ଓଡିଶା

odisha

ETV Bharat / state

ବିଜେପି ସରକାରକୁ ୧୦୦ ଦିନ, ପୁରୀ ଶରଧାବାଲିରେ ପୂର୍ତ୍ତି ପାଳିବେ ମୋହନ ସରକାର - 100 DAYS OF BJP GOVT - 100 DAYS OF BJP GOVT

100 Days Of BJP Govt In Odisha: ମୋହନ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଉତ୍ସବ । ଆସନ୍ତାକାଲି ପୁରୀ ଶରଧାବାଲିରେ ବିଜେପିର ବିଶାଳ କାର୍ଯ୍ୟକ୍ରମ । ପଢନ୍ତୁ ପୂରା ଖବର ।

100days Of BJP Govt
100days Of BJP Govt (ETV Bharat Odisha)

By ETV Bharat Odisha Team

Published : Sep 18, 2024, 12:35 PM IST

ପୁରୀ:ବିଜେପି ପାଳିବ ରାଜ୍ୟ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଉତ୍ସବ । ଆସନ୍ତାକାଲି ସେପ୍ଟେମ୍ବର ୧୯ ଗୁରୁବାର ପୁରୀ ଶରଧାବାଲିରେ ବିଜେପି ସରକାର ଗଠନର ପ୍ରଥମ ୧୦୦ ଦିନ ପୂର୍ତ୍ତି ଉତ୍ସବ ପାଳନ କରାଯିବ । ଏଥିପାଇଁ ପୁରୀ ଗସ୍ତ କରି କାର୍ଯ୍ୟକ୍ରମ ପ୍ରସ୍ତୁତି ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ମନ୍ତ୍ରୀ, ବିଧାୟକ, ସାଂସଦ ଏବଂ ଦଳୀୟ କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ।

Deputy CM Reviews programme preparations in Puri (ETV Bharat Odisha)

ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା:

ରାଜ୍ୟରେ ବିଜେପି ସରକାରର ୧୦୦ ଦିନ ପୂର୍ତ୍ତି ଉତ୍ସବ ପାଇଁ କରାଯାଇଥିବା ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଗତକାଲି(ମଙ୍ଗଳବାର) ସନ୍ଧ୍ୟାରେ ପୁରୀ ଶରଧା ବାଲିରେ ଉପ ମୁଖ୍ୟମନ୍ତ୍ରୀ ପହଞ୍ଚି କାର୍ଯ୍ୟକ୍ରମ ପ୍ରସ୍ତୁତି ତଦାରଖ କରିଥିଲେ । ପୁରୀ ଜିଲ୍ଲାପାଳ, ଏସପି, ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପାଇଁ କିଭଳି ପ୍ରସ୍ତୁତି ହୋଇଛି ତାହାକୁ ଉପମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

Deputy CM Reviews programme preparations in Puri (ETV Bharat Odisha)
'ଜଗନ୍ନାଥଙ୍କ ଆଶୀର୍ବାଦରୁ ସରକାରକୁ ଆସିଥିଲୁ'ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, "ଆସନ୍ତାକାଲି (୧୯ ତାରିଖ) ଓଡି଼ଶାରେ ବିଜେପି ସରକାର ଗଠନ ହେବାର ୧୦୦ ଦିନ ପୂରିବ । ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇ ଆମେ ସରକାରକୁ ଆସିଥିଲୁ । ସରକାର ଗଠନ ହେବା ପରେ କ୍ୟାବିନେଟ୍ ମନ୍ତ୍ରିମଣ୍ଡଳ ପ୍ରଥମେ ଜଗନ୍ନାଥଙ୍କ ଶରଣାପନ୍ନ ହୋଇଥିଲୁ । ଏଣୁ ବିଜେପି ସରକାର ଶହେ ଦିନ ପୂରଣ କରିବା ଅବସରରେ ପୁରୀ ଶରଧା ବାଲିରୁ ୧୦୦ ଦିନ ପୂର୍ତ୍ତି ପାଳନ ଉତ୍ସବ ଆରମ୍ଭ ହେବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ଏହା ପରେ ପ୍ରତି ଜିଲ୍ଲାରେ ଏହି ୧୦୦ ଦିନ ପୂର୍ତ୍ତି କାର୍ଯ୍ୟକ୍ରମ ପାଳନ ହେବ । କିନ୍ତୁ ପ୍ରଥମେ ଶ୍ରୀକ୍ଷେତ୍ରରୁ ଏହି କାର୍ଯ୍ୟକ୍ରମ ଆସନ୍ତା ୧୯ରୁ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ସରକାରଙ୍କ ସଫଳତାର ପ୍ରଦର୍ଶନୀ ମଧ୍ୟ ହେବ । ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇ ବିଜେପି ଆଗାମୀ ଦିନରେ ଓଡି଼ଶାବାସୀଙ୍କ ଉନ୍ନତି ପାଇଁ ଆହୁରି ଜୋରଦାର କାର୍ଯ୍ୟ କରିବ ।"
Deputy CM Reviews programme preparations in Puri (ETV Bharat Odisha)

