ହାଇଦ୍ରାବାଦ:ପ୍ୟାରିସରେ ଆରମ୍ଭ ହେବାକୁ ଯାଉଛି ବିଶ୍ବ କ୍ରୀଡା ମହାକୁମ୍ଭ ‘ଅଲିମ୍ପିକ୍ସ’ । ଏଥିରେ ଭାରତର 23ଟି ରାଜ୍ୟର ମୋଟ 117 ଆଥଲେଟ୍ ଅଂଶଗ୍ରହଣ କରିବେ । ସେମାନଙ୍କ ମଧ୍ୟରୁ 47 ମହିଳା ଏବଂ 70 ପୁରୁଷ ଆଥଲେଟ୍ ରହିଛନ୍ତି । ହରିୟାଣାରୁ ସର୍ବାଧିକ 25 ଆଥଲେଟ୍ ପ୍ୟାରିସ୍ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଥିବା ବେଳେ 18 ଜଣ ଆଥଲେଟଙ୍କ ସହ ଦ୍ବିତୀୟ ସ୍ଥାନରେ ପଞ୍ଜାବ ରହିଛି । ସେହିପରି ତୃତୀୟରେ ତାମିଲନାଡୁର ସର୍ବାଧିକ 12 ଜଣ ଆଥଲେଟ୍ ଏଥିରେ ଭାଗ ନେବାକୁ ଯାଉଛନ୍ତି । ସେହିପରି ସିକ୍କିମ, ଗୋଆ, ଆସାମ, ବିହାରରୁ ସର୍ବନିମ୍ନ ଜଣେ ଲେଖାଏଁ କ୍ରୀଡାବିତ ଅଂଶଗ୍ରହଣ କରିବେ । ଅଲିମ୍ପିକ୍ସ ଆରମ୍ଭ ପୂର୍ବରୁ ଜାଣିନିଅନ୍ତୁ ଏଥର ଭାରତର କେଉଁ ରାଜ୍ୟର କେତେ ଖେଳାଳି ଏଥିରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି ।
ହରିୟାଣା (25):ଏଥର ‘ପ୍ୟାରିସ ଅଲିମ୍ପିକ୍ସ’ ପାଇଁ ହରିୟାଣା ସର୍ବାଧିକ 25ଜଣ ଆଥଲେଟ୍ ଭାରତରୁ ପ୍ରତିନିଧିତ୍ବ କରିବେ । ଯେଉଁଥିରେ 14ଜଣ ମହିଳା ଏବଂ 11ଜଣ ପୁରୁଷ ରହିଛନ୍ତି । ଏହି ଆଥଲେଟ୍ସଙ୍କ ମଧ୍ୟରେ ନୀରଜ ଚୋପ୍ରା (ଜାଭେଲିନ୍ ଥ୍ରୋ-ଦ୍ୱିତୀୟ ଥର), ଅମିତ ଫାଙ୍ଗଲ୍, ନିଶାନ୍ତ ଦେବ, ପ୍ରୀତି ପାୱାର, ଜସ୍ମିନ୍ ଲମ୍ବୋରିଆ (ବକ୍ସିଂ), ଦିଶା ଦାଗର (ଗଲ୍ଫ - ଦ୍ୱିତୀୟ ଥର), ସୁମିତ, ସଞ୍ଜୟ, ଅଭିଷେକ (ପୁରୁଷ ହକି ଦଳ), ବାଲରାଜ ପାନୱାର ( ରୋଇଂ), ରାଇଜା ଢିଲନ୍, ରମିତା ଜିନ୍ଦଲ ସରବଜୋଟ ସିଂ, ମନୁ ଭକର, ରିଥମ୍ ସାଙ୍ଗୱାମ, ଅନିଷ ଭାନୱାଲା (ସୁଟିଂ), ସୁମିତ ନାଗଲ (ଟେନିସ୍), ଅମନ ସେହରାୱତ, ଭିନେଶ ଫୋଗାଟ , ଅଂଶୁ ମଲିକ, ନିଶା ଡାହିଆ, ରିତିକା ହୁଡା, (ରେସଲିଂ), ଭଜନକୌର କିରଣ ପହଲ, ନିଶାନ୍ତ ଦେବ, ପ୍ରୀତି ପାୱାର, ଜସ୍ମିନ୍ ଲମ୍ବୋରିଆ, ସଞ୍ଜୟ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ।
