ଓଡିଶା

odisha

ETV Bharat / sports

ଲାଲ୍‌ ରଙ୍ଗର ବଲ୍‌ରେ କାହିଁକି ଖେଳାଯାଏ ଟେଷ୍ଟ କ୍ରିକେଟ ? ଜାଣନ୍ତୁ ଧଳା ବଲ କାହିଁକି ଅଲଗା, - Red ball in Test Cricket - RED BALL IN TEST CRICKET

Red ball use in Test Cricket : ସାଧାରଣତଃ ଟେଷ୍ଟ କ୍ରିକେଟରେ ଲାଲ ରଙ୍ଗର ବଲ୍‌ ହିଁ ବ୍ୟବହାର ହୋଇଥାଏ । ତେବେ ଧଳା ରଙ୍ଗର ବଲରେ ସୀମିତ ଓଭର କ୍ରିକେଟ ଖେଳାଯାଉଥିବାବେଳେ ଟେଷ୍ଟ କ୍ରିକେଟରେ କାହିଁକି ଏହାକୁ ବ୍ୟବହାର କରାଯାଏନି ? ଜାଣନ୍ତୁ,

Red ball in Test Cricket
Red ball in Test Cricket (ETV Bharat Odisha)

By ETV Bharat Sports Team

Published : Sep 24, 2024, 5:35 PM IST

ହାଇଦ୍ରାବାଦ : ବିଶ୍ବରେ ଏବେ ଯେତେ ପ୍ରକାର ଖେଳ ରହିଛି, ସେଗୁଡ଼ିକ ମଧ୍ୟରୁ ସବୁଠାରୁ ବେଶୀ ଲୋକପ୍ରିୟ ଖେଳ ମଧ୍ୟରୁ ଗୋଟିଏ ହେଉଛି 'କ୍ରିକେଟ' । ଆପଣଙ୍କୁ କହି ରଖୁଛୁ, କ୍ରିକେଟ ଇତିହାସରେ ସର୍ବପ୍ରଥମେ ଟେଷ୍ଟ କ୍ରିକେଟ ଖେଳାଯାଇଥିଲା । କ୍ରିକେଟ ଇତିହାସରେ ସର୍ବପ୍ରଥମେ 1877 ମସିହାରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଟେଷ୍ଟ ଖେଳାଯାଇଥିଲା । ଏହାର ଅନେକ ଦଶକ ପରେ ଯେତେବେଳେ ଦିନିକିଆ କ୍ରିକେଟର ଆଗମନ ହୋଇଥିଲା, ସେତେବେଳେ ଧଳା ବଲର ବ୍ୟବହାର ହୋଇଥିଲା ।

Test Cricket File Photo (Getty Image)

ହେଲେ ଦୀର୍ଘ ଦିନରୁ ଟେଷ୍ଟ ରେଡ-ବଲ୍‌ରେ ବା ଲାଲ୍‌ ରଙ୍ଗର ବଲରେ ଟେଷ୍ଟ କ୍ରିକେଟ ଖେଳାଯାଉଥିଲା । ତେବେ ସାଧାରଣ ଲୋକଙ୍କ ମନରେ ଅନେକ ସମୟରେ ପ୍ରଶ୍ନ ଆସେ, ଟେଷ୍ଟ କ୍ରିକେଟ ଲାଲ ରଙ୍ଗର ବଲରେ କାହିଁକି ଖେଳାଯାଏ ? କାହିଁକି ଧଳା ରଙ୍ଗର ବଲରେ କେବଳ ସୀମିତ ଓଭର କ୍ରିକେଟ ହିଁ ଖେଳାଯାଏ ? ଆମେ ଆପଣଙ୍କୁ ଏଠାରେ ଏହାର କିଛି କାରଣ କହିବାକୁ ଯାଉଛୁ ।

Virat Kohli (ETV Bharat)

