ଓଡିଶା

odisha

ETV Bharat / sports

INDIA-ENGLAND ODI: ବାରବାଟୀ ଫାଇଟ ପାଇଁ ଟିକେଟ ମୂଲ୍ୟ ଧାର୍ଯ୍ୟ କଲା OCA - INDIA ENGLAND BARABATI ODI

2025 ଫେବ୍ରୁଆରି ୯ ରେ କଟକ ବାରବାଟୀରେ ଭାରତ-ଇଂଲଣ୍ଡ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ । ଟିକେଟ ମୂଲ୍ୟ ଧାର୍ଯ୍ୟ କଲା ଓଡ଼ିଶା କ୍ରିକେଟ ଆସୋସିଏସନ OCA । ସର୍ବାଧିକ ୨୦୦୦୦, ସର୍ବନିମ୍ନ ୮୦୦ ।

INDIA ENGLAND ODI TICKET PRICES
INDIA ENGLAND ODI TICKET PRICES (ETV Bharat Odisha)

By ETV Bharat Odisha Team

Published : Nov 3, 2024, 11:07 PM IST

Updated : Nov 4, 2024, 10:36 AM IST

କଟକ: ବାରବାଟୀ ଭାରତ ବନାମ ଇଂଲଣ୍ଡ ମ୍ୟାଚ ପାଇଁ ଧାର୍ଯ୍ୟ ହେଲା ଟିକେଟ ମୂଲ୍ୟ । ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ ମ୍ୟାଚ୍ ହେବାକୁ ଥିବାରୁ ଉତ୍ସାହିତ କ୍ରିକେଟ୍ ପ୍ରେମୀ । ଆଜି ଓଡିଶା କ୍ରିକେଟ ସଂଘରେ ଅନୁଷ୍ଠିତ ହୋଇଥିବା ବର୍ଷିକ ସାଧାରଣ ପରିଷଦ ବୈଠକରେ ନିଆଗଲା ନିଷ୍ପତ୍ତି । ଆସନ୍ତା ବର୍ଷ ଫେବ୍ରୁଆରି ୯ ତାରିଖରେ ବାରବାଟୀରେ ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ । ଏନେଇ ଆଜି(ରବିବାର) AGMରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋଚନା କରିଛି ଓସିଏ କମିଟି ।

ଷ୍ଟାଡିୟମରେ ମୋଟ 44 ହଜାର 524 ଦର୍ଶକ ମ୍ୟାଚ ଦେଖିବାର ସୁଯୋଗ ପାଇବେ । ଏହାବ୍ୟତୀତ ସମସ୍ତ କମିଟି ଓ ସବକମିଟିକୁ ମ୍ୟାଚ ସୁପରିଚାଳନା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା । ଏହାବ୍ୟତୀତ ଉଭୟ ଟିମ୍ ମେ ଫେୟାର ଲାଗୁନରେ ରହିବା ନେଇ ସ୍ଥିର କରିଛି ଓସିଏ । ତେବେ ଦର୍ଶକଙ୍କ ପାଇଁ ଜାରି କରାଯାଇଥିବା ଟିକେଟର ମୂଲ୍ୟ ଉପରେ ନଜର ପକାନ୍ତୁ ।

INDIA ENGLAND ODI TICKET PRICES (ETV Bharat odisha)
  • ଗ୍ୟାଲେରୀ 1-1200
  • ଗ୍ୟାଲରୀ 2- 1000
  • ଗ୍ୟାଲେରୀ 3- 1200
  • ଗ୍ୟାଲରୀ 4-1000
  • ଗ୍ୟାଲେରୀ 5- 1500
  • ଗ୍ୟାଲରୀ 6-1200
  • ଗ୍ୟାଲରୀ 7-800
  • ସ୍ପେଶାଲ ଏନକ୍ଲୋଜର - 7000
  • ଏସି ଗ୍ୟାଲରୀ ବକ୍ସ -9000
  • କର୍ପୋରେଟ ବକ୍ସ -20000
  • ନିୟୁ ପାଭିଲିୟନ -10000

ଏହା ମଧ୍ୟ ପଢନ୍ତୁ... IND VS NZ Test: କ୍ଲିନ ସୁଇପ କଲା ଟିମ୍‌ ନ୍ୟୁଜିଲାଣ୍ଡ, ଭାରତର ଲଜ୍ଜାଜନକ ପରାଜୟ

ଏହା ମଧ୍ୟ ପଢନ୍ତୁ..ପୁଣି 6 ବଲ୍‌ରେ ହେଲା 6 ଛକା, ଗୋଟିଏ ଓଭରରେ 37 ରନ୍‌ କଲେ ଏହି ଖେଳାଳି

ବାରବାଟୀରେ ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ ମ୍ୟାଚ୍ ହେବାକୁ ଯାଉଥିବାରୁ ଉତ୍ସାହିତ ଅଛନ୍ତି କ୍ରିକେଟ୍ ପ୍ରେମୀ । ତେବେ ଗତ ମ୍ୟାଚ ଅପେକ୍ଷା ଏହି ମ୍ୟାଚ୍ ପାଇଁ ଟିକେଟ୍ ଦର ଯଥେଷ୍ଟ ବୃଦ୍ଧି କରାଯାଇଛି । ଆଜିର ଏହି ବୈଠକରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା, ଉପସଭାପତି ପଙ୍କଜ ଲୋଚନ ମହାନ୍ତି ଏବଂ କୋଷାଧ୍ୟକ୍ଷ ବିକାଶ ପ୍ରଧାନଙ୍କ ସହ ଓସିଏର କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ଆସନ୍ତା ବର୍ଷ ଫ୍ରେବୃଆରୀ 9 ତାରିଖରେ ବାରବାଟୀରେ ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ । ଘରୋଇ ମାଟିରେ ଇଂଲଣ୍ଡକୁ ଧୂଳି ଚଟାଇବା ପାଇଁ ଆଶା ରଖିଛି ଟିମ ଇଣ୍ଡିଆ ।


ଇଟିଭି ଭାରତ, କଟକ

Last Updated : Nov 4, 2024, 10:36 AM IST

ABOUT THE AUTHOR

...view details