ନୂଆଦିଲ୍ଲୀ:ପ୍ୟାରିସ୍ ଅଲିମ୍ପିକ୍ସ 26 ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି । ଏହାକୁ ନେଇ ଉତ୍ସାହିତ କ୍ରୀଡାପ୍ରେମୀ । 206 ଦେଶର 10 ହଜାର 5ଶହ ଖେଳାଳି ଏଥିରେ ଅଂଳ ଗ୍ରହଣ କରିବେ । ଭାରତ ପକ୍ଷରୁ 117 ଜଣ କ୍ରୀଡାବିତ ପ୍ରତିନିଧିତ୍ବ କରିବାକୁ ଯାଉଛନ୍ତି । ଏହାପୂର୍ବରୁ ଆଜି ଆମେ ଆପଣଙ୍କୁ ଅଲିମ୍ପିକ୍ସ ଇତିହାସର ସବୁଠାରୁ ଅଦ୍ଭୁତ ଖେଳ ବିଷୟରେ କହିବାକୁ ଯାଉଛୁ, ଯାହା ଆରମ୍ଭ ହୋଇଥିଲେ ମଧ୍ୟ ପରେ ବ୍ୟାନ କରାଯାଇଥିଲା ।
200 ମିଟର ହଡଲ୍ସ: 1900ରେ ପ୍ୟାରିସରେ ଏକ ନିଆରା ସନ୍ତରଣ ପ୍ରତିଯୋଗିତା
1900 ପ୍ୟାରିସ ଅଲିମ୍ପିକ୍ସରେ ଆୟୋଜିତ ଏହି ଅସ୍ୱାଭାବିକ ସନ୍ତରଣ ଇଭେଣ୍ଟ ଅତ୍ୟନ୍ତ ଜଟିଳ ପରି ମନେ ହୁଏ । କିନ୍ତୁ ଏହା ବହୁତ ମଜାଦାର ମଧ୍ୟ । 200 ମିଟର ହଡଲ୍ସ ଓ ସୁଇମିଂର ଏହା ମିଶ୍ରଣ ଥିଲା । ପାଣି ଭିତରେ ସୁଇମିଂ ସମୟରେ ସନ୍ତରଣକାରୀମାନଙ୍କୁ ତିନୋଟି ହଡଲ୍ସ ଅତିକ୍ରମ କରି 200 ମିଟର ଦୂରତା ପର୍ଯ୍ୟନ୍ତ ଯିବାକୁ ପଡୁଥିଲା । ସେହି ସମୟରେ 12 ଜଣ ପ୍ରତିଯୋଗୀ ସାମିଲ ହୋଇଥିଲେ । ଅଷ୍ଟ୍ରେଲିଆର ଫ୍ରେଡେରିକ୍ ଲେନ୍ ବିଜେତା ହୋଇଥିଲେ ।
ଏକକ ସିଙ୍କ୍ରୋନାଇଜଡ୍ ସନ୍ତରଣ: 1984 ରୁ 1992 ମଧ୍ୟରେ ଅଲିମ୍ପିକ୍ସ ଗେମ୍ସରେ ଏକକ ସିଙ୍କ୍ରୋନାଇଜଡ୍ ସନ୍ତରଣ ଇଭେଣ୍ଟ ରହିଥିଲା । 1984 ଲସ୍ ଆଞ୍ଜେଲ୍ସରେ ଏହା ପ୍ରଥମେ ଆରମ୍ଭ ହୋଇଥିଲା । ଆମେରିକୀୟ ସନ୍ତରଣକାରୀ ଟ୍ରେସି ରୁଇଜ୍ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏହା ଏତେଟା ଲୋକପ୍ରୀୟ ହୋଇନଥିଲେ ମଧ୍ୟ 3ଟି ଅଲିମ୍ପିକ୍ସରେ ପ୍ରିତଯୋଗୀ ମାନେ ସାମିଲ ହୋଇଥିଲେ । ସିଙ୍କ୍ରୋନାଇଜଡ୍ ସନ୍ତରଣ ହେଉଛି ଏକ ଖେଳ, ଯେଉଁଥିରେ ସନ୍ତରଣକାରୀମାନେ ଏକକ ଧାଡିରେ ସନ୍ତରଣ କରନ୍ତି ।
ରୋପ କ୍ଲାଇମ୍ବିଂ:1896, 1900-08, 1924, 1932
ପ୍ରଥମ ଥର ପାଇଁ 1544 ମସିହାରେ ଜିମ୍ନାଷ୍ଟିକ୍ ଇଭେଣ୍ଟରେ ଜର୍ମାନ ପ୍ରାଇମର୍ ଦ୍ୱାରା ଦଉଡି ଚଢିବା ଉପସ୍ଥାପନା ହୋଇଥିଲା । ଯିଏକି ବ୍ୟାୟାମର ଏକ ଅଂଶ ଭାବରେ ପିଲା ଏବଂ ବୟସ୍କଙ୍କ ପାଇଁ ଦଉଡି ଚଢିବାକୁ ପରାମର୍ଶ ଦେଇଥିଲେ । ଏହି କ୍ରୀଡା ପ୍ରଥମେ 1859 ରେ ହେଲେନିକ୍ ଗେମ୍ସରେ ଅନ୍ତର୍ଭୁକ୍ତ କରାଯାଇଥିଲା । ପରେ 1896 ମସିହାରେ ଅଲିମ୍ପିକ୍ସ ଗେମ୍ସରେ ଏହାର ଜିମ୍ନାଷ୍ଟିକ୍ ଇଭେଣ୍ଟରେ ଦଉଡି ଚଢିବା ସାମିଲ କରାଯାଇଥିଲା । ଏହି ଖେଳ 1932 ପର୍ଯ୍ୟନ୍ତ ଅଲିମ୍ପିକ୍ସରେ ଜିମ୍ନାଷ୍ଟିକ୍ ଇଭେଣ୍ଟଗୁଡିକର ଏକ ଅଂଶ ଥିଲା । ପ୍ରଥମ ଅଲିମ୍ପିକ୍ ଇଭେଣ୍ଟ ସମୟରେ, ଦଉଡିଟି ପ୍ରାୟ 14 ମିଟର ଥିଲା ଏବଂ ପ୍ରତିଯୋଗୀମାନେ କେବଳ ପାଦକୁ ସ୍ଥିର ରଖି ଦଉଡିରେ ଚଢିବାର ଥିଲା । 1932 ପରେ ଅଲିମ୍ପିକ୍ସରୁ ଏହି ଇଭେଣ୍ଟକୁ ମାତ ଦିଆୟାଇଥିଲା । ଏହି ଇଭେଣ୍ଟରେ କେବଳ ଦୁଇ ପ୍ରତିଯୋଗୀ ସଫଳ ହୋଇଥିଲେ ।