ଓଡିଶା

odisha

ନୀରଜଙ୍କ ସହ ଆଫେୟାର ଚର୍ଚ୍ଚା ନେଇ ମୁହଁ ଖୋଲିଲେ ମନୁ; କହିଲେ ଆମେ... - Manu Bhaker reacts on Neeraj Chopra

By ETV Bharat Sports Team

Published : Aug 14, 2024, 7:57 PM IST

Manu Bhaker reacts on Neeraj Chopra : ନୀରଜ ଚୋପ୍ରାଙ୍କ ସହ ଚାଲିଥିବା ଆଫେୟାର ଚର୍ଚ୍ଚାକୁ ନେଇ ପ୍ରଥମ ଥର ମୁହଁ ଖୋଲିଲେ ମନୁ ଭାକର । ଖୋଲି କହିଲେ ସତ କଥା । ଅଧିକ ପଢ଼ନ୍ତୁ

Manu Bhaker and Neeraj Chopra
Manu Bhaker and Neeraj Chopra (IANS Photos)

ହାଇଦ୍ରାବାଦ : ପ୍ୟାରିସ ଅଲିମ୍ପିକ୍ସ 2024ରେ ଭାରତକୁ 6ଟି ମେଡାଲ ଆସିଛି । ହକି ଟିମ୍‌ ବ୍ୟତୀତ ସ୍ବପ୍ନୀଲ କୁସାଲେ ଓ ଅମନ ସେରାୱତ ମଧ୍ୟ ଗୋଟିଏ ଲେଖାଏଁ ବ୍ୟକ୍ତିଗତ ମେଡାଲ ଆଣିଛନ୍ତି । ହେଲେ ସବୁଠାରୁ ବେଶୀ ଚର୍ଚ୍ଚାରେ ରହିଛନ୍ତି ଷ୍ଟାର ଶୁଟର ତଥା ଏହି ଗୋଟିଏ ସଂସ୍କରଣରେ ଦୁଇ ଦୁଇଟି ମେଡାଲ ଜିତିଥିବା ମନୁ ଭାକର ଓ ଦେଶ ପାଇଁ ଏକମାତ୍ର ରୌପ୍ୟ ପଦକ ଆଣିଥିବା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା । ସେମାନଙ୍କ ସଫଳତା ସେମାନଙ୍କୁ ଯେତିକି ଚର୍ଚ୍ଚାକୁ ଆଣିଥିଲା, ଏବେ ତା'ଠାରୁ ବେଶୀ ଚର୍ଚ୍ଚାକୁ ଆଣିଛି ସେମାନଙ୍କ ମଧ୍ୟରେ ଆଫେୟାର ଚାଲିଥିବା ଗୁଜବ । ଯାହାକୁ ନେଇ ମନୁଙ୍କ ବାପାଙ୍କ ପରେ ନିଜେ ମନୁ ମଧ୍ୟ ଏବେ ପ୍ରତିକ୍ରିୟା ରଖିଛନ୍ତି ।

ଏମିତି ତେଜିଲା ମନୁ-ନୀରଜଙ୍କ ଆଫେୟାର ଚର୍ଚ୍ଚା :-

ପ୍ୟାରିସ୍ ଅଲିମ୍ପିକ୍ସ 2024ରୁ ନୀରଜ ଚୋପ୍ରା ଏବଂ ମନୁ ଭାକରଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ଦୁହେଁ ପରସ୍ପର ସହ କେଉଁ ବିଷୟରେ କଥାବାର୍ତ୍ତା ହେଉଥିଲେ ତାହା ଯଦିଓ ଜଣା ପଡିନଥିଲା, କିନ୍ତୁ ଅନେକ ସୋସିଆଲ ମିଡିଆ ୟୁଜର୍ସ ଉଭୟଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପକୁ ଆଫେୟାର ଆଡ଼କୁ ଯୋଡିଥିଲେ । ଅନେକ ୟୁଜର୍ସ ମନୁ ଭାକରଙ୍କୁ 'X'ରେ ଭାଉଜ ବୋଲି ମଧ୍ୟ ସମ୍ବୋଧନ କରୁଛନ୍ତି । ମନୁ ଭାକର ନିଜ ପରିବାର ସହ ଠାକୁର ପୂଜା କରୁଥିବା ସମୟର ଫଟୋ ସେୟାର କରି ଜଣେ ୟୁଜର ଲେଖିଛନ୍ତି, 'ମନୁ ଭକର ଭାଉଜ ତାଙ୍କ ପରିବାର ସହିତ ନୀରଜ ଚୋପ୍ରାଙ୍କ ବିଜୟ ପାଇଁ ପ୍ରାର୍ଥନା କରୁଛନ୍ତି ।'

