ଅନୁଗୋଳ:ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ପାଇଁ ଗଲା ଦୃଷ୍ଟି ଶକ୍ତି । ଅସ୍ତ୍ରୋପଚାର ପରେ ଆଉ ଦେଖିପାରୁ ନାହାନ୍ତି କିଛି ବ୍ୟକ୍ତି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲ୍ଲାର ଏକ ଘରୋଇ ଆଖି ହସ୍ପିଟାଲରେ । ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପରେ ଦୃଷ୍ଟି ଶକ୍ତି ହରାଇଛନ୍ତି 13 ଜଣ ବ୍ୟକ୍ତି । ଏହି ଘଟଣା ପ୍ରଘଟ ହେବା ପରେ ପ୍ରଶାସନ ନିଜ ଆଡୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଉକ୍ତ ଆଇ ହସ୍ପିଟାଲ ସିଲ୍ କରିିଛି ଜିଲ୍ଲା ପ୍ରଶାସନ ।
ଅନୁଗୋଳ ବ୍ଲକ ଇଙ୍କର ବନ୍ଦ ଗାଁର ଗୋପାଳ ଚନ୍ଦ୍ର ସାହୁ । ଯିଏ କି ଗତ 20 ତାରିଖରେ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପରେ ଆଉ ଗୋଟିଏ ଆଖିରେ ଦେଖି ପାରୁ ନାହାନ୍ତି । ଅନୁଗୋଳ ସହର ଅମଲା ପଡ଼ାରେ ଥିବା ପ୍ରଧାନ ଆଇ କେୟାର ହସ୍ପିଟାଲରେ ଘଟିଛି ଏହି ଘଟଣା । ଡାକ୍ତରଙ୍କ ଖାମଖିଆଲ ନୀତି ପାଇଁ ଏବେ ରୋଗୀ ହେଉଛନ୍ତି ହନ୍ତସନ୍ତ । ଅନ୍ୟ କେହି କେହି ମଧ୍ୟ ଦୃଷ୍ଟି ଶକ୍ତି ହରାଇ ଥିବା ଅଭିଯୋଗ ହୋଇଛି । ମୋତିଆ ବିନ୍ଦୁ ଅସ୍ତ୍ରୋପଚାର ପରେ ଆଖିରେ ସଂକ୍ରମଣ କାରଣରୁ ଦୃଷ୍ଟି ଶକ୍ତି ହରାଇଛନ୍ତି ମୋତିଆ ବିନ୍ଦୁ ଅସ୍ତ୍ରୋପଚାର କରିଥିବା ରୋଗୀ । ଯାହାର ପରିଣାମ ଭୋଗୁଛନ୍ତି 13 ଜଣ ନିରହ ବ୍ୟକ୍ତି । ଆଗକୁ ତାଙ୍କର ଦୃଷ୍ଟି ଶକ୍ତି ଫେରିବ କି ନାହିଁ ତାହା ସନ୍ଦେହ । କେବଳ ଗୋପାଳ ଏକା ନୁହଁନ୍ତି । ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୧୩ ବ୍ୟକ୍ତି ସମାନ ଦଶା ଭୋଗୁଛନ୍ତି ।
ଏହା ମଧ୍ୟ ପଢନ୍ତୁ ....ପୋଲିସ ପଞ୍ଝାରେ ନକଲି ଡ଼ାକ୍ତର, ସରକାରୀ ହସ୍ପିଟାଲରେ ଡୁପ୍ଲିକେଟ୍ ସାର୍ଟିଫିକେଟ ଦେଇ କରୁଥିଲା ଚାକିରି - fake doctor arrested