ଓଡିଶା

odisha

ETV Bharat / state

ନୂଆବର୍ଷ ତୋରଣ ନିର୍ମାଣକୁ ନେଇ ବିଜେପି-ବିଜେଡି କର୍ମୀ ମୁହାଁମୁହିଁ, ଧାରା- ୧୬୩ ଜାରି - 163 BNS IMPLEMENTED

ବଜାରର କେନ୍ଦ୍ରସ୍ଥଳରେ ତୋରଣ ନିର୍ମାଣ କରିବାକୁ ଉଭୟ ପକ୍ଷଙ୍କ ଜିଦ । ମୁତୟନ ହେଲେ ସଶସ୍ତ୍ର ପୋଲିସ । ଲାଗିଲା ଧାରା 163 ।

GROUPS CONFLICT IN KENDRAPARA
GROUPS CONFLICT IN KENDRAPARA (ETV Bharat Odisha)

By ETV Bharat Odisha Team

Published : Dec 28, 2024, 8:56 PM IST

Updated : Dec 28, 2024, 9:29 PM IST

କେନ୍ଦ୍ରାପଡା: ଆଳି ବ୍ଲକ ନୂଆ ବଜାରରେ ନୂଆବର୍ଷ ତୋରଣ ନିର୍ମାଣକୁ ନେଇ ଦୁଇ ରାଜନୈତିକ ଦଳ ବିଜେପି ଓ ବିଜେଡି ମଧ୍ୟରେ ବିବାଦ ଦେଖିବାକୁ ମିଳିଛି । ସ୍ଥିତି ଆୟତ୍ତ କରିବାକୁ ପ୍ରଶାସନ ପକ୍ଷରୁ ଉକ୍ତ ସ୍ଥାନରେ ଶୁଭେଚ୍ଛା ତୋରଣ ନିର୍ମାଣ ନିଷେଧ କରାଯିବା ସହ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନଏସଏସ) ର ଧାରା-୧୬୩ ଜାରି କରାଯାଇଛି । ଉକ୍ତ ଅଞ୍ଚଳରେ ସଶସ୍ତ୍ର ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏପରି ଘଟଣା ସମଗ୍ର ଜିଲ୍ଲା ରାଜନୀତିରେ ଏକ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି ।

  • ନୂଆବର୍ଷ ତୋରଣ ତିଆରିକୁ ନେଇ ୨ ଗୋଷ୍ଠୀ ମୁହାଁମୁହିଁ

ଆଳି ଥାନା ଅନ୍ତର୍ଗତ ନୂଆବଜାରର କେନ୍ଦ୍ରସ୍ଥଳ ଦୁର୍ଗା ମଣ୍ଡପ ନିକଟରେ ଆସନ୍ତା ନୂଆବର୍ଷ-୨୦୨୫ ପାଇଁ ଦଳୀୟ ତୋରଣ ନିର୍ମାଣକୁ କେନ୍ଦ୍ରକରି ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ବିବାଦୀୟ ସ୍ଥିତି ସୃଷ୍ଟି ହୋଇଛି । ଗୋଟିଏ ସ୍ଥାନରେ ୨ଟି ଦଳ ତୋରଣ ନିର୍ମାଣ କରିବାକୁ ଜିଦ୍‌ ଧରିବା ଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା ।

GROUPS CONFLICT IN KENDRAPARA (ETV Bharat Odisha)

ସୂଚନାନୁସାରେ, ଦୀର୍ଘ ବର୍ଷ ଧରି ଉକ୍ତ ସ୍ଥାନରେ ଗୋଟିଏ ନିର୍ଦ୍ଦିଷ୍ଟ ଦଳ ପକ୍ଷରୁ ତୋରଣ ନିର୍ମାଣ ହୋଇଆସୁଥିଲା । ଚଳିତବର୍ଷ ଗୋଟିଏ ଦଳ ତୋରଣ ନିର୍ମାଣ କରିବାକୁ ପ୍ରସ୍ତୁତି ଚଳାଇଥିବା ବେଳେ ଅପରପକ୍ଷରୁ ଏହାକୁ ବିରୋଧ କରାଯାଇଥିଲା । ଫଳରେ ଉଭୟ ଦଳର କର୍ମୀ ଓ ସମର୍ଥକ ମୁହାଁମୁହିଁ ହେବା ସହ ବିବାଦ ଉତ୍ତେଜନାପୂର୍ଣ୍ଣ ସ୍ଥିତିକୁ ଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା କରିବା ଉକ୍ତ ସ୍ଥାନରେ ତୋରଣ ନିର୍ମାଣ କରିବା ନେଇ ନିଷେଧାଦେଶ ଜାରି କରିଥିଲେ ।

