ଓଡିଶା

odisha

ETV Bharat / sports

ସବୁ କଳ୍ପନାର ଅନ୍ତ; ଶେଷରେ ଏହି ଭେଟେରାନ ଖେଳାଳିଙ୍କୁ କୋଚ୍‌ କରିଦେଲା MI

Mumbai Indians New Head Coach: ଆଇପିଏଲ୍‌ 2025 ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ପୁଣି ଚର୍ଚ୍ଚାରେ । ଏଥର ଜଣେ ପୁରୁଣା ଖେଳାଳିଙ୍କୁ କୋଚ ବନାଇ ଚର୍ଚ୍ଚାକୁ ଆସିଛି ଫ୍ରାଞ୍ଚାଇଜ । ଅଧିକ ପଢ଼ନ୍ତୁ

By ETV Bharat Sports Team

Published : 5 hours ago

Mumbai Indians
Rohit Sharma and Mahela Jayawardene (ETV Bharat Odisha)

ହାଇଦ୍ରାବାଦ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଅନ୍ୟତମ ସଫଳତମ ଦଳ କୁହାଯାଉଥିବା 5 ଥରର ଚାମ୍ପିୟନ୍ ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ୍‌ 2025 ପୂର୍ବରୁ ଦଳରେ ଏକ ବଡ଼ ପରିବର୍ତ୍ତନ କରିଛି । ମୁଖ୍ୟ ପ୍ରଶିକ୍ଷକ ମାର୍କ ବାଉଚରଙ୍କ ସହ ସମସ୍ତ ସମ୍ପର୍କ ଶେଷ କରିବା ସହ ଜଣେ ଭେଟେରାନ ଖେଳାଳିଙ୍କୁ ମୁଖ୍ଯ କୋଚ୍‌ ଭାବରେ ନିଯୁକ୍ତ କରିଛି ଫ୍ରାଞ୍ଚାଇଜ୍‌ । ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର ମାହେଲା ଜୟୱର୍ଦ୍ଧନେ ଦୁଇ ବର୍ଷର ବ୍ୟବଧାନ ପରେ ଏହି ଫ୍ରାଞ୍ଚାଇଜକୁ ପୁଣି ଫେରିଛନ୍ତି । ସେ 2022 ଏବଂ 2023ରେ ଦଳର ମୁଖ୍ୟ ପ୍ରଶିକ୍ଷକ ଥିବା ଦକ୍ଷିଣ ଆଫ୍ରିକାର ମାର୍କ ବାଉଚରଙ୍କ ସ୍ଥାନ ନେବେ ।

5 ବର୍ଷ ରହିଥିଲେ ମୁମ୍ବାଇ ଇଣ୍ଡିଆନ୍ସ କୋଚ୍‌ :-

ଜୟୱର୍ଦ୍ଧନେ ପୂର୍ବରୁ 2017ରୁ 2022 ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ ପ୍ରଶିକ୍ଷକ ଥିଲେ । କିନ୍ତୁ 2022 ମସିହାରେ, ଅନ୍ୟ ଦେଶରେ କ୍ରିକେଟ ଲିଗ୍ ଗୁଡିକରେ ମୁମ୍ବାଇ ଫ୍ରାଞ୍ଚାଇଜର ବିସ୍ତାର ହେତୁ ତାଙ୍କୁ MIର ଗ୍ଲୋବାଲ୍ ହେଡ୍ କରାଯାଇଥିଲା । ଯେଉଁଠାରେ ସେ ବିଭିନ୍ନ ଲିଗ୍ - MI (ମହିଳା ପ୍ରିମିୟର ଲିଗ୍), MI ନ୍ୟୁୟର୍କ (ମେଜର ଲିଗ୍ କ୍ରିକେଟ୍) ଏବଂ MI ଏମିରେଟ୍ସ (ଇଣ୍ଟରନ୍ୟାସନାଲ ଲିଗ୍ ଟି20) ମଧ୍ୟରେ MIର ବିଶ୍ବସ୍ତରୀୟ ଦଳର ସମ୍ପ୍ରସାରଣ ପରିଚାଳନା କରିଥିଲେ, କୋଚିଂ ଷ୍ଟାଫଙ୍କ ସହିତ କାମ କରିଥିଲେ ଏବଂ ପ୍ରତି ଦଳକୁ ଟ୍ରଫି ଜିତାଇବାରେ ସହଯୋଗ କରିଥିଲେ ।

