ଓଡିଶା

odisha

ପ୍ୟାରିସ ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସରେ ମେଡାଲ ବିଜେତାଙ୍କୁ କାହିଁକି ମିଳୁଛି ନାଲି ଟୋପି ? ଜାଣନ୍ତୁ - Paris Paralympics Red Cap

By ETV Bharat Sports Team

Published : Sep 6, 2024, 6:59 PM IST

Paris Paralympics Red Cap : ପ୍ୟାରିସ୍ ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସ 2024ରେ ପଦକ ଜିତିଥିବା ଖେଳାଳିଙ୍କୁ କାହିଁକି ପଦକ ସହିତ ଏକ ଲାଲ୍ କ୍ୟାପ୍ ଦିଆଯାଉଛି ? ଜାଣିବା ପାଇଁ ପଢ଼ନ୍ତୁ ପୂରା ଖବର,

Paris Paralympics Red Cap
Paris Paralympics Red Cap (ETV Bharat)

ପ୍ୟାରିସ (ଫ୍ରାନ୍ସ) : ପ୍ୟାରିସ୍ ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସ 2024ରେ ପଦକ ବିଜେତାମାନଙ୍କୁ ଏକ ନିଆରା ପୁରସ୍କାର ଦିଆଯାଉଛି । ଐତିହାସିକ ମହତ୍ତ୍ୱରେ ପରିପୂର୍ଣ୍ଣ 'ଫ୍ରିଜିଆନ କ୍ୟାପ୍‌' (Phrygian cap) ନାମକ ଏକ ଲାଲ୍ ରଙ୍ଗର ମାସ୍କଟ୍ ପ୍ୟାରିସ ଅଲିମ୍ପିକ୍ସ 2024 ସମୟରେ ପଦକ ବିଜେତାମାନଙ୍କୁ ମିଳିଥିଲା । ଏବେ ପାରାଲିମ୍ପିକ୍ସରେ ପଦକ ବିଜେତା ମାନଙ୍କୁ ଏହି ଟୋପି ମିଳୁଛି । ଏଠାରେ ଆମେ ଆପଣଙ୍କୁ ଏହି 'ଲାଲ୍ କ୍ୟାପ୍' ପଛରେ ଥିବା କାହାଣୀ ଏବଂ ଏହାର ଗୁରୁତ୍ୱ ବିଷୟରେ କହିବାକୁ ଯାଉଛୁ ।

ସ୍ୱାଧୀନତାର ପ୍ରତୀକ :-

'ଫ୍ରିଜିଆନ୍ କ୍ୟାପ' ଭାବରେ ଜଣାଶୁଣା ଲାଲ୍ ଟୋପିର ଫ୍ରାନ୍ସରେ ଗଭୀର ଐତିହାସିକ ସମ୍ପର୍କ ରହିଛି । ଫରାସୀ ବୀପ୍ଳବ ସମୟରେ ଫ୍ରିଜିଆନ୍ ଟୋପି ସ୍ବାଧୀନତାର ପ୍ରତୀକ ପାଲଟିଗଲା । ସ୍ୱାଧୀନତା ଏବଂ ଗଣତାନ୍ତ୍ରିକ ଆଦର୍ଶ ପ୍ରତି ସେମାନଙ୍କର ପ୍ରତିବଦ୍ଧତାର ପ୍ରତୀକ ଭାବରେ ଏହାକୁ ବିପ୍ଳବୀମାନେ ପିନ୍ଧିଥିଲେ ।

