ଓଡିଶା

odisha

ETV Bharat / state

ଜଙ୍ଗଲ ନିଆଁ ଲିଭାଇବ ଏ.ଟି.ଭି; ୧୮ଟି ଜିଲ୍ଲାକୁ ଗଲା ୧୩୯ଟି ଅତ୍ୟାଧୁନିକ ଗାଡ଼ି - ODISHA FOREST DEPARTMENT

ବନ୍ୟଜନ୍ତୁ ଶିକାର ଏବଂ ବନାଗ୍ନିରେ ଲାଗିବ ରୋକ । ୧୮ଟି ଜିଲ୍ଲାକୁ ଗଲା ୧୩୯ ଟି ଅତ୍ୟାଧୁନିକ ଗାଡ଼ି ।

All Terrain Motor Vehicles
All Terrain Motor Vehicles (ETV Bharat Odisha)

By ETV Bharat Odisha Team

Published : Nov 30, 2024, 12:12 PM IST

ଭୁବନେଶ୍ବର:ଜଙ୍ଗଲ ନିଆଁ ଲିଭାଇବ ଏ.ଟି.ଭି । ଦୁର୍ଗମ ଅଞ୍ଚଳରେ ପହଞ୍ଚିବା ସହ ଲିଭାଇବ ନିଆଁ । ଏକା ସଙ୍ଗରେ ୧୮ଟି ଜିଲ୍ଲାକୁ ଦିଆଗଲା ୧୩୯ ଟି ଅତ୍ୟାଧୁନିକ ଗାଡ଼ି । ବନ୍ୟଜନ୍ତୁ ଉଦ୍ଧାର ସହ ନିଆଁ ଲିଭାଇବା ପର୍ଯ୍ୟନ୍ତ ସବୁ କାମରେ ଲାଗିବ ଏହି ଗାଡ଼ି । ଗତକାଲି (ଶୁକ୍ରବାର) ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ପ୍ରଥମ କରି ସରକାରଙ୍କ ନିଷ୍ପତି ଓ ଏସ.ଆର.ସି. ଙ୍କ ତତ୍ତ୍ଵାବଧାନରେ ଉନ୍ନ‌ତ ଗତିଶୀଳତା ନିଶ୍ଚିତ କରିବା, ପ୍ରତିକ୍ରିୟା ସମୟ କମ୍ କରିବା, ପ୍ରାକୃତିକ ବିପଦକୁ କମ୍ କରିବା ଏବଂ ଗୁପ୍ତ କାର୍ଯ୍ୟକଳାପକୁ ରୋକିବା ପାଇଁ ସ୍ବତନ୍ତ୍ର ଭାବେ ଏହି ଭେଇକିଲ ଦିଆଯାଇଛି ।



କାହା ପାଇଁ କେଉଁ ଭେଇକିଲ:
୧୩୯ ଟି ଅତ୍ୟାଧୁନିକ ଗାଡ଼ି ମଧ୍ୟରୁ ଆଇସି କଷ୍ଟୋମାଇଜଡ୍ ହୋଇଥିବା ୫୧ ଟି ଅଲ-ଟେରେନ୍ ମୋଟର ଯାନ (ଏଟିଭି) ରହିଛି । ଏହି ଗାଡି ଜଙ୍ଗଲର ପ୍ରତିଟି ସ୍ଥାନକୁ ଯିବାକୁ କ୍ଷମତା ରିଖିଛି । କୌଣସିବି ସ୍ଥାନକୁ ଯାଇ ଏହା ପାଟ୍ରୋଲିଂ କରିବାର କ୍ଷମତା ରଖିଛି । କଷ୍ଟମାଇଜଡ୍ ସ୍ପ୍ରିଙ୍କଲର ସିଷ୍ଟମ୍ ସହିତ ୪୧ଟି ଅଗ୍ନି ନିର୍ବାପକ ୟୁନିଟ୍ ଏବଂ ୪୭ ଟି ଅଗ୍ନି ନିରାକରଣ ସହାୟତା ୟୁନିଟ୍ ଆଦି ୧୮ଟି ଜିଲ୍ଲାକୁ ଯୋଗାଇ ଦିଆଯାଇଛି । ଏହି ଗାଡି ଜଙ୍ଗଲରେ ଅଗ୍ନିକାଣ୍ଡକୁ ରୋକିବ । ଯାହାକି ଡିଏଫଓଙ୍କ ତଦାରଖରେ ରହିବ । ଜଙ୍ଗଲରେ ଅଧିକ ମାତ୍ରାରେ ପଇଁନ୍ତରା, ପର୍ଯ୍ୟଲୋଚନା ଏବଂ ନୀରିକ୍ଷଣ ସୁନିଶ୍ଚିତ କରିବା ପାଇଁ ଏଟିଭି ଗୁଡିକ ନିର୍ଦ୍ଦିଷ୍ଟ ଭାବରେ ଦୁର୍ଗମ ଅଞ୍ଚଳ ପାଇଁ ତିଆରି କରାଯାଇଛି ।

