ETV Bharat / sports

Champions Trophy: BCCIକୁ ମନାଇବାକୁ PCBର ଚାଲ୍‌, ଭାରତୀୟ ପ୍ରଶଂସକଙ୍କୁ ତ୍ବରିତ ଭିସା - CHAMPIONS TROPHY

ଚାମ୍ପିୟନ୍ସ ଟ୍ରଫି ପାଇଁ ବିସିସିଆଇ(BCCI)କୁ ମନାଇବାକୁ ନୂଆ କୌଶଳ କରିଛି ପାକିସ୍ତାନ କ୍ରିକେଟ ବୋର୍ଡ PCB । ଭାରତୀୟ ପ୍ରଶଂସକଙ୍କ ପାଇଁ ନୂଆ ପଦକ୍ଷେପ ଘୋଷଣା ।

champions trophy 2025
champions trophy 2025 (ANI Photo)
author img

By ETV Bharat Odisha Team

Published : Nov 2, 2024, 2:27 PM IST

ହାଇଦ୍ରାବାଦ: ଆସନ୍ତାବର୍ଷ ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଯାଉଛି ଆଇସିସି ଚାମ୍ପିୟନ୍ସ ଟ୍ରଫି 2025 । ଏଥିପାଇଁ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିବ ନାହିଁ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଭାରତୀୟ ଦଳକୁ ନିଜ ଦେଶକୁ ନେବାକୁ ପୂରା କସରତ କରୁଛି ପାକିସ୍ତାନ କ୍ରିକେଟ ବୋର୍ଡ- ପିସିବି । ଏଥିପାଇଁ କ୍ରିକେଟ ବୋର୍ଡ ଅଫ୍ ଇଣ୍ଡିଆ (BCCI) ଏବଂ ଭାରତୀୟ ପ୍ରଶଂସକଙ୍କ ପାଇଁ ଏକ ନୂଆ ପଦକ୍ଷେପ ଗ୍ରଙଣ କରିଛି ପାକିସ୍ତାନ କ୍ରିକେଟ ବୋର୍ଡ ।

ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନ ଗସ୍ତ କରିବାକୁ ଇଚ୍ଛା ରଖିଥିବା ଭାରତୀୟ ପ୍ରଶଂସକଙ୍କ ପାଇଁ ଶୀଘ୍ର ଭିସା ପ୍ରଦାନ ନୀତିକୁ ପିସିବି ଚେୟାରମ୍ୟାନ ତଥା ପାକିସ୍ତାନ ଗୃହମନ୍ତ୍ରୀ ମୋହସିନ ନାକଭି ପ୍ରତିଶ୍ରୁତି ଦେଇଛନ୍ତି । ଆମେରିକୀୟ ଶିଖ ତୀର୍ଥଯାତ୍ରୀଙ୍କୁ ଭେଟିଥିବା ବେଳେ ସେ ଏହି ସୂଚନା ଦେଇଥିଲେ ।

Champions Trophy
Champions Trophy (ANI and AFP Photo)

ଭିସା ପ୍ରଦାନରେ ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କୁ ପ୍ରାଥମିକତା:

ନ୍ୟୁଜ ଏଜେନ୍ସି ପିଟିଆଇ ଅନୁଯାୟୀ, ଏକ ଖବରକାଗଜ ନାକଭିଙ୍କ ପକ୍ଷରୁ କହିଛି ଯେ, ଟିକେଟ ପାଇଁ ଆମେ ଭାରତୀୟ ପ୍ରଶଂସକଙ୍କ ପାଇଁ ଏକ ସ୍ୱତନ୍ତ୍ର କୋଟା ରଖିବୁ ଏବଂ ଭିସା ପ୍ରଦାନ ନୀତି ତ୍ୱରାନ୍ୱିତ କରିବାକୁ ଚେଷ୍ଟା କରିବୁ । ପିସିବି ଭାରତୀୟ ପ୍ରଶଂସକଙ୍କୁ ପାକିସ୍ତାନ ଆସି ଲାହୋରରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଦେଖିବାକୁ ଆଶା ରଖିଛି ।

Champions Trophy
Champions Trophy (ANI Photo)

ପାକିସ୍ତାନରେ ସମସ୍ତ ଦଳକୁ ସ୍ବାଗତ କରାଯିବ:

