ଓଡିଶା

odisha

ETV Bharat / sports

ମୁମ୍ବାଇର ଘାତକ ବୋଲିଂରେ ଧରାଶାୟୀ ପଞ୍ଜାବ, 9 ରନରେ ହାରିଲା PBKS - IPL 2024

IPL 2024: ମହାରାଜା ଯାଦବେନ୍ଦ୍ର ସିଂ ଷ୍ଟାଡିୟମରେ ସୂର୍ଯ୍ୟ କୁମାରଙ୍କ ଧୂଆଁଧାର ଅର୍ଦ୍ଧଶତକ । 9 ରନରେ ପଞ୍ଜାବକୁ ହରାଇଲା ମୁମ୍ବାଇ । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Apr 19, 2024, 7:01 AM IST

ଚଣ୍ଡିଗଡ:ଆଇପିଏଲର 33ତମ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସର ଦମଦାର ବିଜୟ । ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ବ୍ୟାଟିଂ ଓ ବୁମରାଙ୍କ ଘାତକ ବୋଲିଂରେ 9 ରନରେ ଏମଆଇ ଠାରୁ ହାରିଲା ପଞ୍ଜାବ କିଙ୍ଗ୍ସ । ତୃତୀୟ ବିଜୟ ସହ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ପାଣ୍ଡ୍ୟା ବାହିନୀ । ବୃଥାଗଲା ଆଶୁତୋଷଙ୍କ ଲଢୁଆ ଅର୍ଦ୍ଧଶତକ । ଆଇପିଏଲରେ 5ମ ପରାଜୟ ବରଣ କଲା ପିବିକେଏସ । 4 ଓଭରରେ 21 ରନ ଦେଇ 3 ଓ୍ବିକେଟ ହାସଲ କରିଥିବାରୁ ଯଶପ୍ରୀତ ବୁମରା ମ୍ୟାନ ଅଫ ଦ ମ୍ୟାଚ ବିବେଚିତ ।

ଏହା ମଧ୍ୟ ପଢନ୍ତୁ-2025 ଆଇପିଏଲ ସିଜିନ ଖେଳିବେ ଧୋନି ! - IPL 2024

ଗୁରୁବାର ସନ୍ଧ୍ୟା 7ଟା 30ରେ ପଞ୍ଜାବର ମହାରାଜା ଯାଦବେନ୍ଦ୍ର ସିଂ କ୍ରିକେଟ୍ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିଲା । ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ପଞ୍ଜାବ । ଫଳରେ ବ୍ୟାଟିଂ ପାଇଁ ପଡିଆକୁ ଓହ୍ଲାଇଥିଲା ମୁମ୍ବାଇ । 20 ଓଭରରେ 7 ଓ୍ବିକେଟ ହରାଇ 192 ରନ କରିଥିଲା ଦଳ । ସୂର୍ଯ୍ୟକୁମାର ଯାଦବ ସର୍ବାଧିକ ରନ କରିଥିଲେ । 53 ବଲରେ ସେ 78 ରନ କରିଥିଲେ । ଏଥିରେ 7ଟି ଚୌକା ଓ 3ଟା ଛକା ସାମିଲ ରହିଛି । ଅନ୍ୟମାନଙ୍କ ମଧ୍ୟରେ ରୋହିତ ଶର୍ମା 36, ତିଳକ ବର୍ମା ଅପରାଜିତ 34, ପାଣ୍ଡ୍ୟା 10 ରନ କରିଥିଲେ । ପଞ୍ଜାବ ପକ୍ଷରୁ ହର୍ସଲ ପଟେଲ 3, ସାମ କରେନ 2 ଓ ରାବଡା ଗୋଟିଏ ଓ୍ବିକେଟ ନେଇଥିଲେ ।

ଏହାପରେ 193 ରନର ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ପଞ୍ଜାବ । କିନ୍ତୁ ଆରମ୍ଭରୁ ଦଳ ବ୍ୟାଟିଂ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା । ମୁମ୍ବାଇ ବୋଲରଙ୍କ ଜାଲରେ ଫସିଥିଲେ ପଞ୍ଜାବ ବ୍ୟାଟର । ଫଳରେ ଦଳ 5 ବଲ ବାକି ଥାଇ ସମସ୍ତ ଓ୍ବିକେଟ ହରାଇ 183 ରନ କରିଥିଲା । ଆଶୁତୋଷ ସର୍ବାଧିକ 61 ରନ କରିଥିଲେ । କରନ, ପ୍ରଭସିରନ, ଲିଭିଙ୍ଗଷ୍ଟୋନ, ଜିତେଶ, ରାବଡା ଦୁଇ ଅଙ୍କ ରନ କରିବା ପୂର୍ବରୁ ପାଭିଲିୟନକୁ ଫେରିଥିଲେ । ଶଶାଙ୍କ 41 ଓ ବ୍ରାର 21 ରନ କରିଥିଲେ । ସପ୍ତମ ମ୍ୟାଚରେ ଦଳ ପଞ୍ଚମ ପରାଜୟ ବରଣ କରି ପଏଣ୍ଟ ଟେବୁଲର ନବମ ସ୍ଥାନରେ ରହିଛି । ମୁମ୍ବାଇ ପକ୍ଷରୁ ବୁମରା 3, କୋଏଜି 3, ଶ୍ରେୟାସ ଗୋପାଳ ଗୋଟିଏ ଓ୍ବିକେଟ ନେଇଥିଲେ ।

ABOUT THE AUTHOR

...view details