'ଯାହା କହିଥିଲୁ, କରିଛୁ'
ପୁରୀର ପୂର୍ବତନ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, "ଓଡି଼ଶାରେ ବିଜେପି ସରକାର ଗଠନର ୧୦୦ ଦିନ ପୂର୍ତ୍ତି ପୁରୀରେ ପାଳନ ହେବ । ଏହା ପ୍ରଥମେ ପୁରୀରୁ ଆରମ୍ଭ ହେଉଥିବାରୁ ଆମେ ସମସ୍ତେ ଉତ୍ସାହିତ ଅଛୁ । ଜିଲ୍ଲାରୁ ବହୁ ନେତା, କର୍ମୀ, ଆସିବେ। ରାଜ୍ୟ ମନ୍ତ୍ରିମଣ୍ଡଳ ସଦସ୍ୟ, ବିଜେପିର ସାଂସଦମାନେ ମଧ୍ୟ ଆସିବେ। ଏହା ଏକ ଭଲ କାର୍ଯକ୍ରମ । ଏହାକୁ ନେଇ ସମସ୍ତେ ଉତ୍ସାହିତ ଅଛନ୍ତି । ଆମେ ଯାହା କହିଥିଲୁ ତାହା ଆମେ ୧୦୦ ଦିନ ମଧ୍ୟରେ ପୂରଣ କରିଛୁ । ଏଣୁ ଶହେ ଦିନ ପୂର୍ତ୍ତି ଉତ୍ସବକୁ ଖୁବ ଧୁମଧାମରେ ପାଳନ କରାଯିବ ।

ଏହା ବି ପଢନ୍ତୁ...ମୋହନ ସରକାରକୁ ପୂରିବ 100 ଦିନ; ମୋଦିଙ୍କୁ ଡାକି ହାଇଡ୍ରାମା କରୁଛନ୍ତି କହିଲେ ବିରୋଧୀ - Subhadra Yojana politics

ଏହା ବି ପଢନ୍ତୁ...ଓଡ଼ିଶାରେ 'ସୁଭଦ୍ରା' ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ୨୫ ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଗଲା ଟଙ୍କା - SUBHADRA YOJANA

ଏହା ବି ପଢନ୍ତୁ...ଘରେ ଘରେ ବିଜେପି ମିଛକୁ କରନ୍ତୁ ପର୍ଦ୍ଦାଫାଶ କହିଲେ ନବୀନ; କାଉଣ୍ଟର କଲା ବିଜେପି; ‘ସୁଭଦ୍ରା’ ଦେଖି ଭୟଭୀତ ବିଜେଡି - Biju Mahila Janata Dal meeting

ଏହା ବି ପଢନ୍ତୁ...ନବୀନଙ୍କ ପୂଜା ମଣ୍ଡପ ବୁଲାକୁ ନେଇ ଟାର୍ଗେଟ କଲା ବିଜେପି - BJP On Naveen Visits Puja Mandap

ସୁରକ୍ଷା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା:
ପୁରୀ ଏସପି ପିନାକ ମିଶ୍ର କହିଛନ୍ତି, " ଆସନ୍ତାକାଲି (୧୯ ତାରିଖ) ମୁଖ୍ୟମନ୍ତ୍ରୀଙ୍କ ସହିତ କ୍ୟାବିନେଟ ମନ୍ତ୍ରୀ , ସମସ୍ତ ବିଧାୟକ, ସାଂସଦମାନେ ପୁରୀ ଆସିବେ। ସରଧା ବାଲିରେ ନୂଆ ସରକାରର ୧୦୦ ଦିନ ପୂର୍ତ୍ତି ଉତ୍ସବରେ ଯୋଗଦେବେ । ସେଥିପାଇଁ ବ୍ୟାପକ ଆୟୋଜନ କରାଯାଇଛି । କାର୍ଯ୍ୟକ୍ରମ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଯେହେତୁ ୧୫ରୁ ରୁ ୨୦ ହଜାର ଲୋକଙ୍କ ସମାଗମ ହେବା ଅନୁମାନ କରାଯାଉଛି । ଭିଡ଼ ନିୟନ୍ତ୍ରଣ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି । ଏହା ସହିତ ପାର୍କିଂ, ଟ୍ରାଫିକ ସୁପରିଚାଳନା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି। ଭିଭିଆଇପିଙ୍କ ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ଅତିଥିମାନେ ଶ୍ରୀମନ୍ଦିର ଯିବାର କାର୍ଯ୍ୟକ୍ରମ ରହୁଥିବାରୁ ଶ୍ରୀମନ୍ଦିରରେ ମଧ୍ୟ ସ୍ଵତନ୍ତ୍ର ବ୍ୟବସ୍ଥା ହୋଇଛି । କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ବିଭାଗକୁ ନେଇ ବୈଠକ ଅନୁଷ୍ଠିତ ହୋଇଛି। ୩୫ ରୁ ୪୦ ପ୍ଲାଟୁନ ପୋଲିସ ଫୋର୍ସ ସୁରକ୍ଷା ଦାୟିତ୍ଵରେ ରହିବେ । ଜିଲ୍ଲା ବାହାରୁ ମଧ୍ୟ ଅଭିଜ୍ଞ ଅଫିସରଙ୍କୁ ମଧ୍ୟ ସୁରକ୍ଷା ଦାୟିତ୍ବରେ ନିୟୋଜିତ କରାଯିବାର ଯୋଜନା ରହିଛି । "

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details