ନୂଆଦିଲ୍ଲୀ:ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଗୋଲ୍ଡେନ ବୟ ନୀରଜ ଚୋପ୍ରା । ନୂଆବର୍ଷ ଆରମ୍ଭରୁ ଜୀବନର ନୂଆ ଇନିଂସ ଆରମ୍ଭ କରିଛନ୍ତି ଭାରତର ସୁନା ପୁଅ ନୀରଜ । ବିବାହ ସମ୍ପର୍କରେ କୌଣସି ଆଭାସ ନଦେଇ ସିକ୍ରେଟ ମ୍ୟାରେଜ କରି ଫ୍ୟାନ୍ସକୁ ଚକିତ କରିଛନ୍ତି ନୀରଜ । ସାତ ଜନ୍ମ ପାଇଁ ହିମାନୀ ମୋରଙ୍କ ହାତ ଧରିଛନ୍ତି ଜ୍ୟାଭେଲିନ ଥ୍ରୋ ଷ୍ଟାର । ସୋସିଆଲ ମିଡିଆରେ ବିବାହ ସମ୍ପର୍କରେ ନୀରଜ ଜଣାଇବା ପରେ ଏବେ ସବୁଠି ତାଙ୍କ ପତ୍ନୀ ହିମାନୀଙ୍କୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା ।
ହିମାନୀଙ୍କ ହାତ ଧରିଲେ ନୀରଜ:
ଡବଲ ଅଲିମ୍ପିକ ପଦକ ବିଜେତା ଭାରତର ଜାଭେଲିନ ତାରକା ନୀରଜ ଚୋପ୍ରା ଗତକାଲି (19 ଜାନୁଆରୀରେ) ତାଙ୍କ ବିବାହ ସମ୍ପର୍କରେ ସୋସିଆଲ ମିଡିଆ ମାଧ୍ୟମରେ ଫ୍ୟାନ୍ସଙ୍କୁ ଜଣାଇଛନ୍ତି । ବିବାହର ଫଟୋ ଛାଡି ଫ୍ୟାନ୍ସଙ୍କୁ ଗୁଡ୍ ନ୍ୟୁଜ ଦେଇଛନ୍ତି ।
ଜୀବନର ନୂଆ ଆରମ୍ଭ ...
ନୀରଜ ସୋସିଆଲ ମିଡିଆରେ ପୋଷ୍ଟ କରି ଲେଖିଛନ୍ତି, ‘ଜୀବନର ନୂଆ ଅଧ୍ୟାୟର ଆରମ୍ଭ ପରିବାର ଲୋକଙ୍କ ସହ ... ପ୍ରତ୍ୟେକ ଆଶୀର୍ବାଦ ପାଇଁ ମୁଁ ଋଣୀ ... ଆମେ ଆଜି ଏହି ମୁହୂର୍ତ୍ତ ପର୍ଯ୍ୟନ୍ତ ପହଞ୍ଚି ପାରିଲୁ...ଭଲ ପାଇବାରେ ବନ୍ଧା...ସବୁଦିନେ ଖୁସି ରହିବୁ । '
ନୀରଜଙ୍କ ପତ୍ନୀ ହିମାନୀ କିଏ ?
ନୀରଜଙ୍କ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ଏବେ ହିମାନୀଙ୍କୁ ଚାଲିଛି ଜୋରଦାର ଚର୍ଚ୍ଚା । ଲୋକଙ୍କ ମନରେ ଆଗ୍ରହ ବଢୁଛି କିଏ ହିମାନୀ ମୋର ? ଯାହା ହାତ ଧରିଲେ ଗୋଲ୍ଡେନ ବୟ । ହିମାନୀ ମୋର୍ ମଧ୍ୟ ଜଣେ ଖେଳାଳି । ସେ ଟେନିସ ତାରକା । ତାଙ୍କ ଘର ହରିୟାଣା ସୋନିପତ ଜିଲ୍ଲା ଲାରଲୋସିରେ । ସୋନିପତରେ ସେ ଯୁକ୍ତଦୁଇ ପାଠପଢା ସମାପନ କରିଥିବା ବେଳେ ସାଉଥ ଇଷ୍ଟର୍ଣ୍ଣ ଲୁଇସିଆନା ବିଶ୍ବବିଦ୍ୟାଳୟରୁ ଶିକ୍ଷା ସମାପନ କରିଛନ୍ତି । ସେ ଫ୍ରାଙ୍କଲିନ ପିୟର୍ସ ବିଶ୍ବ ବିଦ୍ୟାଳୟରେ ପାର୍ଟ ଟାଇମ ଭଲ୍ୟୁଣ୍ଟର ଆସିଷ୍ଟାଣ୍ଟ କୋଚ ରୂପେ କାମ କରିଛନ୍ତି । ବର୍ତ୍ତମାନ ସେ ଆମେରିକାରେ ରହୁଥିବା ବେଳେ Massachusettsରେ ମହିଳା ଟେନିସ ଟିମକୁ ପରିଚାଳନା କରୁଛନ୍ତି ।