ଓଡିଶା

odisha

ETV Bharat / sports

କୋଚ ହେବା ପରେ BCCI ନିକଟରେ ବଡ଼ ଦାବି କଲେ ଗମ୍ଭୀର - BCCI Coaching Staff

Indian Coaching Assistant staff: ନିଜର ପ୍ରିୟ ଲୋକଙ୍କୁ ଭାରତୀୟ କ୍ରିକେଟ ଟିମ୍‌ର କୋଚିଂ ଷ୍ଟାଫ୍ ରଖିବାକୁ ଚାହୁଁଛନ୍ତି ଗମ୍ଭୀର । କେକେଆରର ପୂର୍ବତନ ଡଚ୍ କ୍ରିକେଟରଙ୍କୁ କୋଚ୍ ଭାବରେ ନିଯୁକ୍ତ କରିବାକୁ ବିସିସିଆଇକୁ ଜଣାଇଛନ୍ତି । ଅଧିକ ପଢନ୍ତୁ

By ETV Bharat Odisha Team

Published : Jul 11, 2024, 2:30 PM IST

Gautam Gambhir
Gautam Gambhir (IANS)

ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ ହୋଇଛନ୍ତି ଗୌତମ ଗମ୍ଭୀର । ଶ୍ରୀଲଙ୍କା ଗସ୍ତ ସମୟରେ ସେ ତାଙ୍କର ଦାୟିତ୍ବ ଗ୍ରହଣ କରିବେ । ଦାୟିତ୍ବ ଗ୍ରହଣ ପୂର୍ବରୁ ବିସିସିଆଇ ନିକଟରେ ବଡ ଦାବି ରଖିଛନ୍ତି ଗମ୍ଭୀର । ଦଳର କୋଚିଂ ଷ୍ଟାଫରେ ପୂର୍ବତନ ଡଚ୍ କ୍ରିକେଟର ରୟାନ୍ ଟେନ ଡୋସେଟଙ୍କୁ ସାମିଲ କରିବାକୁ ବିସିସିଆଇକୁ କହିଛନ୍ତି । ନେଦରଲ୍ୟାଣ୍ଡର କ୍ରିକେଟର ରୟାନ ଟେନ ଡୋସେଟ୍ ଆଇପିଏଲ୍ 2024ରେ କୋଲକାତା ନାଇଟ୍ ରାଇଡର୍ସରେ ଗମ୍ଭୀରଙ୍କ ସହ କାର୍ଯ୍ୟ କରୁଥିଲେ । ଗତ ଟୁର୍ଣ୍ଣାମେଣ୍ଟରେ କୋଲକାତା ପାଇଁ ସେ ଫିଲ୍ଡିଂ କୋଚ୍ ଭାବରେ ସହଯୋଗ କରିଥିଲେ ।

କେକେଆର୍ ସହିତ କାମ କରୁଥିବାବେଳେ, ଟେନ ଡୋସେଟ୍ ବିଭିନ୍ନ ଫ୍ରାଞ୍ଚାଇଜ୍ ପାଇଁ କାମ କରିଛନ୍ତି । ଯେଉଁଥିରେ କାରେବିଆନ୍ ପ୍ରିମିୟର ଲିଗ୍, ମେଜର ଲିଗ୍ କ୍ରିକେଟ୍ ଏବଂ ILT20 ଅନ୍ତର୍ଭୁକ୍ତ । କ୍ରିକବଜରେ ଏକ ରିପୋର୍ଟ ଦାବି କରିଛି ଯେ, କୋଲକାତା ନାଇଟ୍ ରାଇଡର୍ସ ସହାୟକ ପ୍ରଶିକ୍ଷକ ଅଭିଷେକ ନାୟର ଭାରତୀୟ ଦଳରେ ଯୋଗ ଦେଇପାରିବେ ଏବଂ ତାଙ୍କୁ ସହାୟକ ପ୍ରଶିକ୍ଷକ କରାଯାଇ ପାରିବ ।