ଫ୍ରିଜିଆ - ଅଲିମ୍ପିକ ଓ ପାରାଲିମ୍ପିକ୍ ମାସ୍କଟ୍ :-

ଏହି ଐତିହାସିକ ପ୍ରତୀକକୁ ସମ୍ମାନ ଦେବା ପାଇଁ, ପ୍ୟାରିସ ଅଲିମ୍ପିକ୍ସରେ ପଦକ ବିଜେତାମାନଙ୍କୁ ସେମାନଙ୍କର ପଦକ ସହିତ 'ଫ୍ରିଜ୍' ନାମକ ଏହି ମାସ୍କଟ୍ ଦିଆଯାଇଥିଲା । ପାରାଲିମ୍ପିକ୍ସରେ ମଧ୍ୟ ସମାନ ପଦକ୍ଷେପ ଗ୍ରହଣ କରାଯାଇଛି । ଫ୍ରାନ୍ସର ଲା ଗୁଏର୍ଚେ-ଡି-ବ୍ରେଟେନରେ 'ଡୁଡୁ ଆଣ୍ଡ କୋ' ଦ୍ୱାରା ପ୍ରସ୍ତୁତ ଏହି ଫ୍ରିଜିଆନ୍ ଟୋପିର ଡିଜାଇନ୍ ଏମିତି ରହିଛି : ପ୍ରତ୍ୟେକ ମାସ୍କଟର କେନ୍ଦ୍ରରେ ଆଥଲେଟଙ୍କ ସଫଳତା ସହିତ ଏକ ପଦକ ପ୍ରତୀକ ଏବଂ ରଙ୍ଗ ରହିଛି । ଟୋପିର ପଛରେ ବ୍ରେଲି ଅକ୍ଷରରେ 'ବ୍ରାଭୋ' ଲେଖାଯାଇଛି, ଯାହା ଅନ୍ତର୍ଭୂକ୍ତତା ଏବଂ ସ୍ୱୀକୃତିକୁ ଦର୍ଶାଏ ।

ପରମ୍ପରା ଓ ଆଧୁନିକତାର ମିଳନ :-

ଏହି ସମସ୍ତ 'ଫ୍ରିଜ୍ କ୍ୟାପ'ର ଡିଜାଇନ୍ ସମାନ, କିନ୍ତୁ ଖେଳାଳି ଜିତିଥିବା ପଦକ, ସ୍ୱର୍ଣ୍ଣ, ରୌପ୍ୟ କିମ୍ବା କାଂସ୍ୟର ପ୍ରକାର ଉପରେ ନିର୍ଭର କରି ସେମାନଙ୍କୁ ଦିଆଯାଉଥିବା ଟୋପିରେ ସାମାନ୍ୟ ଭିନ୍ନତା ଅଛି, ଯାହା ଏହି ଐତିହାସିକ ପରମ୍ପରାକୁ ବ୍ୟକ୍ତିଗତ ସ୍ପର୍ଶ ଦେଇଥାଏ । ଫ୍ରିଜିଆନ୍ କ୍ୟାପର ପରମ୍ପରା ଉଭୟ ଆଥଲେଟମାନଙ୍କ ସଫଳତା ଏବଂ ଫ୍ରାନ୍ସର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସମ୍ମାନିତ କରେ ।

ଭାରତୀୟ ଆଥଲେଟ୍ସଙ୍କ ଜଲୱା :-

28 ଅଗଷ୍ଟରୁ ଆରମ୍ଭ ହୋଇଥିବା ପ୍ୟାରିସ୍ ପାରାଲିମ୍ପିକ୍ସରେ ଭାରତୀୟ ଆଥଲେଟମାନେ ଚମତ୍କାର ପ୍ରଦର୍ଶନ ଜାରି ରଖିଛନ୍ତି । ଦେଶକୁ ଏପର୍ଯ୍ୟନ୍ତ 26ଟି ପଦକ ଆସିଲାଣି । ସେଗୁଡ଼ିକ ମଧ୍ୟରେ 6ଟି ସ୍ୱର୍ଣ୍ଣ, 9ଟି ରୌପ୍ୟ ଏବଂ 11ଟି କାଂସ୍ୟ ପଦକ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...Paris Paralympics: ସପ୍ତମ ଦିନରେ ଭାରତକୁ 4 ପଦକ, ସ୍ବର୍ଣ୍ଣ ଜିତିଲେ ହରବିନ୍ଦର ଓ ଧରମବୀର - Paris Paralympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details