ଓଡିଶା

odisha

ରାଜ୍ୟସ୍ତରୀୟ ହକି ପ୍ରତିଯୋଗିତା; ଉଭୟ ମହିଳା ଏବଂ ପୁରୁଷ ଦଳରେ ସୁନ୍ଦରଗଡ ଚମ୍ପିଆନ୍‌

By ETV Bharat Odisha Team

Published : Feb 9, 2024, 9:39 PM IST

State Level Hockey Tournament: ରାଉରକେଲାରେ ନୂଆ- ଓ କାର୍ଯ୍ୟକ୍ରମ ଅଧିନରେ ଖେଳାଯାଇଥିବା ରାଜ୍ୟସ୍ତରୀୟ ହକି ପ୍ରତିଯୋଗିତା ଶେଷ ହୋଇଛି । ସୁନ୍ଦରଗଡ଼ର ଉଭୟ ପୁରୁଷ ଓ ମହିଳା ଦଳ ଏଥିରେ ଚମ୍ପିଆନ୍‌ ହୋଇଛନ୍ତି । ଅଧିକ ପଢ଼ନ୍ତୁ

ରାଜ୍ଯସ୍ତରୀୟ ହକି ପ୍ରତିଯୋଗିତା
ରାଜ୍ଯସ୍ତରୀୟ ହକି ପ୍ରତିଯୋଗିତା

ରାଜ୍ଯସ୍ତରୀୟ ହକି ପ୍ରତିଯୋଗିତା

ରାଉରକେଲା: ରାଉରକେଲାରେ ଶେଷ ହେଲା ରାଜ୍ୟସ୍ତରୀୟ ହକି ପ୍ରତିଯୋଗିତା । 'ନୂଆ- ଓ' ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅଧୀନରେ ରାଉରକେଲାରେ ଅନୁଷ୍ଠିତ ହୋଇଥିଲା ରାଜ୍ୟସ୍ତରୀୟ ହକି ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ ହୋଇଥିବା ଉଭୟ ପୁରୁଷ ଓ ମହିଳା ବର୍ଗ ପ୍ରତିଯୋଗିତାରେ ହକିର ଗଡ଼ ଭାବେ ପରିଚିତ ସୁନ୍ଦରଗଡ ଜିଲ୍ଲା ଦଳ ଚମତ୍କାର ପ୍ରଦର୍ଶନ କରି ଚମ୍ପିଆନ୍‌ ହୋଇଛି ।

ପାନପୋଷ ସ୍ପୋର୍ଟସ୍‌ ହଷ୍ଟେଲ ଅଧୀନରେ ଚାଲିଥିବା ଏହି ପ୍ରତିଯୋଗିତାର ଫାଇନାଲ୍‌ ମ୍ୟାଚ୍‌ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସୁନ୍ଦରଗଡ ମହିଳା ଦଳ ଖୋର୍ଦ୍ଧା ଦଳକୁ ୭ ଗୋଲରେ ପରାସ୍ତ କରିଛି । ଖୋର୍ଦ୍ଧା ସୁନ୍ଦରଗଡ ବିପକ୍ଷରେ କେବଳ ଗୋଟିଏ ଗୋଲ କରିପାରିଥିଲା । ସେହିପରି ପୁରୁଷ ବର୍ଗ ଫାଇନାଲରେ ସୁନ୍ଦରଗଡ ଖୋର୍ଦ୍ଧାକୁ ୩-୨ରେ ପରାସ୍ତ କରି ଚମ୍ପିଆନ୍‌ ହୋଇଛି । ପୁରସ୍କାର ବିତରଣ ସମାରୋହରେ ହକି ଇଣ୍ଡିଆର ଅଧ୍ୟକ୍ଷ ପଦ୍ମଶ୍ରୀ ଦିଲ୍ଲୀପ ତିର୍କି ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ପୁରଷ ଓ ମହିଳା ଚମ୍ପିଆନ ଦଳକୁ ୨ ଲକ୍ଷ ଟଙ୍କାର ପୁରସ୍କାର ସମେତ ମାନପତ୍ର ଓ ଚମ୍ପିଆନ ଟ୍ରଫି ପ୍ରଦାନ କରିଥିଲେ । ସେହିପରି ଉଭୟ ପୁରୁଷ ଓ ମହିଳା ରନର୍ସ ଅପ୍‌ ଦଳକୁ ୧ ଲକ୍ଷ ଟଙ୍କା ଓ ଟ୍ରଫି ପ୍ରଦାନ କରିଥିଲେ । ପ୍ରତିଯୋଗିତାରେ ଭଲ ପ୍ରର୍ଦଶନ ପାଇଁ ମହିଳା ବର୍ଗରେ ସୁନ୍ଦରଗଡ ଦଳର ଅଧିନାୟିକା ଜୀବନ କିଶୋରୀ ଟପ୍ପୋ ଓ ପୁରୁଷ ବର୍ଗରେ ଖୋର୍ଦ୍ଧା ଦଳର ଗୋଲକିପର୍‌ ଜି ତେଜେଶ୍ବର ରାଓଙ୍କୁ ମଧ୍ୟ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପ୍ରଦାନ କରିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ସୁବର୍ଣ୍ଣପୁର ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ, ଯୋଗଦେବେ ଅନ୍ତର୍ଜାତୀୟ ଖେଳାଳି

ଉଭୟ ପୁରୁଷ ଓ ମହିଳା ବର୍ଗରେ ୩ୟ ଓ ୪ର୍ଥ ସ୍ଥାନ ଅଧିକାର କରିଥିବା ଦଳକୁ ୫୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ହକି ଇଣ୍ଡିଆ ସଭାପତି କହିଛନ୍ତି, "ସମସ୍ତ ଦଳ ଏହି ହକି ପ୍ରତିଯୋଗିତାରେ ଖେଳାଳିମାନେ ଅନେକ କିଛି ଶିକ୍ଷା ଲାଭ କରିଥିବେ । ଯାହାକୁ ନେଇ ଆଗକୁ ଏହି ପ୍ରତିଯୋଗିତାରୁ ଆହୁରି ଉଚ୍ଚକୋଟୀର ଖେଳାଳି ବାହାରିବେ ।" ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ କ୍ରୀଡ଼ା ଅଧିକାରୀ ସୁଦୀପ୍ତ କୁମାର ନାୟକ, ସୁନ୍ଦରଗଡ ଓଏସ୍‌ଡି କାଳୁଚରଣ ଚୌଧୁରୀ, ପୂର୍ବ ଭାରତୀୟ ଦଳର କୋଚ୍‌ ବିଜେ କାରିୟାପ୍ପା, ବରିଷ୍ଠ କୋଚ୍‌ ସିଲ୍‌ ବେଷ୍ଟର ଟପ୍ପୋ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details