ନୂଆଦିଲ୍ଲୀ: ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକା ଦ୍ୱାରା ଆୟୋଜିତ ହେବାକୁ ଥିବା ଟି 20 ବିଶ୍ବକପକୁ ଆଉ ମାତ୍ର 8 ଦିନ । ଦିନ ଯେତିକି ପାଖଉଛି ଦର୍ଶକଙ୍କ ମଧ୍ୟ ଉତ୍ସାହ ସେତିକି ବଢୁଛି । ଜୁନ 9 ତାରିଖ ଉପରେ ସମସ୍ତଙ୍କ ନଜର ରହିଛି । ପାରମ୍ପିରିକ ପ୍ରତିଦ୍ବନ୍ଦ୍ବି ଭାରତ ଓ ପାକିସ୍ତାନ ମଧ୍ୟରେ ସେହି ଦିନ ମ୍ୟାଚ ରହିଛି । ଏହି ମ୍ୟାଚ ପାଇଁ ଆଇସିସି ଟିକେଟ ଜାରି କରିଛି। ଯାହାର ଦାମ ଶୁଣିଲେ ଆପଣଙ୍କ ହୋସ ଉଡିଯିବ । ଗୋଟିଏ ଟିକେଟର ମୂଲ୍ୟ 16.65 ଲକ୍ଷ ଟଙ୍କା ରହିଛି । ଡାଏମଣ୍ଡ କ୍ୟାଟୋଗୋରୀ ସିଟର ଦର ଏତିକି ରହିଛି । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଆଇପିଏଲ ପ୍ରତିଷ୍ଠାତା ଲଲିତ ମୋଦି ।
ଆଇସିସି ଉପରେ ବର୍ଷିଲେ ଲଲିତ:ଆଇପିଏଲ ପ୍ରତିଷ୍ଠାତା ଲଲିତ ମୋଦି ଭାରତ-ପାକିସ୍ତାନ ମ୍ୟାଚ ପାଇଁ ଟିକେଟ ମୂଲ୍ୟକୁ ନେଇ ଆଇସିସିକୁ ନିନ୍ଦା କରିଛନ୍ତି। ସୋସିଆଲ ମିଡିଆ ଏକ୍ସରେ ସେ ଟ୍ବିଟ କରି ଲେଖିଛନ୍ତି, 'ଆଇସିସି ଭାରତ ବନାମ ପାକିସ୍ତାନ ମ୍ୟାଚ ପାଇଁ ଗୋଟିଏ ଡାଇମଣ୍ଡ କ୍ଲବ ଟିକେଟ ଦର 20 ହଜାର ଡଲାରରେ ବିକ୍ରି କରୁଛି । ଏହା ଜାଣି ମୁଁ ଆଶ୍ଚର୍ଯ୍ୟ ହୋଇଗଲି। ଖେଳକୁ ପ୍ରୋତ୍ସାହନ ଦେବା ପାଇଁ ଆମେରିକାରେ ବିଶ୍ୱକପ୍ ଆୟୋଜନ କରାଯାଉଛି, ଲାଭ ପାଇବା ପାଇଁ ନୁହେଁ ।