ଓଡିଶା

odisha

ETV Bharat / state

ଅନ୍ତର୍ଜାତୀୟ ମହିଳା ଦିବସ; ପିଙ୍କ ପାୱାର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହେଲେ ୧୦ ଜିଲ୍ଲାର ସଫଳ ମହିଳା

Successful Ladies Honored On Women's Day: ଅନ୍ତର୍ଜାତୀୟ ମହିଳା ଦିବସ ପାଇଁ ଉତ୍ସବମୁଖର ସାରା ଦେଶ । ଏହି ଅବସରରେ ବରଗଡ଼ରେ ନିଆରା ଢଙ୍ଗରେ ମହିଳା ଦିବସ ପାଳନ କରାଯାଇଛି । ଜିଲ୍ଲାରେ ଆୟୋଜିତ ପିଙ୍କ ପାୱାର ନାମକ କାର୍ଯ୍ୟକ୍ରମରେ ୧୦ ଜିଲ୍ଲାର ସଫଳ ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଅଧିକ ପଢନ୍ତୁ

By ETV Bharat Odisha Team

Published : Mar 8, 2024, 3:30 PM IST

ଅନ୍ତର୍ଜାତୀୟ ମହିଳା ଦିବସ; ପିଙ୍କ ପାୱାର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହେଲେ ୧୦ ଜିଲ୍ଲାର ସଫଳ ମହିଳା
ଅନ୍ତର୍ଜାତୀୟ ମହିଳା ଦିବସ; ପିଙ୍କ ପାୱାର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହେଲେ ୧୦ ଜିଲ୍ଲାର ସଫଳ ମହିଳା

ଅନ୍ତର୍ଜାତୀୟ ମହିଳା ଦିବସ; ପିଙ୍କ ପାୱାର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ହେଲେ ୧୦ ଜିଲ୍ଲାର ସଫଳ ମହିଳା

ବରଗଡ଼:ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ସାରା ଦେଶରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଥାଏ । ଏହି ଅବସରରେ ବରଗଡରେ ନିଆରା ଢଙ୍ଗରେ ଏହି ମହିଳା ଦିବସକୁ ପାଳନ କରିଛନ୍ତି ବରଗଡର ମହିଳା ମାନେ । ବରଗଡର ଇଣ୍ଡିଆନ ବିଉଟି କାଉନସିଲ ପକ୍ଷରୁ ପିଙ୍କ ପାୱାର ନାମକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇ ବରଗଡରେ ନିଆରା ଢଙ୍ଗରେ ଏହି ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି । ଜିଲ୍ଲାରେ ଆୟୋଜିତ ପିଙ୍କ ପାୱାର ନାମକ କାର୍ଯ୍ୟକ୍ରମରେ ୧୦ ଜିଲ୍ଲାର ସଫଳ ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ପଶ୍ଚିମ ଓଡ଼ିଶାର ମହିଳା ମାନଙ୍କୁ ସମାଜରେ ଆଗେଇ ଆସି ନିଜର କଳା ଓ ପ୍ରତିଭାକୁ ଉଜାଗର କରିବାକୁ ଉତ୍ସାହିତ କରିବା ଏବଂ ପ୍ରେରଣା ଯୋଗେଇବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଅଟେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ସଫଳତା ପ୍ରାପ୍ତ କରିଥିବା ମହିଳା ମାନଙ୍କୁ ସମ୍ମାନିତ କରାଯାଇଥାଏ । ତେବେ ବରଗଡରେ ପ୍ରତିବର୍ଷ ପରି ଆଜିର ଦିନରେ ମଧ୍ୟ ଏହି ପିଙ୍କ ପାୱାର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏଥିରେ ୧୦ ଜିଲ୍ଲାର ସଫଳ ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି ।