ରେଡ୍‌-ବଲ୍‌ ଶୀଘ୍ର ପୁରୁଣା ହୁଏ ନାହିଁ :-

ଅନେକ କାରଣରୁ ଟେଷ୍ଟ କ୍ରିକେଟରେ ଧଳା ବଲ ପରିବର୍ତ୍ତେ ଲାଲ୍‌ ରଙ୍ଗର ବଲ ବା ରେଡ୍‌-ବଲ୍‌ର ବ୍ୟବହାର ହୋଇଥାଏ । ସେଥିମଧ୍ୟରୁ ଗୋଟିଏ ପ୍ରମୁଖ କାରଣ ହେଉଛି ରେଡ-ବଲ୍‌ ଶୀଘ୍ର ପୁରୁଣା ହୁଏ ନାହିଁ । ଗୋଟିଏ ଟେଷ୍ଟ ମ୍ୟାଚ୍‌ରେ ସାଧାରଣତଃ ଦିନକୁ 90 ଓଭର ବୋଲିଂ କରାଯାଏ । ଏଭଳି ପରିସ୍ଥିତିରେ ଧଳା ବଲ୍‌ ଅପେକ୍ଷା ଲାଲ୍‌ ବଲ୍‌ ଅଧିକ ଉପଯୁକ୍ତ ସାବ୍ୟସ୍ତ ହୋଇଥାଏ । ରେଡ୍‌-ବଲ୍‌ ପ୍ରାୟ 70-80 ଓଭର ପର୍ଯ୍ୟନ୍ତ ଖରାପ ନହୋଇ କାମ କରେ । ଯାହା ଧଳା ବଲ୍‌ କ୍ଷେତ୍ରରେ ମୁସ୍କିଲ । ସେଥିପାଇଁ ତ, ଟେଷ୍ଟ ମ୍ୟାଚ୍‌ରେ 80 ଓଭର ପରେ ପୁରୁଣା ବଲ୍‌ ବଦଳାଇ ନୂଆ ବଲ୍‌ ଆଣିବାର ନିୟମ ରହିଛି ।

R Ashwin (AP Photo)

ଭଲ ସ୍ପିନ ଓ ସ୍ବିଙ୍ଗ ଦିଏ :-

ଧଳା ବଲ୍‌ ଅପେକ୍ଷା ରେଡ୍‌ ବଲ୍‌ରେ ଅଧିକ ଭଲ ସ୍ପିନ ଓ ସ୍ବିଙ୍ଗ ଦେଖିବାକୁ ମିଳିଥାଏ । ଏପରି ହେଲେ ବୋଲିଂ କରୁଥିବା ଦଳକୁ ସୁବିଧା ହୋଇଥାଏ । ଯଦି ଧଳା ବଲ୍‌ରେ ଟେଷ୍ଟ ମ୍ୟାଚ୍‌ ଖେଳାଯିବ, ସେଥିରେ କମ୍‌ ସ୍ପିନ ଓ ସ୍ବିଙ୍ଗ କାରଣରୁ ବ୍ୟାଟରମାନଙ୍କୁ ଖେଳିବାରେ ଓ ରନ ସ୍କୋର କରିବାରେ ସହଜ ହେବ । ଫଳରେ ଗୋଟିଏ ଗୋଟିଏ ମ୍ୟାଚ୍‌ରେ ବହୁ ସ୍କୋର ହୋଇଯିବ । ଏପରି ହେଲେ ଟେଷ୍ଟ କ୍ରିକେଟର ମଜା ଆଉ ରହିବ ନାହିଁ ।

Jasprit Bumrah (ANI Photo)

ଏହା ବ୍ୟତୀତ ରେଡ୍‌-ବଲ ଉପରେ ଥିବା ସିମ୍‌ (ଲାଇନ୍‌) ଦ୍ବାରା ଏହାକୁ ଭଲ ଭାବରେ ଧରିବା ଏବଂ ଅଧିକ ଗତି ଦେଇ ବୋଲିଂ କରିବାରେ ବୋଲରଙ୍କୁ ସହାୟକ ହୁଏ ।