ମନୁ ଓ ତାଙ୍କ ମାଆଙ୍କୁ ଭେଟିଲେ ନୀରଜ :-

ସୋସିଆଲ ମିଡିଆରେ ଦୁଇଟି ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଗୋଟିଏ ଭିଡିଓରେ ମନୁ ଭାକର ଏବଂ ନୀରଜ ଚୋପ୍ରା ପ୍ୟାରିସ ଅଲିମ୍ପିକ୍ସ ସମୟରେ ପରସ୍ପର ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳୁଛି । ଏହି ସମୟରେ ଉଭୟ ଏକାଠି ଚମତ୍କାର ଦେଖାଯାଉଛନ୍ତି । ଏହା ବ୍ୟତୀତ ଅନ୍ୟ ଏକ ଭିଡିଓରେ ନୀରଜ ଚୋପ୍ରା, ମନୁ ଭାକରଙ୍କ ମାଆ ସୁମେଧା ଭାକରଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳୁଛି । ଯେଉଁଠାରେ ମନୁଙ୍କ ମା’ ନୀରଜଙ୍କ ହାତ ଆଣି ନିଜ ମୁଣ୍ଡରେ ରଖି ତାଙ୍କୁ କିଛି ପ୍ରତିଶ୍ରୁତି ମାଗୁଥିବା ଭଳି ଦେଖାଯାଉଛି । ଏହି ଦୁଇ ଭିଡିଓରେ ସୋସିଆଲ ମିଡିଆ ୟୁଜର୍ସଙ୍କ କେତେ ପ୍ରକାର ଅଜବ କମେଣ୍ଟ ଦେଖିବାକୁ ମିଳିଛି ।

ବିବାହ ନେଇ ମୁହଁ ଖୋଲିଲେ ମନୁଙ୍କ ବାପା :-

ସେସିଆଲ ମିଡିଆରେ ଭାଇରାଲ ମିମ୍ସ ଏବଂ ପୋଷ୍ଟ୍‌ର ବନ୍ୟା ମଧ୍ୟରେ ମନୁ ଭାକରଙ୍କ ପିତା ରାମ କିଷାନ ଭାକର ପ୍ରଥମେ ମନୁଙ୍କ ବିବାହ ବିଷୟରେ ମୁହଁ ଖୋଲିଥିଲେ ଏବଂ ସେ କହିଥିଲେ, "ମନୁ ବହୁତ ଛୋଟ ଏବଂ ଆମେ ଏବେ ତାଙ୍କ ବିବାହ ବିଷୟରେ ଚିନ୍ତା କରୁନାହୁଁ ।' ଦୈନିକ ଭାସ୍କର ସହ ଆଲୋଚନା ବେଳେ ମନୁ ଭାକରଙ୍କ ପିତା ରାମ କିଷାନ ଭାକର କହିଥିଲେ, "ମନୁ ଏବେ ବହୁତ ଛୋଟ । ତାର ଏବେ ବିବାହ କରିବାକୁ ବୟସ ହୋଇନାହିଁ, ଆମେ ଏ ବିଷ୍ୟରେ ଏବେ ଚିନ୍ତା ମଧ୍ୟ କରୁନାହୁଁ ।" ସେ ନିଜ ପତ୍ନୀ ଏବଂ ନୀରଜ ଚୋପ୍ରାଙ୍କ ଭାଇରାଲ ଭିଡିଓ ଉପରେ ମନ୍ତବ୍ୟ ରଖି ରାମ କିଷାନ କହିଥିଲେ, "ମନୁଙ୍କ ମାଆ ନୀରଜଙ୍କୁ ତାଙ୍କ ପୁଅ ଭଳି ଦେଖନ୍ତି ।"

ଏମିତି କହିଲେ ମନୁ :-

ଏକ ଘରୋଇ ଟିଭି ଚ୍ୟାନେଲରେ ସ୍ବତନ୍ତ୍ର ବାର୍ତ୍ତାଳାପ ସମୟରେ ମନୁଙ୍କୁ ନୀରଜଙ୍କ ସହ ତାଙ୍କ ସମ୍ପର୍କ ନେଇ ଉଠୁଥିବା ଗୁଜବ ଓ ତାଙ୍କ ମାଆଙ୍କ ସହ ନୀରଜଙ୍କ ଭାଇରାଲ ଭିଡିଓକୁ ନେଇ ପ୍ରଶ୍ନ କରାଯାଇଥିଲା । ଏଥିରେ ହସି ହସି ମନୁ ପ୍ରତିକ୍ରିୟା ଦେଇଥିବା ଦେଖିବାକୁ ମିଳିଛି । ମନୁ କହିଛନ୍ତି, "ଆମ ଭିତରେ ସେମିତି ସବୁବେଳେ ତ କଥାବାର୍ତ୍ତା ହୁଏନି । କିନ୍ତୁ ବେଳେବେଳେ କୌଣସି ଇଭେଣ୍ଟରେ ମିଶିଲେ ଆମେ କଥା ହେଉ । 2018ରୁ ପରସ୍ପରକୁ ଜାଣୁ । ସେ ମୋ'ଠାରୁ ଜଣେ ବରିଷ୍ଠ ଖେଳାଳି । ତେବେ ସୋସିଆଲ ମିଡିଆରେ ଯେପରି ଚର୍ଚ୍ଚା ଚାଲିଛି, ସେପରି କିଛି ଆମ ଭିତରେ ନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ...ମନୁ ଭାକର ଓ ନୀରଜ ଚୋପ୍ରାଙ୍କ ଆଫେୟାର ନେଇ ଜୋରଦାର ଚର୍ଚ୍ଚା; ବିବାହ ନେଇ ମୁହଁ ଖୋଲିଲେ ମନୁଙ୍କ ବାପା - Manu Bhaker Neeraj Chopra Marriage

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details