ନିଜର ଉଚ୍ଚ କୋଟିର କଳା ପ୍ରଦର୍ଶନ କରି ଓଡ଼ିଶୀ ନୃତ୍ୟର ପ୍ରଚାର ପ୍ରସାର କରିଆସୁଥିବା ବରଗଡର ଝିଅ ଅଭିପ୍ସା ପତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ବଲାଙ୍ଗିର ଜିଲ୍ଲାର ଲେଖିକା, ଗାଳ୍ପିକା, ପ୍ରବଚିକା ଏଲୋରା ମିଶ୍ର, କଳାହାଣ୍ଡି ଜିଲ୍ଲାର ଗାୟିକା, ଉଦଘୋଷିକା, ନୃତ୍ୟଶିଳ୍ପୀ ନମିତା ମିଶ୍ର, ସୁବର୍ଣ୍ଣପୁର ଜିଲ୍ଲାର କ୍ୟାନ୍ସର ଯୋଦ୍ଧା ତଥା ସୁବର୍ଣା ନାରାୟଣ କେନ୍ଦ୍ରର ପ୍ରତିଷ୍ଠାତା ମିନା ମହାରଣା, ସୁନ୍ଦରଗଡ ଜିଲ୍ଲାରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅବଦାନ ପାଇଁ ମାତିଲଦା କୁଲୁ, ଝାରସୁଗୁଡା ଜିଲ୍ଲାର ଆଦିବାସୀ ମହିଳାଚାଷୀ ମଞ୍ଜୁଲତା ନାଏକ, ବୌଦ୍ଧ ଜିଲ୍ଲାର ଅନ୍ତର୍ଜାତୀୟ ସୁନ୍ଦରୀ ଭାବେ ମନୋନୀତ ହୋଇଥିବା ଓ ଦେଶରେ ବିଭିନ୍ନ ଜାଗାରେ ବିଜେତା ହୋଇଥିବା ସୁପ୍ରିୟା ମିଶ୍ର, ସମ୍ବଲପୁର ଜିଲ୍ଲା ଦକ୍ଷତା ବିକାଶ କରି ନାରୀ ମାନଙ୍କୁ ରୋଜଗାରକ୍ଷମ କରିପଡ଼ିଥିବା ରଞ୍ଜନା ଆଦେଶରାଙ୍କୁ ଏବଂ ନୂଆପଡ଼ା ଜିଲ୍ଲାର ସମାଜସେବା କାର୍ଯ୍ୟ କରୁଥିବା ଚେତନା ସଂଗଠନର ପ୍ରତିଷ୍ଠାତା ସୋନାଲି ପାଣିଗ୍ରାହୀଙ୍କୁ ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି । ପରେ ସମ୍ବଲପୁରୀ ହବ୍ ଦ୍ୱାରା ମହିଳାଙ୍କ ଫ୍ୟାଶନ୍ ଶୋ' ଆୟୋଜିତ ହୋଇଥିଲା ।

ଜିଲ୍ଲାର ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ଠାରେ ଇଣ୍ଡିଆନ ବିଉଟି କାଉନ୍ସିଲ ପକ୍ଷରୁ ପିଙ୍କ ପାୱାର ୨୪ ନାମରେ ହୋଇଥିବା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମହିଳା ମାନଙ୍କ ଦ୍ଵାରା ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ଏବଂ ମହିଳା ମାନଙ୍କ ଆତ୍ମନିର୍ଭରଶୀଳତା, ସ୍ଵତନ୍ତ୍ରତା ଏବଂ ସ୍ବାବଲମ୍ବୀ ପାଇଁ ସଚେତନତା ବାର୍ତ୍ତା ପ୍ରଦାନ କରଯାଇଥିଲା । ବାପୁଜୀ ସ୍ଵତନ୍ତ୍ର ବିଦ୍ୟାଳୟର ଦିବ୍ୟାଙ୍ଗ ଝିଅ ମାନଙ୍କ ଦ୍ଵାରା ଫ୍ୟାଶନ ଶୋ' କରାଯାଇ ସେମାନଙ୍କ ମନରେ ମଧ୍ୟ ଆଗକୁ ବଢିବାର ବନୋବଳ ଭରିଦିଆଯାଇଥିଲା ।

ଏହା ମଧ୍ୟ ପଢନ୍ତୁ:ମହିଳା ଦିବସ; ସଚେତନ ଆଦିବାସୀ ମହିଳାଙ୍କ ହାତରେ ସୁରକ୍ଷିତ କୋରାପୁଟର ପ୍ରଗତି ଧାରା

ଇଟିଭି ଭାରତ, ବରଗଡ଼

ABOUT THE AUTHOR

...view details