ନୂଆଦିଲ୍ଲୀ:ପ୍ୟାରିସ ଅଲିମ୍ପିକରେ ପଦକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗତ । ଫାଇନାଲ ଇଭେଣ୍ଟ ଦିନ ସକାଳୁ ସକାଳୁ ଓଜନ ବର୍ଗରେ ମାତ୍ର 100 ଗ୍ରାମ ଅଧିକ ଓଜନ ପାଇଁ ଅଯୋଗ୍ୟ ଘୋଷିତ ହୋଇଥିଲେ । ଫଳରେ ଭାରତ ହାତରୁ ଖସିଯାଇଥିଲା ସୁନିଶ୍ଚିତ ପଦକ । ଏହା ପରେ କୁସ୍ତିକୁ ବାଏ ବାଏ କହିଛନ୍ତି ଭିନେଶ । ଏପରିକି ପ୍ୟାରିସ୍ ଅଲିମ୍ପିକ୍ସରୁ ଭାରତ ଫେରି ନୂଆଦିଲ୍ଲୀରେ ପହଞ୍ଚିବା ପରେ ଭିନେଶଙ୍କର ହୋଇଥିଲା ଭବ୍ୟ ସ୍ବାଗତ ।
ତେବେ ଦେଶକୁ ଫେରିବାର ମାତ୍ର ଏକ ସପ୍ତାହ ପରେ ଭିନେଶ ରାଜନୀତିରେ ଏଣ୍ଟ୍ରି ମାରିଥିଲେ । ଅଲିମ୍ପିଆନ୍ ତଥା ପୁରୁଷ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କ ସହିତ କଂଗ୍ରେସ ଦଳରେ ମିଶିଥିଲେ ଭିନେଶ । ଏହା ପରେ ଭିନେଶଙ୍କୁ ହରିଆଣା ନିର୍ବାଚନରେ ଲଢିବା ପାଇଁ ଟିକେଟ ଦେଇଛି କଂଗ୍ରେସ । ଜୁଲାନା ଆସନରୁ ନିଜର ଭାଗ୍ୟ ପରୀକ୍ଷା କରିବେ ଭିନେଶ । ବର୍ତ୍ତମାନ ସମୟରେ ମାରାଥନ କ୍ୟାମ୍ପେନିଂ କରୁଛନ୍ତି ଭିନେଶ ।
ରାଜନୀତିକୁ ଆସିବା ପୂର୍ବରୁ ଭିନେଶ ମହିଳା ଆଥଲେଟଙ୍କୁ ପୂର୍ବତନ ବିଜେପି ସାଂସଦ ବ୍ରଜ ଭୂଷଣଙ୍କ ଯୌନ ଉତ୍ପୀଡନ ଏବଂ ଯୌନ ଶୋଷଣ ବିରୋଧରେ ଦିଲ୍ଲୀ ସଡକରେ ବିରୋଧ ପ୍ରଦର୍ଶନ କରିଥିଲେ । ଯେଉଁଥିପାଇଁ ଭିନେଶଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥିଲା । ତେବେ ରାଜନୀତିକୁ ଆସିବାପରେ ଭିନେଶଙ୍କ ଉପରେ ହୋଇଛି ପ୍ରଥମ ଆକ୍ସନ । ଭିନେଶଙ୍କୁ ମିଳିଛି ନୋଟିସ୍ । 14 ଦିନ ମଧ୍ୟରେ ନୋଟିସର ଜବାବ ତଲବ ମହଲତ ମିଳିଛି ।
ନିର୍ବାଚନ ଉପରେ ପ୍ରଭାବ-