ଚେନ୍ନାଇ:ଧୂଳିସାତ ହେଲା ରାଜସ୍ଥାନର ଫାଇନାଲ ଆଶା । ଆଇପିଏଲର କ୍ବାଲିଫାୟର 2ରେ ରାଜସ୍ଥାନକୁ ହରାଇ ଫାଇନାଲରେ ସନ ରାଇଜର୍ସ ହାଇଦ୍ରାବାଦ । ଆସନ୍ତା 26 ତାରିଖରେ ଫାଇନାଲ ମ୍ୟାଚରେ କୋଲକାତାକୁ ଭେଟିବ ଏସଆରଏଚ । କ୍ବାଲିଫାୟର 2ରେ 36 ରନରେ ସାମସନ ବାହିନୀକୁ ପରାସ୍ତ କରିଛି କମିନ୍ସ ବାହିନୀ । ହେନେରିଚ କ୍ଲାସେନଙ୍କ ଧୂଆଁଧାର ଅର୍ଦ୍ଧଶତକ ଓ ସେହେବାଜ ଅହମ୍ମଦଙ୍କ ଘାତକ ବୋଲିଂରେ ଦଳ ବିଜୟୀ ହୋଇଛି । ପ୍ଲେ ଅଫର ପ୍ରଥମ କ୍ବାଲିଫାୟର ମ୍ୟାଚରେ କେକେଆର-ଏସଆରଏଚ ମୁହିଁମୁହିଁ ହୋଇଥିଲେ । ପୁଣି ଦୁଇ ଦଳ ଫାଇନାଲରେ ଭେଟାଭେଟି ହେବେ । ତୃତୀୟ ଥର ପାଇଁ SRH ଫାଇନାଲ ଖେଳିବାକୁ ଯାଉଛି । 2016ରେ ଟ୍ରଫି ହାତେଇଥିଲା ହାଇଦ୍ରାବାଦ ।
ଶୁକ୍ରବାର ଚେପକ ଷ୍ଟାଡିୟମରେ କ୍ବାଲିଫାୟର 2 ମୁକାବିଲା ରାଜସ୍ଥାନ ଓ ହାଇଦ୍ରାବାଦ ମଧ୍ୟରେ ହୋଇଥିଲା । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ରାଜସ୍ଥାନ । ଫଳରେ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରିଥିଲା । 20 ଓଭରରେ 9 ଓ୍ବିକେଟ ହରାଇ 175 ରନ କରିଥିଲା କମିନ୍ସ ବାହିନୀ । ଟ୍ରାଭିସ ହେଡ 34, ରାହୁଲ 37 ଓ କ୍ଲାସେନ ସର୍ବାଧିକ 50 ରନ କରିଥିଲେ । ରାଜସ୍ଥାନ ପକ୍ଷରୁ ଅଭେଷ ଖାନ 3,ଟ୍ରେଣ୍ଟ 3 ଓ ସନ୍ଦିପ ଶର୍ମା 2ଟି ଓ୍ବିକେଟ ନେଇଥିଲେ ।