ଆନ୍ଧ୍ର ପ୍ରଦେଶ (4): ପ୍ୟାରିସ୍ ଅଲିମ୍ପିକ୍ସରେ ଆନ୍ଧ୍ର ପ୍ରଦେଶର 4ଜଣ ଆଥଲେଟ୍ (2 ପୁରୁଷ ଏବଂ 2 ମହିଳା) ଦେଶ ପାଇଁ ପ୍ରତିନିଧିତ୍ୱ କରିବେ । ସେମାନେ ହେଉଛନ୍ତି ଧୀରଜ ବମ୍ମାଦେବରା (ତୀରନ୍ଦାଜ), ଜ୍ୟୋତି ୟାରାଜୀ (ହଡଲ୍ସ), ଜ୍ୟୋତିକା ଶ୍ରୀ ଦାଣ୍ଡି (ମହିଳା ରିଲେ), ସାତ୍ତ୍ବିକ ସାଇରାଜ ରଙ୍କିରେଡ୍ଡୀ(ବ୍ୟାଡମିଣ୍ଟନ୍-ପୁରୁଷ ଡବଲ୍ସ) ।
ଆସାମ (1): ଆସାମର ଏକମାତ୍ର ମହିଳା ଆଥଲେଟ୍ ବକ୍ସର ଲଭଲିନା ଅଲିମ୍ପିକ୍ସରେ ବକ୍ସିଂରେ ଭାଗ ନେବେ । ସେ ମହିଳା 75 କିଲୋଗ୍ରାମ ଇଭେଣ୍ଟରେ ଅଂଶଗ୍ରହଣ କରିବେ । ସେ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସରେ ଭାଗ ନେଉଛନ୍ତି ।
ବିହାର(1): ଟ୍ରାପ ସୁଟର ଶ୍ରେୟାସୀ ସିଂ ପ୍ରଥମ ଥର ଅଲିମ୍ପିକ୍ ଖେଳିବାକୁ ଯାଉଛନ୍ତି । ବିହାରର ଏକମାତ୍ର ଆଥଲେଟ୍ ଭାବେ ସେ ପ୍ୟାରିସ୍ 2024 ଅଲିମ୍ପିକ୍ସ ଖେଳିବେ ।
ଚଣ୍ଡିଗଡ଼ (2):ଚଣ୍ଡିଗଡ଼ର ଦୁଇଜଣ ଖେଳାଳି ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ସେମାନେ ହେଉଛନ୍ତି ଅର୍ଜୁନ ବାବୁଟା ଏବଂ ବିଜୟଭୀର୍ ସିଦ୍ଧୁ । ଉଭୟ ସୁଟିଂ ଇଭେଣ୍ଟରେ ଭାଗ ନେବେ । ପ୍ରଥମ ଥର ପାଇଁ ଏହି ଦୁଇ ଜଣ ଅଲିମ୍ପିକ୍ସ ଖେଳିବାକୁ ଯାଉଛନ୍ତି ।
ଗୋଆ (1):ମହିଳା ବ୍ୟାଡମିଣ୍ଟନ ଖେଳାଳି (ମହିଳା ଡବଲ୍ସ) ତନିଶା କ୍ରାଷ୍ଟୋ ପ୍ରଥମ ଥର ପାଇଁ ଗ୍ରୀଷ୍ମ ଅଲିମ୍ପିକ୍ସରେ ଅଂଶଗ୍ରହଣ କରୁଛନ୍ତି । ସେ ଗୋଆର ଏକମାତ୍ର ଆଥଲେଟ୍ ଭାବେ କ୍ରୀଡା ମହାକୁମ୍ଭରେ ସାମିଲ ହେବେ ।