ଆଇପିଏଲ୍‌କୁ ଫେରିଲେ ଜୟୱର୍ଦ୍ଧନେ, ମାଲିକ ଖୁସି :-

ଜୟୱର୍ଦ୍ଧନେଙ୍କ ନିଯୁକ୍ତି ଘୋଷଣା କରି ମୁମ୍ବାଇ ଇଣ୍ଡିଆନ୍ସ (MI) ଫ୍ରାଞ୍ଚାଇଜ ମାଲିକ ଆକାଶ ଅମ୍ବାନୀ କହିଛନ୍ତି, "ମାହେଲାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ ପ୍ରଶିକ୍ଷକ ଭାବରେ ପୁଣିଥରେ ପାଇ ଆମେ ବହୁତ ଉତ୍ସାହିତ । ଆମର ଅନ୍ୟ ଦଳ ମଧ୍ୟ ବର୍ତ୍ତମାନ ସେମାନଙ୍କର ସ୍ଥାନରେ ଦୃଢ଼ ହୋଇସାରିଛନ୍ତି ଏବଂ ମାହେଲାଙ୍କୁ ଫେରାଇ ଆଣିବା ପାଇଁ ଏହା ହେଉଛି ଉପଯୁକ୍ତ ସମୟ । ତାଙ୍କ ନେତୃତ୍ୱ ଏବଂ ଜ୍ଞାନରୁ ମୁମ୍ବାଇ ଇଣ୍ଡିଆନ୍ସ ସବୁବେଳେ ଉପକୃତ ହୋଇଆସୁଛି । ଆମେ ମଧ୍ୟ ବିଦାୟୀ କୋଚ ବାଉଚରଙ୍କୁ ତାଙ୍କ ଅବଦାନ ପାଇଁ ଧନ୍ୟବାଦ ଦେବାକୁ ଚାହୁଁଛୁ ଏବଂ ବର୍ତ୍ତମାନ ସେ MI ପରିବାରର ଏକ ଅବିଚ୍ଛେଦ୍ୟ ସଦସ୍ୟ ହୋଇପାରିଛନ୍ତି ।"

2017 ଭଳି ଏବେ ମଧ୍ୟ ସମାନ ସୁଯୋଗ :-

ମୁମ୍ବାଇକୁ ପୁଣି ଫେରିବା ପରେ ଜୟୱର୍ଦ୍ଧନେ କହିଛନ୍ତି, "MI ପରିବାର ମଧ୍ୟରେ ମୋର ଯାତ୍ରା ସର୍ବଦା ଅଭିବୃଦ୍ଧିର କାରଣ ହୋଇଛି । 2017ରେ ମଧ୍ୟ, ଯେତେବେଳେ ମୁଁ ଆସିଥିଲି, ମୋତେ ଭବିଷ୍ୟତ ପାଇଁ ଏକ ଦଳ ପ୍ରସ୍ତୁତ କରିବାକୁ ପଡିଲା, ବର୍ତ୍ତମାନ ମଧ୍ୟ ସମାନ ସୁଯୋଗ ଅଛି । ଏହା ମୋ ପାଇଁ ଏକ ରୋମାଞ୍ଚକର ଆହ୍ବାନ ଏବଂ ମୁଁ ଏହି ସୁଯୋଗ ପାଇଁ ପ୍ରସ୍ତୁତ ।"

ମାର୍କ ବାଉଚରଙ୍କ ପ୍ରଶିକ୍ଷଣରେ MIର ପ୍ରଦର୍ଶନ :-

ପ୍ରକାଶ ଥାଉ, ମାର୍କ ବାଉଚରଙ୍କ ନେତୃତ୍ୱରେ ମୁମ୍ବାଇ ଆଇପିଏଲ୍ 2023ରେ ପ୍ଲେ-ଅଫ୍‌ରେ ପ୍ରବେଶ କରିଥିଲା, କିନ୍ତୁ ପରବର୍ତ୍ତୀ ସିଜନ, ଅର୍ଥାତ 2024ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଦଳ 14ଟି ମ୍ୟାଚରୁ ମାତ୍ର 4ଟି ବିଜୟ ସହ ପଏଣ୍ଟ ଟେବୁଲରେ ସବୁଠାରୁ ତଳେ ରହିଥିଲା । ମୁଖ୍ୟ ପ୍ରଶିକ୍ଷକ ଭାବରେ ଜୟୱର୍ଦ୍ଧନେଙ୍କ ପ୍ରଥମ କାର୍ଯ୍ୟ ହେଉଛି ଅକ୍ଟୋବର 31 ତାରିଖ ପୂର୍ବରୁ ମୁମ୍ବାଇର ରିଟେନ୍‌ ଖେଳାଳିଙ୍କ ତାଲିକା ଚୂଡ଼ାନ୍ତ କରିବା ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details