ଓଡିଶା

odisha

ETV Bharat / sports

ପଡିଆରେ ଖେଳୁଛନ୍ତି, ପ୍ରାଇଭେଟ୍ ଜେଟରେ ଉଡୁଛନ୍ତି; ଟିମ୍ ଇଣ୍ଡିଆର 5 ଷ୍ଟାର କ୍ରିକେଟର, କପିଳ ଦେବଙ୍କ ପରେ... - Indian Cricketers Private Jet

Indian Cricketers Who Own Private Jet: ବିଳାସପୂର୍ଣ୍ଣ ସାମଗ୍ରୀ ସହିତ କ୍ରିକେଟର ଆଜିକାଲି ସୋସିଆଲ ଷ୍ଟାଟସ ଏବଂ ଲାଇଫଷ୍ଟାଇଲରେ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ଚାଲନ୍ତୁ ଏହି କ୍ରିକେଟରଙ୍କ ଜୀବନୀ ଉପରେ ଥରେ ନଜର ପକାଇବା । ଅଧିକ ପଢନ୍ତୁ

ଭାରତୀୟ କ୍ରିକେଟରଙ୍କ ପ୍ରାଇଭେଟ୍ ଜେଟ
ଭାରତୀୟ କ୍ରିକେଟରଙ୍କ ପ୍ରାଇଭେଟ୍ ଜେଟ (ETV Bharat Odisha)

By ETV Bharat Odisha Team

Published : Sep 5, 2024, 2:30 PM IST

Updated : Sep 5, 2024, 7:14 PM IST

ହାଇଦ୍ରାବାଦ: ବିରାଟ କୋହଲି, ଏମଏସ ଧୋନୀ ଏବଂ ସଚିନ ତେନ୍ଦୁଲକର ବର୍ତ୍ତମାନ ସମୟରେ ଦୁନିଆର ସବୁଠୁ ଧନୀ କ୍ରିକେଟର । ଏହି 3 ଅମିର କ୍ରିକେଟର ଲିଗ୍ କ୍ରିକେଟ, ବ୍ରାଣ୍ଡ ଆମ୍ବାସେଡାର ଏବଂ ବିଜ୍ଞାପନ ଜରିଆରେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି । ଏହି ଷ୍ଟାର କ୍ରିକେଟରଙ୍କ ପାଖରେ ବଡ ବଡ ଦାମୀ ଘର, ଦାମୀ ଗାଡି ଏବଂ ଏପରିକି ନିଜର ପ୍ରାଇଭେଟ ଜେଟ ମଧ୍ୟ ରହିଛି ।

ଏହା ବି ପଢନ୍ତୁ- ବିପଦ ସମୟର ବନ୍ଧୁ ଭାରତ ! ଟିମ୍ ଇଣ୍ଡିଆ ବିପକ୍ଷରେ ନାହିଁ ଗୋଟିଏ ବି ମ୍ୟାଚ, କିନ୍ତୁ ଦିଲ୍ଲୀରେ ପହଞ୍ଚିଲା ନ୍ୟୁଜିଲାଣ୍ଡ କ୍ରିକେଟ ଟିମ୍; ରହିଛି ଖାସ୍ କାରଣ - New Zealand Cricket Team In India

କପିଳ ଦେବ-

କ୍ରିକେଟ ଇତିହାସରେ ଖାଲି ଭାରତରେ ନୁହେଁ ବରଂ ସମଗ୍ର ବିଶ୍ବରେ କପିଳ ଦେବ ଅନ୍ୟତମ ଶ୍ରେଷ୍ଠ ଅଲରାଉଣ୍ଡର ମଧ୍ୟରୁ ଜଣେ । କାରଣ 'ଦ ଗ୍ରେଟ୍' କପିଳ ଦେବଙ୍କ ନେତୃତ୍ବରେ ଭାରତ 1983 ମସିହାରେ କ୍ରିକେଟରେ ବିଶ୍ବ ବିଜୟୀ ହୋଇଥିଲା । କପିଳ ଦେବ ଭାରତ ସ୍ବାଧୀନତା ପରେ ପ୍ରଥମ କ୍ରିକେଟ ଭାବେ ପ୍ରାଇଭେଟ୍ ଜେଟ କିଣିଥିଲେ । କପିଳ ଦେବଙ୍କ ନିଜସ୍ବ ବିମାନର ମୂଲ୍ୟ 110 କୋଟି ।

