ଓଡିଶା

odisha

ରଥଯାତ୍ରା ଭିଡରେ ଲୁଟୁଥିଲେ ବସ କାର, ତ୍ରିଚି ଗ୍ୟାଙ୍ଗକୁ ବାନ୍ଧିଲା କମିଶନରେଟ ପୋଲିସ - commissionerate police Arrested

By ETV Bharat Odisha Team

Published : Jul 19, 2024, 3:30 PM IST

Police Arrested 4 tirchhi gang member: ରଥଯାତ୍ରା ଭିଡ଼ରେ ଲୁଟ ପାଟ କରି ଆତଙ୍କ ମଚାଇଥିବା ୪ ଜଣିଆ ତାମିଲ ଗ୍ୟାଙ୍ଗକୁ ଗିରଫ କରିଛି କମିଶନରେଟ୍ ପୋଲିସ । ଅଧିକ ପଢନ୍ତୁ

commissionerate police Arrested 4 tirchhi gang member
commissionerate police Arrested 4 tirchhi gang member (ETV Bharat Odisha)

ଭୁବନେଶ୍ୱର:କମିଶନରେଟ ପୋଲିସକୁ ସଫଳତା । ରଥଯାତ୍ରା ଭିଡରେ ବସ କାରକୁ ଟାର୍ଗେଟ କରି ଲୁଟୁଥିବା ଗ୍ୟାଙ୍ଗକୁ ଧରିଲା ପୋଲିସ । ଏହି ଗ୍ୟାଙ୍ଗ୍ ଚକୋଲେଟ ପରି ପକେଟରେ ଲୁଚାଇ ଧରି ବୁଲୁଥିଲେ ଛୋଟ ଛୋଟ ଲୁହା ଓ ମାଟିରେ ତିଆରି ଗୋଳା ବା ବଲ । ଆଉ ସେହି ବଲକୁ ବ୍ୟବହାର କରି ବିଭିନ୍ନ ଜନଗହଳିପୂର୍ଣ୍ଣ ମାର୍କେଟ ଅଞ୍ଚଳରୁ ଲୁଟି ନେଉଥିଲେ ଲ୍ୟାପଟପ୍ ଓ ମୋବାଇଲ, ଅଳଙ୍କାର ଭଳି ନାମିଦାମି ଜିନିଷ । ରଥଯାତ୍ରା ଭିଡ଼ରେ ଏପରି ଲୁଟ ପାଟ କରି ଆତଙ୍କ ମଚାଇଥିବା ୪ ଜଣିଆ ତାମିଲ ଗ୍ୟାଙ୍ଗକୁ ଗିରଫ କରିଛି କମିଶନରେଟ୍ ପୋଲିସ ।

commissionerate police Arrested 4 tirchhi gang member (ETV Bharat Odisha)
ଏନେଇ ପୋଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, "ଗିରଫ ହୋଇଥିବା ୪ ଅଭିଯୁକ୍ତ ହେଉଛନ୍ତି ତାମିଲନାଡୁର ତିରୁଚପଲ୍ଲି ଅଞ୍ଚଳର । ଏମାନେ ବିଶେଷ କରି ରଥଯାତ୍ରା ଓ ଏପରି ପର୍ବପର୍ବାଣି ସମୟରେ ଓଡିଶା ଆସିଥାନ୍ତି । ଟ୍ରେନ‌ ଯୋଗେ ଆସି ଷ୍ଟେସନ ଓ ବସଷ୍ଟାଣ୍ଡରେ ରହି ଏମାନେ ସହର ସାରା ବୁଲି ଲୁଟପାଟ କରିଥାନ୍ତି । ପରେ‌ ଲୁଟ ଜିନିଷ ନେଇ ତାମିଲନାଡୁ ତ୍ରିଚି ମାର୍କେଟରେ ବିକ୍ରି କରନ୍ତି । ଗତ ରଥଯାତ୍ରା ସମୟରେ ପୁରୀରୁ ଫେରି ଏମାନେ ଭୁବନେଶ୍ୱର ଓ କଟକରେ ୨ ଦିନରେ ୧୦ଟି ଲୁଟପାଟ କରିଛନ୍ତି । ଯେଉଁଥିରେ ୪ଟି କାର କାଚ ଭାଙ୍ଗି ଲୁଟାଯାଇଛି । ୪ଟି ମୋ ବସରେ ଗହଳି କରି ପକେଟମାର କରି ଲୁଟିଛନ୍ତି । ଆଉ ଦୁଇଟି ଗହଳି କରି ମାର୍କେଟରୁ ଲୁଟ ପାଟ କରିଛନ୍ତି । ଗିରଫ ପରେ ସେମାନଙ୍କଠୁ ୪ଟି ଲାପଟପ ଓ ୨୫ଟି ମୋବାଇଲ ଓ ସେମାନେ ବ୍ୟବହାର କରୁଥିବା ଚକୋଲେଟ ଭଳି ଲୁହା ଓ ମାଟିର ଗୁଳା ବା ବଲ ଓ ବାଟୁଳି ଜବତ କରାଯାଇଛି ।

ଏହାମଧ୍ୟ ପଢନ୍ତୁ.. ବନ୍ଧୁକ ମୁନରେ କୋଟିଏ ଟଙ୍କାର ଅଳଙ୍କାର ଲୁଟ୍; ଟେକିନେଲେ ସିସିଟିଭି ହାର୍ଡଡିସ୍କ - Loot in Ganjam