ଗୁଜୁରାଟ(2): ଗୁଜୁରାଟର ଦୁଇ ଟେବୁଲ୍ ଟେନିସ୍ ଖେଳାଳି ହରମିତ ଦେଶାଇ ଏବଂ ମାନବ ଠାକୁର ପ୍ୟାରିସ୍ ଅଲିମ୍ପିକ୍ସ 2024 ରେ ପ୍ରଥମ ଥର ପାଇଁ ଭାରତର ପ୍ରତିନିଧିତ୍ୱ କରିବେ।
ଝାଡଖଣ୍ଡ (2): ଏହି ରାଜ୍ୟରୁ ଜଣେ ପୁରୁଷ ଏବଂ ଜଣେ ମହିଳା ଆଥଲେଟ୍ ପ୍ୟାରିସ୍ ଅଲିମ୍ପିକ୍ସ ଖେଳିବେ । ଦୀପିକା କୁମାରୀ (ତୀରନ୍ଦାଜ) ଓ ବିକାଶ ସିଂ (ରେସ୍ ୱାକ୍)ରେ ଭାରତକୁ ପ୍ରତିନିଧିତ୍ବ କରିବେ ।
କର୍ଣ୍ଣାଟକ (7): ପ୍ୟାରିସ ଅଲିମ୍ପିକ୍ସ ପାଇଁ କର୍ଣ୍ଣାଟକର 7ଜଣ ଖେଳାଳି ଯୋଗ୍ୟତା ଅର୍ଜନ କରିଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ପୁରୁଷ ଓ 5ଜଣ ମହିଳା ରହିଛନ୍ତି । ସେମାନେ ହେଲେ, ଏମ.ଆର ପୋଭାମ୍ମା (ମହିଳା ରିଲେ ), ଅଶ୍ୱିନୀ ପୋନ୍ନାପ୍ପା (ବ୍ୟାଡମିଣ୍ଟନ-ମହିଳା ଡବଲ୍ସ), ଆଦିତ୍ୟ ଅଶୋକ (ଗଲ୍ଫ), ଧିନିଧି (ସନ୍ତରଣ), ଶ୍ରୀହରି ନାଟାରାଜ (ସନ୍ତରଣ) ଅର୍ଚ୍ଚନା କାମାଥ (ଟେବୁଲ ଟେନିସ) ରୋହନ ବୋପାନ୍ନା (ଟେନିସ)।
କେରଳ(7): କେରଳର 7ଜଣ ପୁରୁଷ ଖେଳାଳି ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଅବଦୁଲ୍ଲା ଅବୁବାକର (ଟ୍ରିପଲ ଜମ୍ପ) ମହମ୍ମଦ ଅନାସ ୟାହିୟା (ପୁରୁଷ ରିଲେ ), ମହମ୍ମଦ ଅଜମଲ ( ପୁରୁଷ ରିଲେ), ଆମୋଜ ଯାକୋବ (ପୁରୁଷ ରିଲେ), ମିଜୋ ଚାକୋ କୁରିଏନ୍ (ରିଲେ-ରିଜର୍ଭ ଏବଂ ମିକ୍ସଡ୍ ରିଲେ), ଏଚ୍ ଏସ୍ ପ୍ରଣୟ (ବ୍ୟାଡମିଣ୍ଟନ୍), ପି.ଆର ଶ୍ରୀଜେଶ (ହକି) ।
ମଧ୍ୟପ୍ରଦେଶ (3): ମଧ୍ୟପ୍ରଦେଶରୁ 3ଜଣ ପୁରୁଷ ଆଥଲେଟ ଭାରତରୁ ପ୍ରତିନିଧିତ୍ବ କରିବେ । ସେମାନେ ହେଉଛନ୍ତି ବିବେକ ସାଗର ପ୍ରସାଦ (ହକି), ସନ୍ଦୀପ ସିଂ ଓ ଅଶ୍ୱର୍ଯ୍ୟା ପ୍ରତାପ ସିଂ ତୋମାର (ସୁଟିଂ)।