ଉଦ୍ଧାର‌ ଜାରି ରହିଛି ।

ଏହା ବି ପଢନ୍ତୁ- ରାଜଧାନୀ ଉପକଣ୍ଠରେ ପିଲା ବିକ୍ରି ! ଅଢେଇ ବର୍ଷର ପୁଅକୁ 5 ହଜାରରେ ବିକ୍ରି କରିଦେଲା, ଶିଶୁ ସୁରକ୍ଷା ବିଭାଗର ଖୋଳତାଡ ଆରମ୍ଭ - Father Sold Son

ଭୁବନେଶ୍ୱର ବଡଗଡ ଥାନା ଅଞ୍ଚଳରେ ପିଲାବିକ୍ରି-

  • 4ବର୍ଷ ର ଶିଶୁକୁ ବିକ୍ରି ଅଭିଯୋଗରେ ଧରିଲା ପୋଲିସା
  • ବିକ୍ରି କରିଥିବା ବିହାରର ବାପା ମାଙ୍କ ସହ ଦୁଇ ଦଲାଲ
  • ସମେତ କିଣିଥିବା ଦମ୍ପତିଙ୍କୁ ମିଶାଇ 6ଜଣଙ୍କୁ ଅଟକ ରଖିଛି ପୋଲିସ୍
  • 40ହଜାର ଟଙ୍କାରେ ପିପିଲି ଥାନା ଅଞ୍ଚଳର ଦମ୍ପତି କିଣିଥିଲେ

ଏନେଇ ବଗଗଡ ଥାନା ଅଧିକାରୀ ତୃପ୍ତି ରଞ୍ଜନ ନାୟକଙ୍କ ସୁଚନା ଅନୁସାରେ, "ଏନେଇ ଏକ ମାନବ ଚାଲାଣ ଅଭିଯୋଗ ଆଧାରରେ ଏକ କେସ୍ 748/24ରେଜିଷ୍ଟର କରଯାଇଛି । ନାବାଳିକାକୁ ପିପିଲିରୁ ଉଦ୍ଧାର କରି ଏନେଇ BNS 143(4)ରେ ୬ଜଣଙ୍କୁ ଅଟକ ରଖିଛି । ଯେଉଁମାନଙ୍କ ମଧ୍ୟରେ ଅଛନ୍ତି ପିଲା ବିକ୍ରି କରିଥିବା ବିହାରର ଦମ୍ପତି ସୁବୋଧ ଶର୍ମା, ଗୁଡିଆ ଦେ । ତା ସହିତ ଦୁଇ ଲେଡି ଦଲାଲ ରଶ୍ମି ରେଖା ସାହୁ ଜଣେ ପରିବା ଦୋକାନୀ ଓ ଜଲିଲେଙ୍କା ଜଣେ ପାର୍ଲର କର୍ମଚାରୀ । ତା ସହିତ କିଣିଥିବା ଦମ୍ପତି ପିପିଲି କସରଦାର ରଘୁନାଥ ବେହେରା ଓ ପ୍ରିୟଦର୍ଶିନି ବେହେରା ।"

ତେବେ ପୋଲିସର ସୁଚନା ମୁତାବକ, ବିହାରର ଦୁଇ ଦମ୍ପତି ନିଜ ଚାରି ବର୍ଷର ନାବାଳିକା ସହ ଭୁବନେଶ୍ୱର ବଡଗଡ ଥାନା ଅଞ୍ଚଳର ସନ୍ତୋଷୀ ବିହାରର ବଡ଼ ଟାଙ୍ଗି ସାହିରେ ଘରଭଡ଼ା ନେଇ ରହୁଥିଲେ । ସ୍ବାମୀ ଭୁବନେଶ୍ୱରରେ କାଠମିସ୍ତ୍ରୀ କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ହେଲେ ଶିଶୁର ମା ଦ୍ୱିତୀୟ ବିବାହ କରିଥିଲେ । ଅର୍ଥାତ୍ ଶିଶୁର ବାପା ସେହି ଶିଶୁର ଜନ୍ମ କଲା ବାପା ନୁହେଁ । ଯେଉଁ କାରଣରୁ ଉଭୟ ଦମ୍ପତି ମଧ୍ୟରେ ଏକ ବିବାଦ ଉପୁଜୁଥିଲା । ଯାହାକୁ ନେଇ ପାଖରେ ରହୁଥିବା ଘର ମାଲିକ ଏସବୁ ଦେଖି ତାଙ୍କର ଛୁଆକୁ ବିକ୍ରି କରିଦେବାକୁ କଥା ହୋଇଥିଲେ‌ । ଏନେଇ ଦୁଇ ଜଣ ଲେଡି ଦଲାଲ ଯେ କି ସେଠାକାର ଜଣେ ପରିବା ବେପାରୀ ଓ ଜଣେ ପାର୍ଲରରେ କାମ କରୁଥିବା ଲେଡି ମିଶି ଜଣେ ପୁରୀ ଜିଲ୍ଲା ପିପିଲି ଥାନା ଅଂଚଳର ଦମ୍ପତି ସହ ଯୋଗାଯୋଗ କରିଥିଲେ‌ । ଏନେଇ ୪୦ହଜାର ଟଙ୍କାରେ ଛୁଆକୁ ବିକ୍ରି କରିବା ପାଇଁ ଡିଲ ହୋଇଥିଲା । ଯାହାକୁ ଆଧାରକରି ପିପିଲିର ଦମ୍ପତି ଯେ କି ଜଣେ ହୋଟେଲରେ କାମ କରୁଥିବା ବ୍ୟକ୍ତି ଓ ତାଙ୍କ ପତ୍ନି ସହ ଆସି ୪୦ହଜାରରେ କିଣିଥିଲେ । ଏନେଇ ଚାରି ବର୍ଷର ନାବାଳିକାକୁ କିଣି ନେଇଥିଲେ ।

