ଭୁବନେଶ୍ବର: ଆରଟିଇ( Right to Education) ଯୋଜନା ମାଧ୍ୟମରେ ସଂପୂର୍ଣ୍ଣ ନିଃଶୁକ୍ଳ ଭାବରେ ନାମ ଲେଖାଇଲେ ୧୭ ହଜାର ଛାତ୍ରଛାତ୍ରୀ । ଚଳିତ ବର୍ଷ ଆରଟିଇରେ ଘରୋଇ ସ୍କୁଲରେ ମାଗଣା ପାଠ ପଢିବା ପାଇଁ ୧୭ ହଜାର ୨୩୫ ଛାତ୍ରଛାତ୍ରୀ ଯୋଗ୍ୟା ବିବେଚିତ ହୋଇଛନ୍ତି । ଆର୍ଥିକ ଅନଗ୍ରସର ଶ୍ରେଣୀର ପିଲାମାନେ ବେସରକାରୀ ବିଦ୍ୟାଳୟ ସମ୍ପୂର୍ଣ ଭାବରେ ନିଃଶୁକ୍ଳ ଶିକ୍ଷା ଲାଭ ପାଇ ପାରିବେ । ତେବେ ପ୍ରଥମ ପର୍ଯ୍ୟାୟ ପାଇଁ ଫେବୃଆରୀ ୨୨ତାରିଖରୁ ଆରମ୍ଭ କରି ମାର୍ଚ୍ଚ ୨୦ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଏହି ପାରଦର୍ଶୀ ପୋର୍ଟାଲ ମାଧ୍ୟମରେ ନାମଲେଖା ପାଇଁ ଆବେଦନ କରିଥିଲେ । ତେବେ ବାର୍ଷିକ ଏକ ଲକ୍ଷରୁ କମ ଆୟ ଥିବା ପରିବାରର ଛାତ୍ର ଏଥିପାଇଁ ଯୋଗ୍ୟତା ହାସଲ କରିପାରିବେ । ଯେଉଁଥି ପାଇଁ ବେସରକାରୀ ବିଦ୍ୟାଳୟରେ ଗୁଡ଼ିକରେ ସମୁଦାୟ ୨୫ ପ୍ରତିଶତ ଏହି ଯୋଜନା ଅନ୍ତର୍ଭୁକ୍ତ ରହିଛି ।
ଚଳିତ ବର୍ଷ ରାଜ୍ୟରେ ଥିବା ୩ ହଜାର ୩୩୧ ବେସରକାରୀ ବିଦ୍ୟାଳୟ ଗୁଡ଼ିକରେ ୪୧ ହଜାର ୩୩୩ ସିଟ୍ ପାଇଁ ସମୁଦାୟ ୩୦ ହଜାର ୪୨୩ ଅନ୍ଲାଇନ୍ ଆବେଦନ ଗ୍ରହଣ କରାଯାଇଥିଲା । ଏହା ମଧ୍ୟରୁ ବ୍ଲକ୍ ଶିକ୍ଷା ଅଧିକାରୀମାନେ ପ୍ରମାଣପତ୍ର ଯାଞ୍ଚ କରି ୨୩ ହଜାର ୨୨୮ ଜଣଙ୍କର ଆବେଦନ ପତ୍ରକୁ ଯୋଗ୍ୟ ବିବେଚିତ କରିଛନ୍ତି। ସେଥିମଧ୍ୟରୁ କେନ୍ଦ୍ରୀୟ ଲଟେରୀ ମାଧ୍ୟମରେ ଆଜି ପ୍ରାଥମିକ ନିର୍ଦ୍ଦେଶକଙ୍କ ଦ୍ବାରା ବିବେଚିତ କରାଯାଇଥିଲା । ସେଥି ମଧ୍ୟରୁ ୧୭ ହଜାର ୨୩୫ ଜଣ ଛାତ୍ରଛାତ୍ରୀଙ୍କୁ ନାମଲେଖା ପାଇଁ ଲଟେରୀ ମାଧ୍ୟମରେ ଚୟନ କରାଯାଇଛି । ବର୍ତ୍ତମାନ ବ୍ଲକ୍ ଶିକ୍ଷା ଅଧିକାରୀମାନେ ସଂପୃକ୍ତ ବେସରକାରୀ ବିଦ୍ୟାଳୟ ଗୁଡ଼ିକୁ ଚୟନ ହୋଇଥିବା ଛାତ୍ରଛାତ୍ରୀଙ୍କ ନାମ ପ୍ରଦାନ କରିବେ । ବେସରକାରୀ ବିଦ୍ୟାଳୟ ଗୁଡ଼ିକରେ ଆସନ୍ତା ୨୭ ତାରିଖ ଠାରୁ ଏପ୍ରିଲ ୬ ତାରିଖ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ନାମ ଲେଖା ପକ୍ରିୟା ଆରମ୍ଭ ହେବ । ଏହି ନାମଲେଖା ସଂପୂର୍ଣ୍ଣ ନିଃଶୁକ୍ଳ ରହିବ ।