ଭୁବନେଶ୍ୱର:ମନୁଷ୍ୟକୃତ ନିଆଁ ଆଁରେ ଜଙ୍ଗଲ । ଗତକାଲି(ଶୁକ୍ରବାର) ରାତିରେ କଳାହାଣ୍ଡି ଜିଲ୍ଲାର କର୍ଲାପାଟ ଅଭୟାରଣ୍ୟରେ ନିଆଁ ଜଳାଇବାକୁ ଚେଷ୍ଟା କରୁଥିବା ବେଳେ ତିନିଜଣଙ୍କୁ ଗିରଫ କରାଯାଇଛି । ଏହା ସହ ସେମାନଙ୍କ ନିକଟରୁ ଦୁଇଟି ଦେଶୀ ବନ୍ଧୁକ ଜବତ କରାଯାଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ପାଖାପାଖି ୬୦ ରୁ ଅଧିକ ଜଣ ଜଙ୍ଗଲରେ ନିଆଁ ଲଗାଉଥିବାର ନଜରକୁ ଆସିଛନ୍ତି । ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି କହିଛନ୍ତି ପିସିସିଏଫ ଦେବୀଦତ୍ତ ବିଶ୍ବାଳ ।
ରାଜ୍ୟରେ ଜଳୁଛି ଜଙ୍ଗଲ । ଗ୍ରୀଷ୍ମ ପ୍ରବାହ ବଢିବା ସଙ୍ଗେ ସଙ୍ଗେ ଜଙ୍ଗଲ ନିଆଁ ମଧ୍ୟ ବ୍ୟାପିବାରେ ଲାଗିଛି । ଦୁଇ ଦିନ ତଳେ ରାଜ୍ୟରେ କିଛି ଅଞ୍ଚଳରେ କାଳବୈଶାଖୀ ହେବା କାରଣରୁ ଜଙ୍ଗଲ ନିଆଁ ସାମାନ୍ୟ ଆଶ୍ୱସ୍ତି ଆଣିଥିଲା । ତେବେ ପୁଣି ଥରେ ଜଙ୍ଗଲ ନିଆଁ ବଢିବାରେ ଲାଗିଛି । ତେବେ ରାଜ୍ୟରେ ବିଶେଷ ଭାବରେ ଜଙ୍ଗଲ ନିଆଁ ମନୁଷ୍ୟକୃତ ହୋଇଥିବା ଜଣାପଡିଛି । କିଛି ଲୋକମାନେ ଜଙ୍ଗଲ ମଧ୍ୟରେ ଶିକାର କରିବା ଉଦ୍ଦେଶ୍ୟରେ କିମ୍ବା ମହୁଲ ଏବଂ ପୋଡ଼ୁ ଚାଷ କରିବା ଉଦ୍ଦେଶ୍ୟରେ ଜଙ୍ଗଲରେ ନିଆଁ ଲଗାଉଥିବା ଘଟଣା ସାମ୍ନାକୁ ଆସିଛି ।
ଏହାମଧ୍ୟ ପଢନ୍ତୁ..ଅନୁଗୋଳ ହିଂଶ୍ରୀଡ଼ା ଜଙ୍ଗଲ ଜଳୁଛି, ଆଖ ପାଖକୁ ବ୍ୟାପୁଛି ! - ANGUL FOREST FIR