ପ୍ୟାରିସ (ଫ୍ରାନ୍ସ):ଭାରତୀୟ ଷ୍ଟାର ବ୍ୟାଡ୍ମିଣ୍ଟନ ଯୋଡି ସାତ୍ତ୍ବିକସାଇରାଜ ରଙ୍କିରେଡ୍ଡୀ ଏବଂ ଚିରାଗ ଶେଟ୍ଟୀ ଏକ ଦମଦାର ବିଜୟ ସହିତ ପ୍ୟାରିସ୍ ଅଲିମ୍ପିକ୍ସ ଅଭିଯାନ ଆରମ୍ଭ କରିଛନ୍ତି । ପୁରୁଷ ଡବଲ୍ସ ଟୁର୍ଣ୍ଣାମେଣ୍ଟର ଗ୍ରୁପ୍ ମ୍ୟାଚ୍ରେ ଏହି ଭାରତୀୟ ଯୋଡ଼ି ଆୟୋଜକ ଫ୍ରାନ୍ସର ଲୁକାସ୍ କର୍ଭି ଏବଂ ରୋନନ୍ ଲାବାରଙ୍କୁ 21-17 ଏବଂ 21-14 ସ୍କୋରରେ ପରାସ୍ତ କରିଛନ୍ତି । ଏହା ସହିତ ବ୍ୟାଡ୍ମିଣ୍ଟନରେ ଭାରତ ପାଇଁ ମେଡାଲ ଆଶାକୁ ଆହୁରି ଉଦ୍ଜୀବିତ କରିଦେଇଛନ୍ତି ସାତ୍ତ୍ବିକ ଓ ଚିରାଗ ।
46 ମିନିଟ ଧରି ଚାଲିଥିବା ଏହି ମ୍ୟାଚ୍ରେ ଘରୋଇ ଦଳ ଫ୍ରାନ୍ସ ପକ୍ଷରୁ ଭାରତୀୟ ସଟ୍ଲର କଡ଼ା ପ୍ରତିଯୋଗିତାର ସମ୍ମୁଖୀନ ହୋଇଥିଲେ । କିନ୍ତୁ, ଏସିଆନ୍ ଗେମ୍ସର ଚମ୍ପିଆନ୍ ସାତ୍ତ୍ବିକ୍-ଚିରାଗ ଯୋଡ଼ି ଆୟୋଜକ ଟିମ୍କୁ ନିରାଶ କରି ଏକ ଚମତ୍କାର ବିଜୟ ସହିତ ସେମାନଙ୍କର ଅଲିମ୍ପିକ୍ ଅଭିଯାନ ଆରମ୍ଭ କରିଛନ୍ତି ।
ପ୍ରଥମ ସେଟ୍ରୁ ହିଁ ଦମଦାର ପ୍ରଦର୍ଶନ:-
ଫ୍ରାନ୍ସର ଲୁକାସ୍ କର୍ଭି ଏବଂ ରୋନନ୍ ଲାବାରଙ୍କୁ ଘରୋଇ ମୈଦାନରେ ପ୍ରଶଂସକଙ୍କର ପ୍ରବଳ ସମର୍ଥନ ମିଳିଥିଲା । ଏହା ସତ୍ତ୍ବେ ବିଶ୍ବରେ ତୃତୀୟ ରାଙ୍କ୍ରେ ଥିବା ଭାରତୀୟ ଯୋଡି ବିପକ୍ଷରେ ସେମାନେ ପରାଜୟର ସମ୍ମୁଖୀନ ହୋଇଥିଲେ । ଗତ ଏସିଆନ୍ ଗେମ୍ସରେ ଚମ୍ପିଆନ୍ ହୋଇଥିବା ଏହି ଭାରତୀୟ ଯୋଡ଼ି ମ୍ୟାଚ୍ ଆରମ୍ଭରୁ ଦମଦାର ପ୍ରଦର୍ଶନ କରି ଅନେକ ଶକ୍ତିଶାଳୀ ସଟ୍ ଖେଳି ପଏଣ୍ଟ ସ୍କୋର କରିଥିଲେ । ଅଲିମ୍ପିକ୍ ପଦକ ପାଇଁ ଦୃଢ଼ ଦାବିଦାର ଥିବା ଏହି ଭାରତୀୟ ଯୋଡି ପ୍ରଥମ ସେଟ୍ 21-17 ସ୍କୋରରେ ଜିତି ଏହି ଖେଳରେ 1-0 ଅଗ୍ରଣୀ ହାସଲ କରିଥିଲେ ।
ଦ୍ବିତୀୟ ସେଟ୍ରେ ଏକତରଫା ବିଜୟ:-