ଓଡିଶା

odisha

ନୀରଜଙ୍କ ସହ ପଡ଼ିବ ମନୁ ଭାକରଙ୍କ ହାତଗଣ୍ଠି ! ଭାଇରାଲ ଭିଡିଓକୁ ନେଇ ସୋସିଆଲ ମିଡିଆରେ ନିଆଁ - Manu Bhaker and Neeraj Chopra

By ETV Bharat Sports Team

Published : Aug 12, 2024, 4:06 PM IST

Manu Bhaker and Neeraj Chopra : ମନୁ ଭାକରଙ୍କ ପ୍ରେମରେ ନୀରଜ ଚୋପ୍ରା ! ସୋସିଆଲ ମିଡିଆରେ ତେଜିଲା ଚର୍ଚ୍ଚା । ଏଭଳି ଚର୍ଚ୍ଚାର କାରଣ ହେଉଛି ଦୁଇଟି ଭାଇରାଲ ଭିଡିଓ । ଗୋଟିଏରେ ମନୁ ଭାକରଙ୍କୁ ଓ ଅନ୍ୟଟିରେ ମନୁଙ୍କ ମାଆଙ୍କୁ ଭେଟୁଛନ୍ତି ନୀରଜ । ଏଥିରେ ଏତେ ଚର୍ଚ୍ଚା କାହିଁକି ? ଦେଖନ୍ତୁ,

Manu Bhaker and Neeraj Chopra
Manu Bhaker and Neeraj Chopra (IANS Photo)

ହାଇଦ୍ରାବାଦ :ପ୍ୟାରିସ ଅଲିମ୍ପିକ୍ସ 2024ରେ ଭାରତ ପାଇଁ ଦୁଇଟି ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଥିବା ସୁଟର ମନୁ ଭାକର ଏବଂ ଦେଶ ପାଇଁ ଏକମାତ୍ର ରୌପ୍ୟ ପଦକ ଜିତିଥିବା ଷ୍ଟାର ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରାଙ୍କ ମଧ୍ୟରେ ଆରମ୍ଭ ହୋଇଛି କି ପ୍ରେମ ସମ୍ପର୍କ ? ଏଭଳି ଖବର ଏବେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ସୋସିଆଲ ମିଡିଆରେ ନେଟିଜେନ୍ସ ଏହି ଦୁଇଜଣଙ୍କୁ ଯୋଡି ବିଭିନ୍ନ ଚର୍ଚ୍ଚା ଆରମ୍ଭ କରିଛନ୍ତି । ଏଭଳି ଚର୍ଚ୍ଚାକୁ ଖୋରାକ ମଧ୍ୟ ଯୋଗାଇଛି ଏକାଧିକ ଭାଇରାଲ ଭିଡିଓ ।

ମନୁ-ନୀରଜଙ୍କ ଆଫେୟାର ଚର୍ଚ୍ଚା ତେଜିଲା :-

ପ୍ୟାରିସ୍ ଅଲିମ୍ପିକ୍ସ 2024ରୁ ନୀରଜ ଚୋପ୍ରା ଏବଂ ମନୁ ଭାକରଙ୍କ ଏକ ଭିଡିଓ ସାମ୍ନାକୁ ଆସିଥିଲା । ଯେଉଁଥିରେ ଦୁହେଁ ପରସ୍ପର ସହ କେଉଁ ବିଷୟରେ କଥାବାର୍ତ୍ତା ହେଉଥିଲେ ତାହା ଯଦିଓ ଜଣା ପଡିନଥିଲା, କିନ୍ତୁ ଅନେକ ସୋସିଆଲ ମିଡିଆ ୟୁଜର୍ସ ଉଭୟଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପକୁ ଆଫେୟାର ଆଡ଼କୁ ଯୋଡିଥିଲେ । ଅନେକ ୟୁଜର୍ସ ମନୁ ଭାକରଙ୍କୁ 'X'ରେ ଭାଉଜ ବୋଲି ମଧ୍ୟ ସମ୍ବୋଧନ କରୁଛନ୍ତି । ମନୁ ଭାକର ନିଜ ପରିବାର ସହ ଠାକୁର ପୂଜା କରୁଥିବା ସମୟର ଫଟୋ ସେୟାର କରି ଜଣେ ୟୁଜର ଲେଖିଛନ୍ତି, 'ମନୁ ଭକର ଭାଉଜ ତାଙ୍କ ପରିବାର ସହିତ ନୀରଜ ଚୋପ୍ରାଙ୍କ ବିଜୟ ପାଇଁ ପ୍ରାର୍ଥନା କରୁଛନ୍ତି ।'

Neeraj Chopra (IANS Photo)

ମନୁ ଓ ତାଙ୍କ ମାଆଙ୍କୁ ଭେଟିଲେ ନୀରଜ :-

ଏହା ବ୍ୟତୀତ ସୋସିଆଲ ମିଡିଆରେ ଦୁଇଟି ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଗୋଟିଏ ଭିଡିଓରେ ମନୁ ଭାକର ଏବଂ ନୀରଜ ଚୋପ୍ରା ପ୍ୟାରିସ ଅଲିମ୍ପିକ୍ସ ସମୟରେ ପରସ୍ପର ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳୁଛି । ଏହି ସମୟରେ ଉଭୟ ଏକାଠି ଚମତ୍କାର ଦେଖାଯାଉଛନ୍ତି । ଏହା ବ୍ୟତୀତ ଅନ୍ୟ ଏକ ଭିଡିଓରେ ନୀରଜ ଚୋପ୍ରା, ମନୁ ଭାକରଙ୍କ ମାଆ ସୁମେଧା ଭାକରଙ୍କ ସହ କଥାବାର୍ତ୍ତା ହୋଇଥିବା ଦେଖିବାକୁ ମିଳୁଛି । ଯେଉଁଠାରେ ମନୁଙ୍କ ମା’ ନୀରଜଙ୍କ ହାତ ଆଣି ନିଜ ମୁଣ୍ଡରେ ରଖି ତାଙ୍କୁ କିଛି ପ୍ରତିଶ୍ରୁତି ମାଗୁଥିବା ଭଳି ଦେଖାଯାଉଛି ।

Manu Bhaker (IANS Photo)

ସୋସିଆଲ ମିଡିଆରେ କଳ୍ପନାଜଳ୍ପନା ଚାଲିଛି ଯେ ମନୁ ଭାକର ଏବଂ ନୀରଜ ଚୋପ୍ରା ପରସ୍ପରକୁ ପସନ୍ଦ କରୁଛନ୍ତି । ଏହା ସହିତ ସେମାନଙ୍କ ମଧ୍ଯରେ ପ୍ରେମ ସମ୍ପର୍କ ରହିଥିବା ଗୁଜବ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହା ମଧ୍ୟ ପଢ଼ନ୍ତୁ...ପ୍ୟାରିସ ଅଲିମ୍ପିକ୍ସ: ଏହି ଖେଳାଳି ଦେଶ ପାଇଁ ଜିତିଲେ ମେଡାଲ; ଭାଙ୍ଗିଲା ଅନେକ ରେକର୍ଡ - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details