ଓଡିଶା

odisha

ETV Bharat / state

ଆଜାଦ ହିନ୍ଦ୍‌ ଫୌଜର ପ୍ରତିଷ୍ଠାତା ନେତାଜୀଙ୍କ ୧୨୭ତମ ଜୟନ୍ତୀ ପାଳିତ - ନେତାଜୀଙ୍କ ୧୨୭ତମ ଜୟନ୍ତୀ

Birth Anniversary Of Netaji Subhash Bose: ସ୍ବାଧୀନତା ସଂଗ୍ରାମୀ ସୁବାଷ ଚନ୍ଦ୍ର ବୋଷଙ୍କ ଆଜି ୧୨୭ତମ ଜନ୍ମ ଜଯନ୍ତୀ । ଏହି ଅବସରରେ ମାଲକାନଗିରି ଜିଲ୍ଲା ସଦରମହକୁମା ସୁବାଷ ବୋଷ ଛକ ଠାରେ ସୁବାଷ ବୋଷଙ୍କ ଜୟନ୍ତୀ ଆଡ଼ମ୍ବର ସହକାରେ ପାଳନ ହୋଇଯାଇଛି । ଅଧିକ ପଢ଼ନ୍ତୁ

ନେତାଜୀଙ୍କ ୧୨୭ତମ ଜୟନ୍ତୀ
ନେତାଜୀଙ୍କ ୧୨୭ତମ ଜୟନ୍ତୀ

By ETV Bharat Odisha Team

Published : Jan 23, 2024, 10:32 PM IST

ନେତାଜୀଙ୍କ ୧୨୭ତମ ଜୟନ୍ତୀ

ମାଲକାନଗିରି: ଆଜାଦ ହିନ୍ଦ ଫୌଜର ପ୍ରତିଷ୍ଠାତା ତଥା ମହାନ ସ୍ବାଧୀନତା ସଂଗ୍ରାମୀ ସୁବାଷ ଚନ୍ଦ୍ର ବୋଷଙ୍କ ଆଜି ୧୨୭ତମ ଜନ୍ମ ଜଯନ୍ତୀ । ଏହି ଅବସରରେ ମାଲକାନଗିରି ଜିଲ୍ଲା ସଦରମହକୁମା ସୁବାଷ ବୋଷ ଛକ ଠାରେ ସୁବାଷ ବୋଷଙ୍କ ଜୟନ୍ତୀ ଆଡ଼ମ୍ବର ସହକାରେ ପାଳନ ହୋଇଯାଇଛି । ସ୍ଥାନୀୟ ନେତାଜୀ ସୁଭାଷ ବୋଷ ଟାଉନ କ୍ଲବ ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଏସଡିପିଓସଚିନ୍ ପଟିଲ, ତହସିଲଦାର ନରସିଂହ ଗାଦବା ଯୋଗଦେଇ ସୁବାଷ ବୋଷ ଛକଠାରେ ସ୍ଥାପିତ ନେତାଜୀଙ୍କ ବିରାଟକାୟ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସ୍ମୃତି ଚାରଣ କରିଥିଲେ । ଏହାସହ ନେତାଜୀଙ୍କ ବହୁମୂଖୀ ପ୍ରତିଭା ସମ୍ପର୍କରେ ଉଦବୋଧନ ଦେଇଥିଲେ ।

ଅନୁରୂପ ଟାଉନ କ୍ଲବ ପରିସରରେ କ୍ଲବର ସଭାପତି ଡି. ଚିନ୍ନା ରାଓଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବନବାସୀ ଗବେଷକ ରତ୍ନାକର ଦାସ, ସମ୍ମାନିତ ଅତିଥି ଭାବେ ଶିକ୍ଷାବିତ ପ୍ରକାଶ ଚନ୍ଦ୍ର ପଟ୍ଟନାୟକ ବରିଷ୍ଠ ନାଗରିକ ଗଙ୍ଗାଧର ବୁରୁଦା ଉପସ୍ଥିତ ରହି ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଦେଶ ସ୍ବାଧୀନତା ପାଇଁ ନେତାଜୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା ବୋଲି କହି ତାଙ୍କର ବହୁମୂଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶଙ୍କର ପାଣିଗ୍ରାହୀ,ଜି ଶ୍ରୀନିବାସ ରାଓ (ଚିଟ୍ଟି) ,ଏମ୍. ବାଲାରାଜୁ ପି. କେଶୁ ରାଓ, ପର୍ଶୁରାମ ଭକ୍ତ,ପଦ୍ମନ ପାଙ୍ଗି ପ୍ରମୁଖ କ୍ଲବର ସଦସ୍ୟ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

