ଓଡିଶା

odisha

ETV Bharat / state

ସରକାରୀ କ୍ୱାର୍ଟର୍ସ ଛାଡ଼ୁନାହାନ୍ତି ୧୪ ପୂର୍ବତନ ବିଧାୟକ - EX MLAS OCCUPY GOVT QUARTERS

ବିଭିନ୍ନ କାରଣରୁ ଛାଡିନାହାନ୍ତି ସରକାରୀ କ୍ବାର୍ଟର୍ସ । ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ।

ସରକାରୀ କ୍ୱାଟର ଛାଡ଼ୁନାହାନ୍ତି ୧୪ ପୂର୍ବତନ ବିଧାୟକ
ସରକାରୀ କ୍ୱାଟର ଛାଡ଼ୁନାହାନ୍ତି ୧୪ ପୂର୍ବତନ ବିଧାୟକ (ETV Bharat odisha)

By ETV Bharat Odisha Team

Published : Dec 10, 2024, 8:48 AM IST

ଭୁବନେଶ୍ବର:ଚଳିତ ବିଧାନସଭା ନିର୍ବାଚନ ପରେ ପରାଜିତ ହୋଇଥିବା 147 ବିଧାୟକ ସେମାନଙ୍କ ସରକାରୀ କ୍ୱାଟର ଛାଡ଼ୁନାହାନ୍ତି । ବିଭିନ୍ନ କାରଣ ଦର୍ଶାଇ ଏହି ବିଧାୟକମାନେ ଏବେ ସରକାରୀ କ୍ବଟର୍ସରେ ଅବସ୍ଥାନ କରୁଛନ୍ତି । ଗୃହରେ ବିଜେପି ବିଧାୟକ ମାନସ କୁମାର ଦତ୍ତଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

  • ବିଧାୟକ ମାନସ ଦତ୍ତଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ବିଧାୟକମାନଙ୍କ କ୍ବାଟର୍ସ ପ୍ରଦାନ ସମ୍ପର୍କରେ ପ୍ରଶ୍ନର ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ବିଜେପି ବିଧାୟକ ମାନସ କୁମାର ଦତ୍ତ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ, ‘‘ସାଧାରଣ ପ୍ରଶାସନ ବିଭାଗ ଅନ୍ତର୍ଗତ କେଉଁ ବିଧାୟକଙ୍କୁ କେଉଁ ସ୍ଥାନରେ ସରକାରୀ କ୍ବାଟର୍ସ ପ୍ରଦାନ କରାଯାଇଛି, ତାହାର ସମ୍ପୂର୍ଣ ତଥ୍ୟ ଏବଂ ଏପର୍ଯ୍ୟନ୍ତ କେଉଁ କ୍ବାର୍ଟର୍ସଗୁଡିକ ପୂର୍ବରୁ ରହୁଥ‌ିବା ନେତା ଅଧିକାରୀମାନେ ଛାଡି ନାହାଁନ୍ତି ତାହାର ତଥ୍ୟ ଓ ନଛାଡିବାର କାରଣ ଏବଂ କେବେ ଛାଡିବେ ତାହାର ଏକ ସବିଶେଷ ବିବରଣୀ ପ୍ରଦାନ କରିବେ କି, (ଖ) ଅଦ୍ୟାବଧି କେଉଁ କ୍ବାର୍ଟର୍ସଗୁଡିକ ଖାଲି ଅଛି, ଦିଆଯାଇନାହିଁ ତାହାର ଏକ ସବିଶେଷ ତଥ୍ୟ କ୍ବାର୍ଟର୍ସ ନମ୍ବର ସହ ପ୍ରଦାନ କରିବେ କି ?’’ ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ ଉପରୋକ୍ତ ତଥ୍ୟ ପ୍ରଦାନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ :-ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍‌ ପାରିତ, ହେରଫେର କଲେ ଗଣିବେ କୋଟିଏ

ଏହା ମଧ୍ୟ ପଢନ୍ତୁ:ନିଯୁକ୍ତି ଚଞ୍ଚକତା ନେଇ ବର୍ଷିଲେ ମୋହନ ମାଝୀ, 'ପୂର୍ବ ସରକାରରେ ହୋଇଥିଲା ASO ସିଟ୍ ବିକ୍ରି'

  • ପୂର୍ବତନ ବିଧାୟକଙ୍କ ତାଲିକାରେ ଏହିମାନେ

ରାଜ୍ୟର ଏବେ ମଧ୍ୟ ୧୪ଜଣ ପୂର୍ବତନ ବିଧାୟକ ସରକାରୀ କ୍ୱାର୍ଟରରେ ରହୁଛନ୍ତି । ସେମାନଙ୍କ ତାଲିକାରେ ଏକାଧିକ ବରିଷ୍ଠ ନେତା ମଧ୍ୟ ରହିଛନ୍ତି । ପୂର୍ବତନ ବିଧାୟକ ଅମର ଶତପଥୀ, ମହେଶ ସାହୁ, ମଞ୍ଜୁଳା ସ୍ୱାଇଁ, ପ୍ରଦୀପ୍ତ କୁମାର ନାୟକ, ରମେଶ ଚନ୍ଦ୍ର ସାଏ, ସାଲୁଗା ପ୍ରଧାନ, ଶଙ୍କର ଓରାମ୍, ପ୍ରୀତିରଞ୍ଜନ ଘଡେଇ, ସ୍ବର୍ଗତ ବେଦ ପ୍ରକାଶ ଅଗ୍ରଓ୍ୱାଲ, କିଶୋର ତରାଇ, ସୁବାସ ପାଣିଗ୍ରାହୀ ଏବଂ ଅଳକା ମହାନ୍ତି ଏଯାଏଁ କ୍ୱାର୍ଟର ଛାଡିନାହାଁନ୍ତି । ଏହାବାଦ୍ ପୂର୍ବତନ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଓ ପୂର୍ବତନ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ମଧ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ କ୍ୱାର୍ଟରରେ ରହିବା ପାଇଁ ଆବେଦନ କରିଛନ୍ତି ବୋଲି ନିଜର ଉତ୍ତରରେ ଦର୍ଶାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ବିଧାନସଭାରେ ପୋଲାଭରାମ ତାତି; ଲଢେଇ ଜାରି ରହିବ କହିଲେ ନବୀନ, 4 ଟା ଯାଏ ଗୃହ ମୁଲତବୀ

ଗୋହତ୍ୟା ଓ ଚାଲାଣରେ ଲାଗିବ ରୋକ୍, ଆସୁଛି ଆଇନ

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details