ଭୁବନେଶ୍ବର:୩୮ତମ ନ୍ୟାସନାଲ ଗେମ୍ସରେ ବିଜୟ ହାସଲ କରିଥିବା ଓଡ଼ିଶାର ସମସ୍ତ ପଦକ ବିଜେତାମାନଙ୍କୁ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । କଳିଙ୍ଗ ଷ୍ଟାଡିୟମ ଟେନିସ ସେଣ୍ଟର ଠାରେ ଆୟୋଜିତ ହୋଇଥିବା ସମ୍ବର୍ଦ୍ଧନା ସମାରୋହ କାର୍ଯ୍ୟକ୍ରମରେ କ୍ରୀଡ଼ାବିତମାନଙ୍କୁ ପୁରସ୍କାର ରାଶି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । ସ୍ବର୍ଣ୍ଣ ପଦକ ହାସଲ କରିଥିବା କ୍ରୀଡ଼ାବିତଙ୍କୁ 6 ଲକ୍ଷ, ରୌପ୍ୟ ପାଇଁ 4 ଲକ୍ଷ ଏବଂ କାଂସ୍ୟ ପଦକ ପାଇଁ 3 ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯାଇଛି । ଏହି ସମ୍ବର୍ଦ୍ଧନା ସମାରୋହରେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।
Sports Department felicitates 38th National Games medalists with Cash Awards (ETV BHARAT ODISHA) କ୍ରୀଡ଼ାବିତଙ୍କୁ ସମ୍ମାନିତ:
କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ''୩୮ତମ ନ୍ୟାସନାଲ ଚାମ୍ପିଅନସିପରେ ଓଡ଼ିଶାର କ୍ରୀଡ଼ାବିତମାନେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି । ଏଥିପାଇଁ ସେମାନଙ୍କୁ ସମ୍ମାନିତ କରାଯାଇଛି । ନ୍ୟାସନାଲ ଗେମ୍ସରେ ସର୍ବ ଭାରତୀୟ ସ୍ତରରେ ଓଡ଼ିଶା 12ତମ ସ୍ଥାନ ହାସଲ କରି ଶ୍ରେଷ୍ଠ 15ଟି ରାଜ୍ୟ ମଧ୍ୟରେ ସ୍ଥାନିତ ହୋଇଛି। ଯେଉଁ ମାନେ ସ୍ବର୍ଣ୍ଣ ପାଇଛନ୍ତି ସେମାନଙ୍କୁ 6 ଲକ୍ଷ, ରୌପ୍ୟ ପାଇଥିବା ଖେଳାଳିଙ୍କୁ 4 ଲକ୍ଷ ଓ କାଂସ୍ୟ ପଦକ ହାସଲ କରିଥିବା ଖେଳାଳିଙ୍କୁ 3 ଲକ୍ଷ ଟଙ୍କା ଦିଆୟାଇଛି । ଆସନ୍ତା ବର୍ଷ 39 ତମ ନ୍ୟାସନାଲ ଗେମ୍ସ ମେଘାଳୟରେ ଆୟୋଜିତ ହେବ । ଆଶା କରୁଛୁ ସେଠାରେ ଆମ ରାଜ୍ୟ ଟପ 5ରେ ପହଞ୍ଚିପାରିବ । ''
Sports Department felicitates 38th National Games medalists with Cash Awards (ETV BHARAT ODISHA) ଏହା ମଧ୍ୟ ପଢନ୍ତୁ-ଅଷ୍ଟ୍ରେଲିଆ-ଇଂଲଣ୍ଡ ମ୍ୟାଚ୍ରେ ବଡ ତ୍ରୁଟି; ପାକିସ୍ତାନ ଷ୍ଟାଡିୟମରେ ବାଜିଲା ଭାରତୀୟ ଜାତୀୟ ସଙ୍ଗୀତ 'ଜନ ଗଣ ମନ..' - CHAMPIONS TROPHY 2025
Sports Department felicitates 38th National Games medalists with Cash Awards (ETV BHARAT ODISHA) କ୍ରୀଡ଼ାବିତମାନେ ଆମ ଗର୍ବ ଓ ଗୌରବ:
ସେ ଆହୁରି ମଧ୍ଯ କହିଛନ୍ତି, ‘ଆମ କ୍ରୀଡ଼ାବିତମାନେ ହେଉଛନ୍ତି ଆମ ଗର୍ବ ଓ ଗୌରବ। କ୍ରୀଡ଼ାର ମୌଳିକତା ହେଉଛି ବିଜୟର ଉତ୍ସାହ ରହିବା, ପରାଜୟ ଦ୍ୱାରା ନିରାଶ ନ ହୋଇ ପୁନର୍ବାର ଜିତିବା ପାଇଁ ଅନୁପ୍ରାଣିତ ହେବା। ନ୍ୟାସନାଲ ଗେମ୍ସରେ ଏହି ବିଜୟ ଆଜି ଓଡ଼ିଶାର ବହୁ ଯୁବକ୍ରୀଡ଼ାବିତଙ୍କ ପାଇଁ ପ୍ରେରଣାଦାୟୀ । ଆଗାମୀ ଦିନରେ ହେବାକୁ ଥିବା ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାମାନଙ୍କରେ ଆମ ଓଡ଼ିଶାର କ୍ରୀଡ଼ାବିତମାନେ ନିଜର ଉତ୍କୃଷ୍ଟ ପ୍ରଦର୍ଶନ ମାଧ୍ୟମରେ ପଦକ ହାସଲ କରି ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିବ। ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ବ୍ଲକ ସ୍ତରୀୟ ଷ୍ଟାଡିୟମ ନିର୍ମାଣର ଯୋଜନା ଠାରୁ ଆରମ୍ଭ କରି କ୍ରୀଡ଼ା ପ୍ରତିଭାର ବିକାଶ ପାଇଁ ସିଏମ-ଟ୍ରଫି ଚାମ୍ପିୟନସିପ୍ ଆଦିର ଆୟୋଜନ ଆମ ସରକାରଙ୍କ ଦ୍ୱାରା କରାଯାଇଛି ।’ ଆଗକୁ ମଧ୍ୟ ସରକାରଙ୍କ ତରଫରୁ କ୍ରୀଡ଼ାର ବିକାଶ ପାଇଁ ସମସ୍ତ ପ୍ରକାର ସହଯୋଗ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।
Sports Department felicitates 38th National Games medalists with Cash Awards (ETV BHARAT ODISHA) ୨୮ ଜାନୁଆରୀରୁ ୧୪ ଫେବୃଆରୀ ପର୍ଯ୍ୟନ୍ତ ଉତ୍ତରାଖଣ୍ଡରେ ୩୮ତମ ନ୍ୟାସନାଲ ଗେମ୍ସର ଆୟୋଜନ କରାଯାଇଥିଲା । ନ୍ୟାସନାଲ ଗେମ୍ସର ଆଗାମୀ ସଂସ୍କରଣ, ୩୯ତମ ନ୍ୟାସନାଲ ଗେମ୍ସ ୨୦୨୭ ମସିହାରେ ମେଘାଳୟରେ ଆୟୋଜନ କରାଯିବ ।
ଇଟିଭି ଭାରତ, ଭୁବନେଶ୍ବର