ମୁମ୍ବାଇ:ଟିମ୍ ଇଣ୍ଡିଆର ଭେଟେରାନ ବ୍ୟାଟର ତଥା ଷ୍ଟାର କ୍ରିକେଟର ବିରାଟ କୋହଲି ଖେଳିବେ ରଣଜୀ ମ୍ୟାଚ । 12 ବର୍ଷ ପରେ ରଜଣୀ ମ୍ୟାଚ ପାଇଁ ପଡିଆକୁ ଓହ୍ଲାଇବେ କୋହଲି । ଖରାପ ଫର୍ମ ପାଇଁ ଚାରିଆଡୁ ସମାଲୋଚନାର ଶିକାର ହେବା ପରେ ରଣଜୀ ମୈଦାନରେ ଘରୋଇ ବୋଲରଙ୍କୁ ଫେସ୍ କରିବାକୁ ତୟାରୀରେ ଲାଗି ପଡିଛନ୍ତି କୋହଲି । ମୁମ୍ବାଇରେ ପିଲାଦନର କୋଚଙ୍କୁ ଠାରୁ ନେଉଛନ୍ତି ଖାସ୍ ଟ୍ରେନିଂ ।
ସଞ୍ଜୟ ବାଙ୍ଗରଙ୍କ ଠାରୁ ବିରାଟ ନେଉଛନ୍ତି ଟ୍ରେନିଂ-
ଘରୋଇ କ୍ରିକେଟ ପାଇଁ ପଡିଆକୁ ଓହ୍ଲାଇବା ପୂର୍ବରୁ କଡା ଅଭ୍ୟାସ କରୁଛନ୍ତି । ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । କୋହଲି ପୂର୍ବତନ ଭାରତୀୟ କ୍ରିକେଟର ତଥା ବ୍ୟାଟିଂ କୋଚ ସଞ୍ଜୟ ବାଙ୍ଗରଙ୍କ ମାର୍ଗଦର୍ଶନରେ ସ୍ବତନ୍ତ୍ର ପିଚରେ ଅଭ୍ୟାସ କରୁଛନ୍ତି । ପିଟିଆଇ ଅନୁସାରେ, କୋହଲି ବ୍ୟାକଫୁଟ୍ ଗେମ୍ ଉପରେ ଅଧିକ ଫୋକସ୍ କରୁଛନ୍ତି । ନେଟ୍ ପ୍ରାକ୍ଟିସରେ କୋହଲି ଏହା ଉପରେ ଅଧିକ ଅଭ୍ୟାସ କରୁଛନ୍ତି । କୋହଲିଙ୍କ ଏହି ଖାସ ଅଭ୍ୟାସର ଭିଡିଓ ଗତ 25 ତାରିଖରେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥିଲା ।
ଅଫ୍-ଷ୍ଟାମ୍ପ୍ ଲାଇନ୍ ବଲ ଉପରେ ଅଧିକ ଫୋକସ-
ଏହି ଭିଡିଓରେ କୋହଲି ଅଫ୍-ଷ୍ଟମ୍ପ ଲାଇନ୍ ବଲ ଉପରେ ଅଧିକ ଫୋକସ କରୁଥିବା ଦେଖିବାକୁ ମିଳୁଛି । କାରଣ ବର୍ତ୍ତମାନ ସମୟରେ କୋହଲିଙ୍କର ସବୁଠୁ ବଡ ଦୁର୍ବଳତା ହେଉଛି ଅଫ୍-ଷ୍ଟମ୍ ଲାଇନ ବଲ୍ । ନିକଟରେ ଶେଷ ହୋଇଥିବା ବର୍ଡର-ଗାଭାସ୍କର ଟ୍ରଫି ସିରିଜରେ କୋହଲି 9ଟି ଇନିଂସରେ 8 ଥର ଅଫ୍-ଷ୍ଚାମ୍ ଲାଇନ ବଲକୁ ପିଛା କରିବାକୁ ଯାଇ ସ୍ଲିପ୍ କିମ୍ବା ଓ୍ବିକେଟ କିପର ହାତରେ କ୍ୟାଚ ଆଉଟ ହୋଇଛନ୍ତି । ପର୍ଥରେ ପ୍ରଥମ ଟେଷ୍ଟ ମ୍ୟାଚରେ ଶତକ ହାସଲ କରିବା ପରେ ବି ପୂରା ସିରିଜରେ ଫ୍ଲସ ହୋଇଥିଲେ କୋହଲି । ଏହି ସିରିଜରେ ଅଷ୍ଟ୍ରେଲିଆ ଭାରତକୁ 3-1ରେ ପରାସ୍ତ କରିଥିଲା ।