ନୂଆଦିଲ୍ଲୀ: ଆଇପିଏଲ ୨୦୨୪ର ପ୍ଲେ-ଅଫର ଦ୍ୱିତୀୟ ମ୍ୟାଚ ଅର୍ଥାତ ଏଲିମିନେଟର ମ୍ୟାଚ ଆଜି (ବୁଧବାର) ଅନୁଷ୍ଠିତ ହେବାକୁ ଯାଉଛି । ରାଜସ୍ଥାନ ରୟାଲ୍ସ ଓ ରୟାଲ୍ସ ଚାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ସନ୍ଧ୍ୟା ୭.୩୦ରେ ଅହମ୍ମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଏହି ମହାମୁକାବିଲା ହେବ । ଏହି ମ୍ୟାଚରେ ବିଜେତା ଟିମ ଦ୍ୱିତୀୟ କ୍ୱାଲିଫାୟରକୁ ଯୋଗ୍ୟତା ଅର୍ଜନ କରିବ ଓ ପରାଜୟ ଟିମର ଆଇପିଏଲ ଟ୍ରଫି ଆଶା ଧୂଳିସାତ ହୋଇଯିବ । ତେଣୁ ଏହି ମ୍ୟାଚ ଉଭୟ ଟିମ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ।
ଏହି ସବୁ କାରଣ ଆରସିବି ପାଇଁ ହୋଇପାରେ ଶୁଭଙ୍କର:ପୂର୍ବ ମ୍ୟାଚଗୁଡିକୁ ଦେଖିଲେ ରୟାଲ ଚାଲେଞ୍ଜର୍ସ ଚମତ୍କାର ଫର୍ମାଟରେ ରହିଛି । ପ୍ରଥମ ୮ଟି ଲିଗ ମ୍ୟାଚରୁ ୭ଟିରେ RCB ପରାଜିତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ୬ଟି ମ୍ୟାଚ କ୍ରମାନ୍ୱୟ ଭାବେ ଜିତି କମବ୍ୟାକ୍ କରିଥିଲା । RCBର ଉଭୟ ବୋଲିଂ ଓ ବ୍ୟାଟିଂ କ୍ଷେତ୍ର ସୁଦୃଢ ରହିଛି । ଟିମର ପ୍ରତ୍ୟେକ ଖେଳାଳି ଫର୍ମରେ ଥିବା ଦେଖିବାକୁ ମିଳୁଛି । RCB ମୁଖ୍ୟତଃ ନିଜର ବ୍ୟାଟିଂ ଉପରେ ନିର୍ଭର କରୁଥିବା ବେଳେ ବିରାଟ କୋହଲି, ଡୁ ପ୍ଲେସି, ରଜତ ପାଟିଦାର, କାମରେନ ଗ୍ରୀନ, ଦିନେଶ କାର୍ତ୍ତିକଙ୍କର ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ମିଳୁଛି । ତେବେ କ୍ରମାଗତ ଭାବେ ପୂର୍ବ ମ୍ୟାଚଗୁଡିକରେ ବିଜୟୀ ଟିମକୁ ଏକ ଦୃଢ ମନୋବଳ ସହ ପଡିଆରେ ଓହ୍ଲାଇବାର ସୁଯୋଗ ଦେବ ।
ରାଜସ୍ଥାନକୁ ଅଡୁଆରେ ପକାଇପାରେ ଏହିସବୁ କାରଣ:ଅନ୍ୟପଟେ ଗତ କିଛି ମ୍ୟାଚକୁ ଦେଖିଲେ ରାଜସ୍ଥାନ ରୟାଲ୍ସ ନୈରାଶଜନକ ରହିଛି ।ରାଜସ୍ଥାନ ଗତ ମ୍ୟାଚଗୁଡିକରେ ବାରମ୍ବାର ପରାଜୟ ବରଣ କରିଥିବା ଦେଖିବାକୁ ମିଳିଛି । ପ୍ରଥମ ୯ଟି ମ୍ୟାଚରୁ RR ୮ଟି ମ୍ୟାଚ ଜିତି ୧୬ ପଏଣ୍ଟ ହାସଲ କରିଥିଲା । ହେଲେ ଏହାପରେ ଟିମ କ୍ରମାନ୍ୱୟ ଭାବେ ୪ଟି ମ୍ୟାଚରେ ପରାଜିତ ହୋଇଥିଲା ଓ ଅନ୍ତିମ ଲିଗ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଥିଲା । ଏହି ମ୍ୟାଚରେ ଜୋସ ବଟଲରଙ୍କ ଅନୁପସ୍ଥିତି ଟିମକୁ ଅସୁବିଧାରେ ପକାଇବାରେ ।
ଏହାମଧ୍ୟ ପଢନ୍ତୁ..ଭେଙ୍କଟେଶ-ଶ୍ରେୟସଙ୍କ ବିସ୍ଫୋରକ ଅର୍ଦ୍ଧଶତକ, ଫାଇନାଲରେ କୋଲକାତା - IPL 2024