Rohit Sharma (AP Photo)

ରିଭର୍ସ ସ୍ବିଙ୍ଗ ହୋଇନଥାଏ :-

ରେଡ୍‌ ବା ନାଲି ବଲ୍‌ର ସମୟସୀମା ଢେର ଅଧିକ ହୋଇଥାଏ । ସେଥିପାଇଁ ଏଥିରେ ପ୍ରାୟତଃ ରିଭର୍ସ ସ୍ବିଙ୍ଗ ହୋଇନଥାଏ । ହେଲେ ଧଳା ବଲ୍‌ କ୍ଷେତ୍ରରେ ରିଭର୍ସ ସ୍ବିଙ୍ଗ ଅଧିକ ହୋଇଥାଏ । ଦିନିକିଆ ଓ ଟି20 ଭଳି ସୀମିତ ଓଭର କ୍ରିକେଟରେ ମ୍ୟାଚ୍‌ ଆରମ୍ଭରୁ ହିଁ ରିଭର୍ସ ସ୍ବିଙ୍ଗ ଦେଖିବାକୁ ମିଳିଥାଏ । ହେଲେ ଟେଷ୍ଟ କ୍ରିକେଟରେ ଏହା 40-50 ଓଭର ପରେ ଦେଖାଯାଏ । ଫଳରେ ବଲ ପୁରୁଣା ହେବା ପରେ ମଧ୍ୟ ବ୍ୟାଟିଂ କରୁଥିବା ଦଳକୁ ସୁବିଧାଜନକ ହୁଏ । ଯଦି ନାଲି ବଲ ପରିବର୍ତ୍ତେ ଟେଷ୍ଟ କ୍ରିକେଟରେ ଧଳା ବଲର ବ୍ୟବହାର କରାଯିବ, ତେବେ ମ୍ୟାଚ୍‌ ଆରମ୍ଭରୁ ହିଁ ରିଭର୍ସ ସ୍ବିଙ୍ଗ ଦେଖାଯିବ । ବ୍ୟାଟରମାନେ ବଲକୁ ଆରମ୍ଭରୁ ହିଁ ବୁଝିବାରେ ଅସୁବିଧାରେ ପଡିବେ ।

Mohammed Siraj (ETV Bharat)

ଦୃଶ୍ୟମାନତା :-

ଟେଷ୍ଟ କ୍ରିକେଟରେ ଲାଲ ରଙ୍ଗର ବଲ୍‌ ବ୍ୟବହାର ହେବାର ଅନ୍ୟ ଏକ ପ୍ରମୁଖ କାରଣ ହଉଛି, ଟେଷ୍ଟ ମ୍ୟାଚ୍‌ ପ୍ରାୟତଃ ଦିନବେଳେ ଖେଳାଯାଏ । ଯଦିଓ ଆଜିକାଲି ଦିବା-ରାତ୍ର ଟେଷ୍ଟ (Pink-Ball Test) ଆସି ଗଲାଣି, ହେଲେ ଏହା ଏତେମାତ୍ରାରେ ପ୍ରଭାବଶାଳୀ ହୋଇନି । ତେଣୁ ଦିନବେଳେ ଧଳା ବଲ ଅପେକ୍ଷା ଲାଲ୍‌ ରଙ୍ଗର ବଲ୍‌ର ଦୃଶ୍ୟମାନତା ଅଧିକା ହୋଇଥାଏ । କୌଣସି ବ୍ୟାଟର ବା ଫିଲ୍ଡର ଅଧିକ ସମୟ ଖରାରେ ଖେଳିବା ପରେ ମଧ୍ୟ ତାଙ୍କୁ ବଲ ଦେଖିବାରେ କୌଣସି ଅସୁବିଧା ହୋଇନଥାଏ ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details