ସଚିନ ତେନ୍ଦୁଲକର-

କ୍ରିକେଟର ଭାଗବାନ ଭାବେ ଜଣାଶୁଣା ସଚିନ ତେନ୍ଦୁଲକର ଜଣେ ମହାନ କ୍ରିକେଟର ମଧ୍ୟରେ ପରିଚିତ । ଏହାସହିତ ସେ ମଧ୍ୟ ଦୁନିଆର ଅନ୍ୟତମ ଧନୀ କ୍ରିକେଟର । ସଚିନ ତେନ୍ଦୁଲକରଙ୍କ ମଧ୍ୟ ରହିଛି ପ୍ରାଇଭେଟ୍ ଜେଟ୍ । ତେନ୍ଦୁଲକରଙ୍କ ପାଖରେ ରହଛି 250 କୋଟିର ଜେଟ୍ ।

ଏହା ବି ପଢନ୍ତୁ- Teachers Day 2024: କ୍ରିକେଟରରୁ କ୍ରିକେଟ ଗୁରୁ, ଖେଳାଳି ଭାବେ ଦେଶ ପାଇଁ ସ୍ବନାମ, କୋଚ୍ ଭାବେ ଜିତିଲେ ବିଶ୍ବକପ - Indian cricketer Work As Head Coach

ଏମଏସ ଧୋନୀ-

ଦିଗଜ୍ଜ କ୍ରିକେଟର ମହେନ୍ଦ୍ର ସିଂ ଧୋନୀ କ୍ରିକେଟର 3ଟି ଫର୍ମାଟରେ ଆଇସିସି ଟ୍ରଫି ଜିତିଥିବା ପ୍ରଥମ କ୍ରିକେଟର । ଧୋନୀ ଜଣେ ମହାନ କ୍ରିକେଟର ସହିତ ଦୁନିଆ ଜଣେ ଅମିର କ୍ରିକେଟର ମଧ୍ୟ । ଧୋନୀଙ୍କ ପାଖରେ ମଧ୍ୟ 110 କୋଟିର ପ୍ରଇଭେଟ୍ ଜେଟ ରହିଛି ।

ବିରାଟ କୋହଲି-

ରନ ମେସିନ କୋହଲିଙ୍କ ନିକଟରେ ମଧ୍ୟ ରହିଛି ପ୍ରାଇଭେଟ ଜେଟ୍ । ଏହାସହିତ କୋହଲି ତାଙ୍କ ଲାଇଫଷ୍ଟାଇଲ ଏବଂ ଫିଟନେସ ପାଇଁ ସାରା ଦୁନିଆରେ ପରିଚିତ । କୋହଲିଙ୍କ ପାଖରେ ମଧ୍ୟ 120 କୋଟିର ନିଜସ୍ବ ବିଳାସପୂର୍ଣ୍ଣ ବିମାନ ରହିଛି ।

ହାର୍ଦ୍ଦିକ ପାଣ୍ଡ୍ୟା-

ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହେଉଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । 2024 ଟି-20 ବିଶ୍ବକପ ବିଜୟରେ ତାଙ୍କର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା । ତେବେ ହାର୍ଦ୍ଦିକ ପାଖରେ ମଧ୍ୟ 40 କୋଟିର ପ୍ରାଇଭେଟ ଜେଟ ରହିଛି ।

Last Updated : Sep 5, 2024, 7:14 PM IST

ABOUT THE AUTHOR

...view details