ହାଇଦ୍ରାବାଦ:ପୁଣେରେ ଖେଳାଯାଇଥିଲା ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆର ଲଜ୍ଜାଜନକ ପରାଜୟ ହୋଇଛି । ଏହି ମ୍ୟାଚରେ ଷ୍ଟାର କ୍ରିକେଟର ବିରାଟ କୋହଲି କ୍ରୀଡା ପ୍ରେମୀଙ୍କୁ ନିରାଶ କରିଥିଲେ । ପ୍ରଥମ ଇନିଂସରେ 1 ରନ୍ ଓ ଦ୍ବିତୀୟ ଇଂନିସରେ ମାତ୍ର 17 ରନ୍ କରି ପାଭିଲିୟନକୁ ଫେରିଥିଲେ । ଯାହାକୁ ନେଇ କୋହଲି ମଧ୍ୟ ନିଜ ଉପରେ ଅସନ୍ତୋଷ ଜାହିର କରିଥିଲେ । କୋହଲି ରାଗି ଯାଇ ଏମିତି କାମ କଲେ ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।
ରାଗକୁ ନିୟନ୍ତ୍ରଣ କରିପାରିଲେନି କୋହଲି:
359 ରନର ବିଜୟ ଲକ୍ଷ୍ୟ ନେଇ ଦ୍ବିତୀୟ ଇନିଂସ ଆରମ୍ଭ କରିଥିଲା ଭାରତ । କିନ୍ତୁ ଖେଳର ଚତୁର୍ଥ ଦିନରେ245 ରନରେ ସୀମିତ ରହି 113 ରନରେ ପରାସ୍ତ ହୋଇଥିଲା ଟିମ୍ ଇଣ୍ଡିଆ । ଫଳରେ ଟେଷ୍ଟ ସିରିଜରେ 0-2ରେ ଆଗୁଆ ରହିଛି ନ୍ୟୁଜିଲାଣ୍ଡ । ଦ୍ବିତୀୟ ଇନିଂସରେ ବିରାଟ କୋହଲି 4 ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ । କିନ୍ତୁ ମାତ୍ର 40 ବଲରେ 17 ରନ କରି ଆଉଟ ହୋଇଯାଇଥିଲେ । ଫଳରେ ନିଜ ରାଗକୁ ଆଉ ନିୟନ୍ତ୍ରଣ କରିପାରିନଥିଲେ କୋହଲି । ପାଭିଲିୟନକୁ ଯିବା ସମୟରେ କିଛି ଏମିତି କରିଥିଲେ ଯାହାକୁ ଦେଖି ତାଙ୍କ ଫ୍ୟାନ୍ସ ମଧ୍ୟ ଡରିଯାଇଥିଲେ । ଗ୍ରାଉଣ୍ଡ ବାହାରେ ଥିବା ଏକ ଆଇସି ବକ୍ସକୁ ରାଗରେ ବ୍ୟାଟରେ ବାଡେଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।