ଅନ୍ୟପକ୍ଷେ ପବିତ୍ର ନେତାଜୀ ସୁଭାଷ ବୋଷଙ୍କ ୧୨୭ତମ ଜୟନ୍ତୀ ଉତ୍ସବ ଅବସରରେ ସହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ମାଟି ତେନ୍ତୁଳି ଗୁମା ଠାରୁ ଦୀର୍ଘ ୭୭ କିଲୋମିଟର ଦୂର ମାଲକାନଗିରି ଜିଲ୍ଲାକୁ ସାଇକେଲ ଯାତ୍ରା କରିଛନ୍ତି କୋରାପୁଟ ଜିଲ୍ଲା ସିମିଳିଗୁଡା ଗ୍ରାମର ଏସ. ଚିନ୍ନା ରାଓ ନାମକ ଜଣେ ବୃଦ୍ଧ । ବର୍ତ୍ତମାନ ପରିସ୍ଥିତିରେ ସମଗ୍ର ଦେଶ ଓ ରାଜ୍ୟ ଗୁଡ଼ିକରେ ପରିବେଶ ଦୂଷିତ ହେବା ସହିତ ସବୁଜ ଜଙ୍ଗଲ ଧ୍ବଂସ ହେବାକୁ ବସିଲାଣି । ପ୍ରତ୍ୟେକ ସ୍ଥାନରେ ବୃକ୍ଷ ରୋପଣ କରି ଜଙ୍ଗଲ ସୁରକ୍ଷିତ ରଖିବା ପ୍ଲାଷ୍ଟିକ ଜରି ବର୍ଜନ କରି ପରିବେଶକୁ ସୁରକ୍ଷିତ ରଖିବା ସହିତ ସ୍ବଚ୍ଛ ଭାରତର ସଚେତନତା ବାର୍ତ୍ତା ଲୋକମାନଙ୍କ ନିକଟରେ ପହଞ୍ଚାଇବା ତାଙ୍କ ଯାତ୍ରାର ମୁଖ୍ୟ ଉଦ୍ଦେଶ୍ୟ ରହିଛି ବୋଲି ରାଓ ପ୍ରକାଶ କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ.....ନେତାଜୀ ଓ ସୁରେନ୍ଦ୍ର ସାଏ ଜୟନ୍ତୀ ଅବସରରେ ତ୍ରିରଙ୍ଗା ଯାତ୍ରା

ତେବେ ଚିନ୍ନା ରାଓ ତେନ୍ତୁଳି ଗୁମରେ ପହଞ୍ଚିବା ପରେ ସେଠାରେ ସହୀଦ ଲକ୍ଷ୍ମଣ ନାଏକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଏହାସହ ସହିଦଙ୍କ ପରିବାରଙ୍କ ଭେଟିବା ସହିତ ତେନ୍ତୁଳି ଗୁମା ଗ୍ରାମରେ କିଛି ବୃକ୍ଷ ରୋପଣ କରି ଜଙ୍ଗଲ ରକ୍ଷା ଓ ପରିବେଶ ସୁରକ୍ଷାର ବାର୍ତ୍ତା ଦେଇଥିଲେ । ମାଲକାନଗିରିରେ ପହଞ୍ଚିଲା ପରେ ସ୍ଥାନୀୟ ସୁବାଷ ବୋଷ ଛକଠାରେ ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନ ଓ ମାଲକାନଗିରିର ବିଶିଷ୍ଟ ବ୍ୟକ୍ତି ବିଶେଷ ଓ ସୁବାଷ ବୋଷ ଟାଉନ କ୍ଲବର ସଦସ୍ୟମାନେ ଚିନ୍ନା ରାଓଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇଥିଲେ । ଚିନ୍ନା ରାଓ ଜଣେ ବହୁମୂଖୀ ପ୍ରତିଭାର ବ୍ୟକ୍ତି ଅଟନ୍ତି । ପୂର୍ବରୁ ସେ ଦେଓମାଳି ଓ ପୁଟଶିଲ ପାର୍ବତ୍ୟ ରୋହଣ କରି ବିଏସଏଫ ପକ୍ଷରୁ ସମ୍ମାନିତ ହେବା ସହିତ ଅନ୍ୟାନ୍ୟ ସଚେତନତା ବାର୍ତ୍ତା ଦେଇ ପରବ ଓ ବିଭିନ୍ନ ସଂସ୍ଥା ପକ୍ଷରୁ ସମ୍ମାନିତ ଓ ପୁରସ୍କୃତ ହୋଇଛନ୍ତି । ବୃଦ୍ଧ ବୟସରେ ମଧ୍ୟ ତାଙ୍କର ସାଇକେଲ ଚାଳନା ଓ ସଚେତନତା ବାର୍ତ୍ତା ଦେବା ଘଟଣା ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛି ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details