କିଛି ସପ୍ତାହ ପୂର୍ବରୁ ନାକଭି କହିଥିଲେ ଯେ, ପାକିସ୍ତାନରେ ଚାମ୍ପିୟନ୍ସ ଟ୍ରଫି ଆୟୋଜିତ ହେଲେ ମଧ୍ୟ ଭାରତ ଅଂଶଗ୍ରହଣ କରିବ ବୋଲି ମୁଁ ନିଶ୍ଚିତ । ଭାରତୀୟ ଦଳ ପାକିସ୍ତାନ ଆସିବା ଉଚିତ । ମୋତେ ଲାଗୁ ନାହିଁ ଭାରତୀୟ ଦଳ ଏଠାକୁ ଆସିବାକୁ ମନା କରିବେ । ଚାମ୍ପିୟନ୍ସ ଟ୍ରଫି ପାଇଁ ପାକିସ୍ତାନରେ ଆମେ ସମସ୍ତ ଦଳକୁ ସ୍ବାଗତ କରିବୁ ଓ ସମସ୍ତ ପ୍ରକାର ବ୍ୟବସ୍ଥା କରିବୁ ।

ଏହା ମଧ୍ୟ ପଢନ୍ତୁ-'କୋହଲିଙ୍କୁ ଦେଖିବାକୁ ଚାହିଁ ବସିଛନ୍ତି ପାକିସ୍ତାନୀ; ଭାରତ ଆସିବା ଉଚିତ' - YOUNUS KHAN ON KOHLI

ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ଭାରତ ! ବିସିସିଆଇର ବଡ଼ ଅପ୍‌ଡେଟ୍‌ - Champions Trophy 2025

Champions Trophy
Champions Trophy (ANI Photo)

ଆଇସିସି ଚାମ୍ପିୟନ୍ସ ଟ୍ରଫି କାର୍ଯ୍ୟସୂଚୀ ସ୍ଥିର ହୋଇନାହିଁ:

ଆମେ ଆପଣଙ୍କୁ କହିରଖୁଛୁ ଯେ, ଆଇସିସି ଚାମ୍ପିୟନ୍ସ ଟ୍ରଫି 2025 ଫେବୃଆରୀ 19 ରୁ ଆରମ୍ଭ ହେବାକୁ ଯାଉଛି । ଏହାର ଫାଇନାଲ ମ୍ୟାଚ ମାର୍ଚ୍ଚ 9ରେ ଅନୁଷ୍ଠିତ ହେବ । ଟୁର୍ଣ୍ଣାମେଣ୍ଟର ସମସ୍ତ ମ୍ୟାଚ୍ ଲାହୋର, କରାଚୀ ଏବଂ ରାୱଲପିଣ୍ଡିରେ ଖେଳାଯିବ । ଆଇସିସି ଏପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟର କାର୍ଯ୍ୟସୂଚୀ ପ୍ରକାଶ କରିନାହିଁ, କାରଣ ସେମାନେ ଏହି ସୂଚୀ ପାଇଁ ଭାରତ ସରକାର ଟିମ୍‌ ଇଣ୍ଡିଆକୁ ପାକିସ୍ତାନ ଯିବାକୁ ଅନୁମତି ଦେବେ କି ନାହିଁ ତାହା ସୁନିଶ୍ଚିନ୍ତ ହେବା ଅପେକ୍ଷାରେ ରହିଛନ୍ତି ।

କେନ୍ଦ୍ର ସରକାରଙ୍କ ହାତରେ ଟିମ୍‌ ଇଣ୍ଡିଆ ପାକିସ୍ତାନ ଯିବା ନିଷ୍ପତ୍ତି:

ବିସିସିଆଇ ସ୍ପଷ୍ଟ କରିଛି ଯେ, ଭାରତୀୟ ଦଳର ପାକିସ୍ତାନ ଗସ୍ତ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ନୀତିଗତ ନିଷ୍ପତ୍ତିକୁ ମାନିବ । 2008 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରଠାରୁ ଭାରତୀୟ ଦଳ ପାକିସ୍ତାନ ଗସ୍ତ କରିନାହିଁ । 2007 ପରଠାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଟେଷ୍ଟ ସିରିଜ ହୋଇନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.