ରାଇରଙ୍ଗପୁର : ଶିମିଳିପାଳ ସୁରକ୍ଷାରେ AI କ୍ୟାମେରା । ଏହି କୃତ୍ରିମ ବୁଦ୍ଧିମତା(AI) କ୍ୟାମେରା ସହାୟତାରେ ୧୩ ଜଣ ଶିକାରୀ ଧରାପଡିଛନ୍ତି । ଶିମିଳିପାଳ ବନ୍ୟଜନ୍ତୁ ବୁଦ୍ଧିମତା ନେଟୱର୍କ (ଏସଡବ୍ଲୁଆଇଏନ) ପରି ଅତ୍ୟାଧୁନିକ ବୈଜ୍ଞାନିକ କୌଶଳ ବ୍ୟବହାର କରାଯାଇ ଶିକାରୀକୁ ଧରିବାକୁ ବନବିଭାଗର ପ୍ରୟାସ ସଫଳ ହୋଇଛି ।
Poachers Arrested (ETV Bharat Odisha) ଧରାପଡିଲେ ୧୩ ଶିକାରୀ:
ଶିମିଳିପାଳ ଅଭୟାରଣ୍ୟରେ ବନ୍ୟଜନ୍ତୁଙ୍କୁ ଶିକାରୀ ଦାଉରୁ ସୁରକ୍ଷା ନିମନ୍ତେ ଖଞ୍ଜା ଯାଇଥିବା AI କ୍ୟାମେରା ସଫଳତା ସହ କାର୍ଯ୍ୟ କରିବାରେ ଲାଗିଛି । କ୍ୟାମେରା ସହାୟତାରେ ୧୩ ଜଣ ଶିକାରୀ ଧରା ପଡିଛନ୍ତି । ଶିକାରୀମାନେ କରଞ୍ଜିଆ ଥାନା ଅନ୍ତର୍ଗତ ରାଣୀଭୋଳ ଗ୍ରାମର ହରି ବାଣସିଂ, ଚନ୍ଦ୍ର ମୋହନ ସୟା, ଧନେଶ୍ୱର ସୟା, ବୁଧୁରାମ ସିଜୁଇ, ଅଁଳାକଟା ଗ୍ରାମର ବଜାୟ ବାଦ୍ରା, ହିନ୍ଦୁରାମ ବାଦ୍ରା, ଜୟରାମ ବାଦ୍ରା, ଖେଜୁରୀ ବାଦ୍ରା, ମଙ୍ଗଳ ବାଦ୍ରା, ଦୁଧୁଆଣି ଗ୍ରାମର ଡୁମ୍ବୀ ଗୁଣ୍ଡୁଆ, ପାଗୁ ମାର୍ଣ୍ଡି, ମଙ୍ଗଳ ଆଲଦା ଏବଂ ରାମଯୋଡି ଗ୍ରାମର ଗୁରୁଚରଣ କେରେଇ ।
ଏହା ବି ପଢନ୍ତୁ...ଓଡ଼ିଶା ଜଙ୍ଗଲରେ ଶିକାରୀ ଧରୁଛି AI କ୍ୟାମେରା ! - AI Camera Fixed In Forest - AI CAMERA FIXED IN FOREST
ଏହା ବି ପଢନ୍ତୁ...ବନବିଭାଗକୁ ସଫଳତା: ୫ କଲରାପତରିଆ ବାଘ ଛାଲ ଜବତ, ୭ ମାଫିଆ ଗିରଫ - Tiger Skin Smuggling - TIGER SKIN SMUGGLING
ଶିକାରୀଙ୍କୁ କୋର୍ଟ ଚାଲାଣ :
ଶିକାରୀମାନଙ୍କ ନିକଟରୁ ଜନ୍ତୁ ଶିକାର ନିମନ୍ତେ ବ୍ୟବହୃତ ଗୋଟିଏ ଦେଶୀ ବନ୍ଧୁକ, ୧୩ଟି ଧନୁ, ୩୩ଟି ତୀର, ଏବଂ ଅନ୍ୟ ମାରାଣାସ୍ତ୍ର ଜବତ କରାଯାଇଛି। ବନବିଭାଗ ପକ୍ଷୁ ମିଳିଥିବା ସୂଚନା ଅନୁସାରେ, ଶିକାରୀମାନେ ଗତ ଡିସେମ୍ବର ୨୪ ତାରିଖରେ ମାରାଣାସ୍ତ୍ର ଧରି ଶିମିଳିପାଳ ଅଭୟାରଣ୍ୟର କୋର ଅଞ୍ଚଳ ମଧ୍ୟକୁ ଶିକାର ଉଦ୍ଦେଶ୍ୟରେ ଅନୁପ୍ରବେଶ କରିଥିଲେ । ଆଉ ସେହି ସମୟର ଫଟୋ କ୍ୟାମେରାରେ କଏଦ ହୋଇଥିଲା । ଯାହାକୁ ଆଧାର କରି ଯାଞ୍ଚ କରିଥିଲା ବନବିଭାଗ ଟିମ୍ । ଆଉ ପରବର୍ତ୍ତୀ ସମୟରେ ଶିକାରୀମାନଙ୍କୁ ସେମାନଙ୍କ ଘରୁ ଗିରଫ କରାଯାଇଥିଲା। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ତତ୍ତ୍ଵାବଧାନରେ ଏସିଏଫଙ୍କ ନେତୃତ୍ୱରେ ବନ କର୍ମଚାରୀମାନଙ୍କ ଏକ ଟି ଶିକାରୀଙ୍କୁ ଚିହ୍ନଟ କରି ସେମାନଙ୍କ ଘରୁ ଗିରଫ କରିବାରେ ସଫଳ ହୋଇଛନ୍ତି। ବନ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରି ଗିରଫ ଶିକାରୀଙ୍କୁ କୋର୍ଟ ଚାଲାଣ କରାଯାଇଛି। ଶିମିଳିପାଳରେ ଦିନକୁ ଦିନ ଶିକାରୀଙ୍କ ଉପଦ୍ରବ ବଢିଚାଲିଥିବାବେଳେ AI କ୍ୟାମେରା ଯୋଗୁ ବନବିଭାଗକୁ ମିଳିଛି ବଡ଼ ସଫଳତା ।
ଇଟିଭି ଭାରତ, ମୟୂରଭଞ୍ଜ