ଷ୍ଟାମ୍ପ ପେପରରେ ହୋଇଥିଲା ବୁଝାମଣା ପତ୍ର-

ଆଗକୁ ଯେପରି ବିବାଦ ନ ଉପୁଜିବ ସେଥିପାଇଁ ଏକ ୧୦ ଟଙ୍କିଆ କୋର୍ଟ ଷ୍ଟାମ୍ପ ପେପରରେ ଉଭୟ ଦମ୍ପତିଙ୍କ ମଧ୍ୟରେ ଏକ ବୁଝାମଣା ପତ୍ର କରାଯାଇଥିଲା।ଯେଉଁଥିରେ ବିହାରର ଦମ୍ପତି ନିଜର ଶିଶୁକୁ ତାଙ୍କର ସ୍ବେଛାକୃତ ଭାବେ ତାଙ୍କର ଚାରି ବର୍ଷର ଶିଶୁକୁ ନିଜ ଜାଣତରେ ପିପିଲିର ଦମ୍ପତିଙ୍କୁ ହସ୍ତାନ୍ତର କରିଥିଲେ । ଏନେଇ ଦୁଇ ଜଣ ଲେଡି ଦଲାଲ ମଧ୍ୟ ସାକ୍ଷୀ ପଡିଥିଲେ । ଦଲାଲଙ୍କ କମିସନ ଭାଗ ନଛିଣ୍ଡିବାରୁ ଘଟଣା ପ୍ରଘଟ ହେଲା । ପରେ ଏନେଇ ଘଟଣା ସାମ୍ନାକୁ ଆସିଥିଲା ଯେତେବେଳେ ଦୁଇ ଦଲାଲଙ୍କ ମଧ୍ୟରେ ହୋଇଥିବା କମିସନ ଟଙ୍କାକୁ ନେଇ ଭାଗ ଛିଣ୍ଡି ନଥିଲା । ଏନେଇ‌ ପୋଲିସ ପାଖରେ ଏକ ବିହାରର ଛୁଆ ବିକ୍ରି ଅଭିଯୋଗ ପହଞ୍ଚିଥିଲା।

ସଚେତନ ଘର ମାଲିକ ଘଟଣାର ହିରୋ-

ଏହି ଘଟଣା ର ଅଭିଯୋଗକାରି ଘର ମାଲିକ ଅର୍ଥାତ । ଯେଉଁ ଘରେ ବିହାରି ଦମ୍ପତି ଭଡ଼ା ରହୁଥିଲେ । ସେହି ଘର ମାଲିକ ସାର୍ଥକ ମହାନ୍ତି ଏହି ଘଟଣା କ୍ରମ ଜାଣି ପାରି ବଡଗଡ ଥାନା ପୋଲିସକୁ ଜଣାଇଥିଲେ । ପୋଲିସ ଘଟଣା ଶୁଣି ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲା । ପ୍ରଥମିକ ଅନୁସନ୍ଧାନରୁ ଛୁଆଟି ପିପିଲି କସରଦା ଅଞ୍ଚଳରେ ଥିଲେ‌ । ଯାହାକୁ ଚାଇଲ୍ଡ ଲାଇନ ସଦସ୍ୟଙ୍କ ସହାୟତାରେ ଉଦ୍ଧାର କରି ଆଣିଥିଲେ । ଏନେଇ ଯେଉଁ ସ୍ଥାନରେ ବିହାର ଦମ୍ପତି ରହୁଥିଲେ । ସେଠାକାର ସିସିଟିଭି ଫୁଟେଜ ଆଧାରରେ ସେହି ଘଟଣାର ସମ୍ପୃକ୍ତ ଦୁଇ ଲେଡି ଦଲାଲ ଓ ଶିଶୁର ବାପା ମା ସହ କିଣିଥିବା ଦମ୍ପତିଙ୍କୁ ମଧ୍ୟ ଥାନାରେ ଆଣି ଅଟକ ରଖିଛି । ଏନେଇ ଏହି ଘଟଣାରେ ବ୍ୟବହୃତ ଷ୍ଟାମ୍ପ ପେପର ଓ ଛୁଆର ବିହାର ପରିଚୟ ପତ୍ର ସହ ବିକ୍ରି କରିଥିବା ବାପା ମା'ଙ୍କର ପରିଚୟ ପତ୍ର ମଧ୍ୟ ଭେରିଫାଏ ପରେ ଏହି ଘଟଣାରେ ମୋଟ ୬ଜଣଙ୍କୁ ଅଟକ ରଖିଛି । ପ୍ରମାଣ ଆଧାରରେ ଘଟଣା ସମୟର ସିସିଟିଭି ଫୁଟେଜ ମଧ୍ୟ ପୋଲିସର ହସ୍ତଗତ ହୋଇଛି । ଏନେଇ ପରେ ଛୁଆକୁ ସିଡବ୍ଲୁସିରେ ହାଜର କରାଯିବ ବୋଲି ପୋଲିସର ସୂଚନା ମିଳିଛି।

Last Updated : Nov 27, 2024, 6:26 PM IST

ABOUT THE AUTHOR

...view details