ପ୍ୟାରିସ (ଫ୍ରାନ୍ସ) :ଲକ୍ଷ୍ନୌର ଆଇଏଏସ୍ ଅଧିକାରୀ ତଥା ଉତ୍ତରପ୍ରଦେଶ କ୍ରୀଡ଼ା ଏବଂ ଯୁବ କଲ୍ୟାଣ ବିଭାଗ ସଚିବ ସୁହାସ ଏଲ୍ୱାଇ ସୋମବାର ରାତିରେ ପ୍ୟାରିସ୍ ପାରାଲିମ୍ପିକ୍ସ 2024ରେ ବ୍ୟାଡମିଣ୍ଟନରେ ରୌପ୍ୟ ପଦକ ଜିତିଛନ୍ତି । ପୁରୁଷ ଏକକ SL4 ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ପାଇଁ ଖେଳାଯାଇଥିବା ମ୍ୟାଚ୍ରେ ସେ ଫ୍ରାନ୍ସର ଲୁକାସ ମଜୁରଙ୍କ ଠାରୁ 21-10 ଓ 21-13ରେ ପରାସ୍ତ ହୋଇଥିଲେ । ତେବେ ଟୋକିଓ ପାରାଲିମ୍ପିକ୍ସ ପରେ ପ୍ୟାରିସରେ କ୍ରମାଗତ ଦ୍ବିତୀୟ ରୌପ୍ୟ ପଦକ ହାସଲ କରିଛନ୍ତି ଏହି ଆଇଏଏସ୍ ଅଧିକାରୀ ।
ଟୋକିଓରେ ବି ରୌପ୍ୟ ଜିତିଥିଲେ ସୁହାସ :-
2021 ମସିହାରେ ଟୋକିଓ ପାରାଲିମ୍ପିକ୍ସରେ ମଧ୍ୟ ଆଇଏଏସ୍ ଅଧିକାରୀ ସୁହାସ୍ ରୌପ୍ୟ ପଦକ ଜିତିଥିଲେ । ସେ ଭାରତ ସରକାରଙ୍କ ଠାରୁ ଅର୍ଜୁନ ପୁରସ୍କାର ମଧ୍ୟ ପାଇଛନ୍ତି । ପାରାଲିମ୍ପିକ୍ସ ପଦକ ଓ ଅର୍ଜୁନ ପୁରସ୍କାର ପାଇଥିବା ସୁହାସ ହେଉଛନ୍ତି ଏକମାତ୍ର ଆଇଏଏସ୍ ଅଧିକାରୀ । ଏସିଆନ୍ ଗେମ୍ସରେ ସେ ସ୍ବର୍ଣ୍ଣ ପଦକ ଜିତିଥିଲେ । ସୁହାସ୍ LYଙ୍କ ପତ୍ନୀ ରିତୁ ସୁହାସ୍ ମଧ୍ୟ ଜଣେ ଆଇଏସ୍ ଅଧିକାରୀ । ଉତ୍ତରପ୍ରଦେଶ ନଗର ଉନ୍ନୟନ ସ୍ବତନ୍ତ୍ର ସଚିବ ଥିବା ରିତୁ ସୁହାସ୍ 2019ରେ ମିସେସ ଇଣ୍ଡିଆ (Mrs India) ଟାଇଟଲ୍ ଜିତିଥିଲେ ।
ଲୁକାସଙ୍କୁ ମିଳିଥିଲା ଭରପୁର ସମର୍ଥନ :-
ଲୁକାସ୍ ମଜୁର ହେଉଛନ୍ତି ଫ୍ରାନ୍ସର ଶ୍ରେଷ୍ଠ ପାରା ବ୍ୟାଡମିଣ୍ଟନ ଖେଳାଳି । ପ୍ୟାରିସରେ ସ୍ବର୍ଣ୍ଣ ପଦକ ମ୍ୟାଚ୍ ହେଉଥିବା ସତ୍ତ୍ବେ ତାଙ୍କୁ ବହୁତ ସମର୍ଥନ ମିଳିଥିଲା । କୋର୍ଟ ଚାରିପାଖରେ ତାଙ୍କ ସମର୍ଥକଙ୍କ ଗହଳି ରହିଥିଲା । ଏଭଳି ସ୍ଥିତିରେ ତାଙ୍କର ଉତ୍ସାହବୃଦ୍ଧି ହେବା ସହ ତାଙ୍କ ଖେଳ ଆହୁରି ଉନ୍ନତ ହୋଇଥିଲା । ପୂରା ମ୍ୟାଚ୍ ସମୟରେ ଭାରତୀୟ ସୁହାସ୍, ଲୁକାସଙ୍କ ଆଗରେ ଏତେ ଭଲ ପ୍ରଦର୍ଶନ କରିପାରିନଥିଲେ । ମ୍ୟାଚର ପ୍ରଥମ ଗେମ୍ରେ ସୁହାସଙ୍କୁ 21-10 ସେଟ୍ରେ ପରାଜୟର ସମ୍ମୁଖୀନ ହେବାକୁ ପଡିଲା ।