ଏମାନଙ୍କ ଲୁଟର ତରିକା:ଏମାନେ ସାଧା ସିଧା ବେଶରେ ଜନ ଗହଳି ଅଞ୍ଚଳରେ ବୁଲିଥାନ୍ତି । ପ୍ରଥମେ ଜଣେ ବୁଲି ବୁଲି ରେକି କରେ ବା କେଉଁଠି କଣ ଦାମି ଜିନିଷ ଲୁଟ କରିହେବ ସେନେଇ ପାର୍କିଂ ହୋଇଥିବା କାରକୁ ନଜର କରେ । ନିଜର ମୁହଁକୁ ମିରରରେ ଦେଖିବା ଆଳରେ କାର ଭିତରେ ଥିବା ଜିନିଷକୁ ଦେଖିଥାଏ । ଆଉ ଜଣେ ତାର ଠାର ଦେଖି କାର ପାଖକୁ ଯାଇ ପକେଟରେ ଚକୋଲଟ ପରି ନେଇଥିବା ଲୁହା ବଲ ଜରିଆରେ କାରର କାଚ ଭାଙ୍ଗିଥାଏ । ପରେ ସେ ଆସିବା ପରେ ଆଉ ଜଣେ ଆସି କାଚ ଭାଙ୍ଗି ତା ଭିତରେ ଥିବା ବ୍ୟାଗ ହେଉ ବା ଦାମି ଜିନିଷ ନେଇ ଛୁ ମାରନ୍ତି । ଏଇଭଳି ଭାବେ ଏମାନେ ମିଳିମିଶି ସଂଗଠିତ ଭାବେ ଏପରି ଲୁଟ ପାଟ କରନ୍ତି ।

ଚକଲେଟ ଜରି ଭିତରେ ଲୁହା ବାଟୁଳି:ଏମାନେ‌ ବ୍ୟବହାର କରୁଥିବା ବାଟୁଳି ଲୁହା ବା ମାଟିରେ ତିଆରି ଲୁହା ଓ ମାଟିରେ ତିଆରି ଛୋଟ ଛୋଟ ଗୁଳା ବା ବଲକୁ ବ୍ୟବହାର କରି ଏମାନେ ଲୁଟି ନେଉଥିଲେ ଦାମି ଦାମି ଜିନିଷ । ସେହି ବଲକୁ ଲୁଚାଇବା ପାଇଁ ବ୍ୟବହାର କରୁଥିଲେ ଚକୋଲେଟ ଜରି ।

ଟାର୍ଗେଟରେ ମୋ ବସ୍ ଓ କାର୍: ଏହି ଗ୍ୟାଙ୍ଗ ମୋ ବସ ଓ କାର କିମ୍ବା ଜନଗହଳି ସ୍ଥାନରେ ଲୁଟପାତ କରିଥାନ୍ତି । ସାଧାରଣ ଲୋକଙ୍କ ଭଳି ବସରେ ଯାତାୟତ କରି ଗହଳି କରି କାହାର ମନିପର୍ସ ବା ମୋବାଇଲ ପକେଟମାର‌ କରିବା ଏମାନଙ୍କ ମଧ୍ୟ ମୁଖ୍ୟ ତରିକା ଥିଲା‌ । ଏପରିକି ରଥଯାତ୍ରା ସମୟରେ ଲୋକଙ୍କ ଗହଳି ଚହଳରେ ମଧ୍ୟ ଏମାନେ ଲୁଟ ପାଟ କରିଛନ୍ତି । ଏମାନେ ପୁରୀରୁ ଫେରିବା ପରେ କେବଳ ଭୁବନେଶ୍ୱରରେ ୧୫ରୁ ୧୭ତାରିଖ ଭିତରେ ଟ୍ବିନିସିଟିରୁ ୧୦ଟି ସ୍ଥାନରୁ ଭୟଙ୍କର ଲୁଟପାଟ କରିଥିଲେ ।

ଲୁଟ୍ ଶିକାର ହୋଇଥିଲେ ହେଭିଓ୍ବେଟ:କ୍ୟାପିଟାଲ ଥାନା ଅଞ୍ଚଳରୁ ଏମାନେ OAS ସାର୍ଥକ ସୋରଭ ମହାପାତ୍ରଙ୍କୁ ଲୁଟ କରିଥିଲେ । ରାଜଭବନ ପାଖ କାଫେ କଫି ଡେ ଚା ପିଇବାକୁ ଯାଇଥିବା ବେଳେ କାର ପାର୍କିଂ କରିଥିବା ସମୟରେ କାଚ ଭାଙ୍ଗି ଲାପଟପ୍ ସହ ବ୍ୟାଗ ଚୋରି କରିଥିଲେ । ସେହିପରି ମଞ୍ଚେଶ୍ବର ଥାନା ଅଞ୍ଚଳର ଜଳାରାମ ସୁଇଟସ ସାମ୍ନାରେ ଅଶୋକ ଲେ ଲ୍ୟାଣ୍ଡର ସିନିୟର୍ ମ୍ୟାନେଜର ଅତିଶ ସାହୁଙ୍କ ଜଣେ ସମ୍ପର୍କୀୟ ଲେଡି ଗାଡିରେ ବସିଥିବା ବେଳେ ହଠାତ୍ ଏମାନେ ଗାଡିରୁ ଏପରି ଲୁଟ ଉଦ୍ୟମ ବେଳେ ମହିଳା ଜଣଙ୍କ ହାଲ୍ଲା କରିଥିଲେ । ପରେ ସେହିଠାରୁ ଲୁଟେରାଙ୍କୁ କାବୁକରିଥିଲେ ଲୋକେ ।

ଇଟିଭି ଭାରତ, ଭୁବନେଶ୍ୱର

ABOUT THE AUTHOR

...view details