ଜାରି ହେଲା ୧୬୩ ବିଏନଏସ

ସ୍ଥିତିକୁ ଆୟତ୍ତ କରିବାକୁ ପ୍ରଶାସନ ପକ୍ଷରୁ ‘ବିଏନଏସଏସ’ର ଧାରା 163 ଜାରି କରାଯାଇଛି । ବିବାଦର ସମାଧାନ ପାଇଁ ୨ ଦିନ ହେଲା ଉଭୟ ଗୋଷ୍ଠୀଙ୍କ ସହ ଆଳି ତହସିଲଦାର, ଏସଡିପିଓ, ଉଚ୍ଚପଦସ୍ଥ ପ୍ରଶାସନିକ ଅଧିକାରୀମାନେ ଆଲୋଚନା ଜାରି ରଖିଛନ୍ତି । ଉଭୟ ପକ୍ଷଙ୍କ ମଧ୍ୟରେ ସମାଧାନର ବାଟ ନବାହାରିବାରୁ ଗଣ୍ଡଗୋଳ ଆଶଙ୍କାରେ ଘଟଣାସ୍ଥଳରେ ପୋଲିସ ମୁତୟନ ହେବା ସହ ୧୬୩-ବିଏନଏସ ଜାରି କରାଯାଇଛି । ଆଳି ତହସିଲଦାର ଶାନ୍ତି ସ୍ୱରୂପ ମିଶ୍ରଙ୍କ ନିର୍ଦ୍ଦେଶରେ ଦୁର୍ଗା ମଣ୍ଡପର ୫୦ ମିଟର ଦୂରତା ପର୍ଯ୍ୟନ୍ତ ଭାରତୀୟ ନ୍ୟାୟ ସଂହିତା ଧାରା- ୧୬୩ ଜାରି କରାଯାଇଛି ।

ଏହାମଧ୍ୟ ପଢନ୍ତୁ...

ନୂଆବର୍ଷ ପାଇଁ ପୁରୀରେ ସ୍ବତନ୍ତ୍ର ବ୍ୟବସ୍ଥା, ଜାରି ହେଲା ଟ୍ରାଫିକ୍‌ କଟକଣା

ଯାଜପୁରରେ ପୋଲିସ ଫ୍ଲାଗମାର୍ଚ୍ଚ, ସାମିଲ ହେଲେ ଡିଆଇଜି-ଜିଲ୍ଲାପାଳ

ଢ଼ିଙ୍କିଆରେ ସପକ୍ଷବାଦୀ ଓ ବିପକ୍ଷବାଦୀ ମୁହାଁମୁହିଁ, ବୋଇତ ବନ୍ଦାଣ ଓ ବାଲିଯାତ୍ରା ବନ୍ଦ

ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା, ଲାଗିଲା ଧାରା ୧୬୩ - Youth Killed In Group Attack

ଏନେଇ ଆଳି ତହସିଲଦାର କହିଛନ୍ତି,"ନୂଆବର୍ଷର ତୋରଣ ଲଗାଇବା ନେଇ ୨ ଗୋଷ୍ଠୀ ମଧ୍ୟରେ କନ୍ଦଳ ହୋଇଥିଲା । ତାକୁ ସମାଧାନ କରିବା ପାଇଁ ୨ ଦିନ ଧରି ଆମେ ଚେଷ୍ଟା କରିଥିଲୁ । ୨ ଗୋଷ୍ଠୀ ମଧ୍ୟରେ ମାରପିଟ ହେବାର ଆଶଙ୍କା ଅଛି । ତେଣୁ ଆମେ ଉକ୍ତ ଅଞ୍ଚଳରେ ବିଏନଏସଏସର ଧାରା- ୧୬୩ ଲାଗୁ କରିଛୁ । ସ୍ଥିତିରେ ସୁଧାର ଆସିଲେ ଏହାକୁ ପ୍ରତ୍ୟାହାର କରିବା ଦିଗରେ ଚିନ୍ତା କରାଯିବ ।"


ଇଟିଭି ଭାରତ, କେନ୍ଦ୍ରାପଡା

Last Updated : Dec 28, 2024, 9:29 PM IST

ABOUT THE AUTHOR

...view details