All Terrain Motor Vehicles (ETV Bharat Odisha)

ଏମିତି କହିଲେ ପିସିସିଏଫ:

ଏହି ଅବସରରେ ପିସିସିଏଫସୁଶାନ୍ତ ନନ୍ଦ କହିଛନ୍ତି,"ଜଙ୍ଗଲରେ ନିଆଁକୁ ପ୍ରତିହତ କରିବା ପାଇଁ ଏହି ଗାଡ଼ି ଗୁଡିକର ସହାୟତା ନିଆଯାଇଛି । ଗାଡ଼ି ଗୁଡ଼ିକରେ ଅତ୍ୟାଧୁନିକ ବ୍ୟବସ୍ଥା ରହିଛି । ଏହା ଜଙ୍ଗଲର କୋଣାନୁକୋଣକୁ ଯାଇପରିବ ।"

All Terrain Motor Vehicles (ETV Bharat Odisha)

ଓଡିଶାର ଭୌଗୋଳିକ ସ୍ଥିତି:
ରାଜ୍ୟରେ ଥିବା ମୋଟ ଭୌଗୋଳିକ କ୍ଷେତ୍ରର ୮ ହଜାର ୮୬୯ ବର୍ଗ କି.ମି. ସଂରକ୍ଷିତ ଜଙ୍ଗଲ ରହିଛି । ଯାହାକି ୫.୬୯ ପ୍ରତିଶତ ଅଟେ । ଏଥି ମଧ୍ୟରେ ୧୯ ଗୋଟି ଅଭୟାରଣ୍ୟ, ୧ ଗୋଟି ଜାତୀୟ ଉଦ୍ୟାନ, ୨ ଗୋଟି ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ ଏବଂ ୨ ଗୋଟି ସଂରକ୍ଷିତ ଅଞ୍ଚଳ ରହିଛି । ଆମ ରାଜ୍ୟରେ ଏହା ବ୍ୟତୀତ ୨ ଗୋଟି ପ୍ରସ୍ତାବିତ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳ, ୧ ଗୋଟି ପ୍ରସ୍ତାବିତ ଜାତୀୟ ଉଦ୍ୟାନ ଏବଂ ୩ଟି ହାତୀ ସଂରକ୍ଷଣ ଅଞ୍ଚଳ ରହିଛ । ଏହି ସଂରକ୍ଷିତ ଅଞ୍ଚଳ ତଥା ଜଙ୍ଗଲ କ୍ଷେତ୍ର ବାହାରେ ବହୁ ଗୁରୁତ୍ବପୂର୍ଣ୍ଣ ବିରଳ ବନ୍ୟଜନ୍ତୁ ପ୍ରଜାତିଙ୍କ ଆଶ୍ରୟ ସ୍ଥଳର ସୁରକ୍ଷା, ସଂରକ୍ଷଣ ଏବଂ ବିସ୍ତାର ସର୍ବଦା ବନ୍ୟଜନ୍ତୁ ସଂସ୍ଥା ଏବଂ ଜଙ୍ଗଲ ବିଭାଗର ପ୍ରାଥମିକ କାର୍ଯ୍ୟକଳାପ । ଏହି ଅଞ୍ଚଳ ଗୁଡ଼ିକରେ ଶିକାର, ଜଙ୍ଗଲ ଅଗ୍ନି ବିପଦ ଇତ୍ୟାଦିକୁ ପ୍ରତିହତ କରିବା ପାଇଁ ସବୁବେଳେ ଏକ ପ୍ରକାର ଚ୍ୟାଲେଞ୍ଜ ରହିଥାଏ ।

