ହାଇଦ୍ରାବାଦ:ଅଲିମ୍ପିକ୍ସରେ କମ୍ପିବ, ଝୁମିବ ପ୍ୟାରିସ । ଅଲିମ୍ପିଆନ୍ସଙ୍କ ଉପରେ ହେବ ମେଡାଲ ବର୍ଷା । ରାତି ପାହିଲେ ହେବ ରଙ୍ଗା ରଙ୍ଗ ଉଦଘାଟନୀ ସମାରୋହ । ପ୍ରାୟ 12 ମିଲିୟନ ଦର୍ଶକ ଉତ୍ସବ ଦେଖିବାକୁ ଆସିବାକୁ ଥିବା ବେଳେ ପ୍ୟାରିସରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । 45 ହଜାର ପୋଲିସ କର୍ମଚାରୀ ପ୍ୟାରିସ ଜଗିବେ । ସବୁଠାରୁ ବଡ କଥା ହେଉଛି ପ୍ରଥମ ଥର ପାଇଁ ସୁରକ୍ଷାରେ ଭାରତର ଅର୍ଦ୍ଧସାମରିକ ବଳର ଏକ ଟିମ୍ ବା ଏଲିଟ ଇଣ୍ଡିଆନ କେ 9 ୟୁନିଟକୁ ନିୟୋଜିତ କରାଯାଇଛି । ପ୍ୟାରିସ ଅଲିମ୍ପିକ୍ସ ସୁରକ୍ଷା ଦାୟିତ୍ବରେ ରହିଛନ୍ତି ଭାରତୀୟ ସେନା । ଅନ୍ତର୍ଜାତୀୟ ସ୍ତରରେ ବିପର୍ଯ୍ୟୟ ସମୟରେ କେ-9 ନିୟୋଜିତ ହେଉଥିବା ବେଳେ ଏବେ ସୁରକ୍ଷା ପାଇଁ ନିଯୋଜିତ ହେବେ ।
ଏଲିଟ ଇଣ୍ଡିଆନ୍ସ କେ 9 ୟୁନିଟର ଭୂମିକା:ଭାରତୀୟ କେ 9 ୟୁନିଟ୍ ହେଉଛି କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ (CAPF) ଏବଂ ଭାରତୀୟ କମାଣ୍ଡୋ ସ୍ୱତନ୍ତ୍ର ବାହିନୀର ଏକ କେନ୍ଦ୍ରୀୟ କମ୍ପୋନେଟ । ବେଲଜିୟମ ଶେଫଡ, ଜର୍ମାନ ଶେଫଡ ଏବଂ ଏବଂ ଲାବ୍ରାଡୋର ପରି କୁଶଳୀ କୁକୁରଙ୍କୁ ବିଭିନ୍ନ ସୁରକ୍ଷା କାର୍ଯ୍ୟ ପାଇଁ ତାଲିମ ଦିଆଯାଇଥାଏ। 17 ଜଣ ଅଭିଜ୍ଞ ସଞ୍ଚାଳକ ସହିତ ଏହି 10 ସଦସ୍ୟ ବିଶିଷ୍ଟ ଦଳ ବିଭିନ୍ନ ଅଲିମ୍ପିକ୍ସ ସ୍ଥାନ ଗୁଡିକରେ ସୁଙ୍ଗିବା ଏବଂ ପାଟ୍ରୋଲିଂ କାର୍ଯ୍ୟ କରିବେ । ତେବେ ଭାରତୀୟ ସେନାର ଏହି ଟିମ୍ ତୁର୍କିରେ ଭୟଙ୍କର ଭୂକମ୍ପ ସମୟରେ ବଞ୍ଚାଇ ଥିଲେ ହଜାର ହଜାର ଜୀବନ ।
ଦେଶରେ ଆୟୋଜିତ ବଡ ବଡ କାର୍ଯ୍ୟକ୍ରମ ଯେମିତିକି ସ୍ବାଧିନତା ଦିବସ, ଗଣତନ୍ତ୍ର ଓ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏହି ଦଳ ନିୟୋଜିତ ହୋଇଥାନ୍ତି । ପ୍ରାନ୍ସରେ ଇଣ୍ଡିଆନ୍ସ କେ 9 ୟୁନିଟକୁ ନିଯୋଜିତ କରିବା ସେମାନଙ୍କ ସାମର୍ଥ୍ୟର ପ୍ରମାଣ ନୁହେଁ ବରଂ ଜନସାଧାରଣଙ୍କ ସୁରକ୍ଷା କ୍ଷେତ୍ରରେ ଆନ୍ତର୍ଜାତୀୟ ସହଯୋଗ ଦିଗରେ ଏକ ପଦକ୍ଷେପ । ଭାରତୀୟ କେ- 9 ୟୁନିଟ୍ ଫ୍ରାନ୍ସ କର୍ତ୍ତୃପକ୍ଷଙ୍କ ସହ କାର୍ଯ୍ୟ କରିବ ଏବଂ ଏଥିରେ ସମ୍ପୃକ୍ତ ସୋଲକଙ୍କ ନିରାପଦ ପରିବେଶ ସୃଷ୍ଟି କରିବ ।