ଏହା ମଧ୍ୟ ପଢନ୍ତୁ-ବଡ଼ ଘୋଷଣା କଲେ ଜୟ ଶାହ; ଗମ୍ଭୀର ହେଲେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ - Gambhir Named as New Head Coach

ଯଦି ଟେନ ଡୋସେଟ୍‌ ଭାରତୀୟ ଦଳରେ ଯୋଗ ଦିଅନ୍ତି, ତେବେ ତାଙ୍କର ଭୂମିକା କ’ଣ ହେବ ସେନେଇ ପ୍ରଶ୍ନ ଉଠିଛି । କାରଣ ବର୍ତ୍ତମାନ ବିସିସିଆଇ କୋଚ୍ ଟି ଦିଲୀପଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ବିସିସିଆଇ ବିଚାର କରୁଛି । ନେଦରଲ୍ୟାଣ୍ଡର ଡୋସେଟ୍‌ ବର୍ତ୍ତମାନ ଫିଲ୍ଡିଂ କୋଚ୍ ଭୂମିକାରେ ଅଛନ୍ତି । ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡ, ଫିଲ୍ଡିଂ କୋଚ୍ ଟି ଦିଲୀପ, ବ୍ୟାଟିଂ ପ୍ରଶିକ୍ଷକ ପରାସ ମହମ୍ବ୍ରି ଏବଂ ଅନ୍ୟ ସଦସ୍ୟଙ୍କ କାର୍ଯ୍ୟକାଳ ଟି-20 ବିଶ୍ୱକପ ପରେ ଶେଷ ହୋଇଥିଲା । ବର୍ତ୍ତମାନ ଗୌତମ ଗମ୍ଭୀର ଭାରତୀୟ ଦଳ ମୁଖ୍ୟ କୋଚ ଭାବରେ ନିଯୁକ୍ତ ହୋଇଛନ୍ତି ଏବଂ ଅନ୍ୟ ସହାୟକ ଷ୍ଟାପଙ୍କ ନିଯୁକ୍ତି ଉପରେ ବିଚାର ଚାଲିଛି ।

ଜୁଲାଇ 9 ତାରିଖରେ ଗୌତମ ଗମ୍ଭୀରଙ୍କୁ ଟିମ୍‌ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଭାବେ ଘୋଷଣା କରିଥିଲା ବିସିସିଆଇ । ବିସିସିଆଇ ସଚିବ ଜୟ ଶାହ ଏନେଇ ନିଜ ଏକ୍ସ ହ୍ୟାଣ୍ଡେଲ୍‌ରେ ପୋଷ୍ଟ କରି ସୂଚନା ଦେଇଥିଲେ । ଭାରତୀୟ ଦଳର ପୂର୍ବତନ ଷ୍ଟାର ବ୍ୟାଟର ଗୌତମ ଗମ୍ଭୀର ଭାରତୀୟ ସିନିୟର କ୍ରିକେଟ୍‌ (ପୁରୁଷ) ଦଳର ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି । ଟି୨୦ ବିଶ୍ବକପ୍‌ ୨୦୨୪ ବିଜୟ ସହ ଦଳର ମୁଖ୍ୟ କୋଚ୍‌ ଥିବା ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ଏହା ପରଠୁ ଗମ୍ଭୀର ହିଁ ଦଳର ପରବର୍ତ୍ତୀ ମୁଖ୍ୟ କୋଚ ହେବେ ବୋଲି ଚର୍ଚ୍ଚା ହୋଇଆସୁଥିଲା । ଯେଉଁଥିରେ ପୂର୍ଣ୍ଣଚ୍ଛେଦ ଟାଣି ଆଜି ବିଧିବଦ୍ଧ ଘୋଷଣା କରିଛନ୍ତି ବିସିସିଆଇ ସଚିବ ଜୟ ଶାହ ।

ABOUT THE AUTHOR

...view details