All Terrain Motor Vehicles (ETV Bharat Odisha)
All Terrain Motor Vehicles (ETV Bharat Odisha)

ଏହା ମଧ୍ୟ ପଢନ୍ତୁ ...ବ୍ୟାଘ୍ର ପ୍ରକଳ୍ପ ପାଇଁ ସ୍ଥାନାନ୍ତରଣକୁ ବିରୋଧ, ସାତକୋଶିଆରେ ତେଜିଲାଣି ଜନ ଆନ୍ଦୋଳନ

ଏହା ମଧ୍ୟ ପଢନ୍ତୁ ...ଛାତ୍ରଛାତ୍ରୀ ଆଣିଲେ ସମସ୍ୟା ସମାଧାନର ସୂତ୍ର

ଏହା ମଧ୍ୟ ପଢନ୍ତୁ ...ଆସିଲେଣି ବିଦେଶୀ ପକ୍ଷୀ, ଡିସେମ୍ବର-ଜାନୁଆରୀ ମଧ୍ୟରେ ହେବ ଗଣନା





ଏହି ଗାଡ଼ିରେ କ'ଣ ରହିଛି ଅତ୍ୟାଧୁନିକ ସୁବିଧା:
ଏହି ଗାଡ଼ିରେ ଅଧିକ ତୀବ୍ର ପଇଁତରା, ପର୍ଯ୍ୟଲୋଚନା ଏବଂ ନୀରିକ୍ଷଣ ସୁନିଶ୍ଚିତ କରିବା ପାଇଁ ଏଟିଭି ଗୁଡିକ ନିର୍ଦ୍ଦିଷ୍ଟ ଭାବରେ ଦୁର୍ଗମ ଅଞ୍ଚଳ ଗୁଡ଼ିକୁ ଦୃଷ୍ଟିରେ ରଖ୍ କଷ୍ଟମାଇଜଡ୍ କରାଯାଇଛି । ସ୍ପ୍ରିଙ୍କଲର ସିଷ୍ଟମ ସହିତ ଅଗ୍ନି ନିର୍ବାପକ ଯାନ ଗୁଡ଼ିକ ବିଶେଷ ଭାବରେ ସଡକ ପାର୍ଶ୍ବରେ ଘଟୁଥିବା ଅଗ୍ନିକାଣ୍ଡ ଏବଂ ପ୍ରତିକ୍ରିୟା ସମୟକୁ ହ୍ରାସ କରି ଜଙ୍ଗଲରେ ଅଗ୍ନିକାଣ୍ଡ ହେତୁ କ୍ଷୟକ୍ଷତିକୁ କମ୍ କରିବା ପାଇଁ ବିଶେଷ ଭାବରେ ଡିଜାଇନ୍ କରାଯାଇଛି । ଏଥିସହ ଅଗ୍ନି ନିରାପତ୍ତା ୟୁନିଟ୍ ଗୁଡ଼ିକ ଅଗ୍ନି ନିର୍ବାପକ ପାଇଁ ତ୍ବରିତ ପଦକ୍ଷେପରେ ଉନ୍ନତି ପାଇଁ ସହାୟକ ହେବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details