ଯାଜପୁର:ଆଉ ଏକ ନାବାଳିକା ଦୁଷ୍କର୍ମ ମାମଲାର ଶୁଣାଣି ହୋଇଛି । 2021 ମସିହା ମାର୍ଚ୍ଚ 6 ତାରିଖ ଯଖପୁରା ଥାନା ଅଞ୍ଚଳରେ ଘଟିଥିଲା ଏଭଳି ଏକ ଅଭାବନୀୟ ଘଟଣା । ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଘଟଣାରେ ଅଭିଯୁକ୍ତକୁ 20ବର୍ଷ ଦଣ୍ଡାଦେଶ ଶୁଣାଇଲେ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ l 27ଜଣଙ୍କ ଠାରୁ ସାକ୍ଷ୍ୟ ଗ୍ରହଣ କରି ସେ ଏହି ରାୟ ଶୁଣାଇଛନ୍ତି । ଏଥିସହ 2500 ଟଙ୍କା ଜରିମାନା ସହିତ ଅନାଦେୟରେ ଅଢେଇ ମାସ ଅଧିକ କାରାଦଣ୍ଡାଦେଶ ଶୁଣାଇଛନ୍ତି ଜଜ । ପୀଡ଼ିତାକୁ 5 ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ସ୍ୱତନ୍ତ୍ର ଜଜ୍ ଅଭିଜିତ ପଲାଇ ରାୟରେ ଉଲ୍ଲେଖ କରିଛନ୍ତି l
ଦୁଇଟି ଭିନ୍ନ ଭିନ୍ନ ଦୁଷ୍କର୍ମ ମାମଲାରେ 20 ବର୍ଷ ସଜ୍ଜା:
ପ୍ରଥମ ଘଟଣା: ସୂଚନା ମୁତାବକ, ଘଟଣା ଘଟିଥିଲା ରାତି ପ୍ରାୟ ସାଢେ଼ 10ଟା ସମୟରେ । ସରକାରୀ ଓକିଲ ରାଜୀବ ମହାନ୍ତି କହିଛନ୍ତି, "ଗାଁରେ ଅଷ୍ଟପ୍ରହରୀ ଚାଲିଥିବା ବେଳେ ମା’ ସହିତ ନାବାଳିକା କନ୍ୟା ଏଠାକୁ ଦେଖିବାକୁ ଆସିଥିଲା । ମାଆ ସହିତ ଚାଲିଚାଲି ଝିଅ ଘରକୁ ଫେରୁଥିବା ସମୟରେ ଅଧାବାଟରେ ଝିଅ ନିଖୋଜ ହୋଇଯାଇଥିଲା । ବହୁ ଖୋଜାଖୋଜି ପରେ ଝିଅକୁ ଚେତାଶୂନ୍ୟ ଅବସ୍ଥାରେ ଏକ ନାଳ ନିକଟରୁ ଉଦ୍ଧାର କରାଯାଇଥିଲା । ନାବାଳିକାଙ୍କ ଠାରୁ ସମସ୍ତ କଥା ଶୁଣିବା ପରେ ଘଟଣା ଜଣାପଡିଥିଲା।" ପରିବାର ଲୋକେ ଏ ସମ୍ପର୍କରେ ଯଖପୁରା ଥାନାରେ ଏତଲା ଦେଇଥିଲେ। ପୋଲିସ ଅଭିଯୁକ୍ତ ସଞ୍ଜୟ ଦଳାଇକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗତକାଲି ଏହି ମାମଲାର ରାୟ ପ୍ରକାଶ କରି 20 ବର୍ଷ କାରାଦଣ୍ଡାଦେଶ ଶୁଣାଇଲେ ସ୍ଵତନ୍ତ୍ର ପୋକ୍ସୋ ଜଜ୍ ।
ଏହା ବି ପଢନ୍ତୁ...କଟକରେ ଲଜ୍ଜା: ବାକ୍ଲ ମେଲିଂ କରି କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ୬ ଗିରଫ