ହାଇଦ୍ରାବାଦ:ମେଲବର୍ଣ୍ଣ ଟେଷ୍ଟରେ ଅଷ୍ଟ୍ରେଲିଆର ଧୂଆଁଧାର ବ୍ୟାଟିଂ । ଭାରତ ଆଗରେ ବିଶାଳ ରନ ଛିଡା କଲା କଙ୍ଗାରୁ ଦଳ । 474 ରନରେ ଘରୋଇ ଦଳର ପ୍ରଥମ ଇନିଂସ ଶେଷ । ଭାରତ ବିପକ୍ଷରେ ଷ୍ଟିଭ୍ ସ୍ମିଥ୍ଙ୍କ ଦମଦାର ଶତକ । ଟେଷ୍ଟ କ୍ୟାରିୟର୍ରେ 34ତମ ଶତକ ହାସଲ କଲେ ସ୍ମିଥ । ବୁମରା 4 ଓ୍ବିକେଟ ନେଇଥିବା ବେଳେ ଆକାଶ ଦୀପ 2 ଓ ଜାଡେଜା 3ଟି ଓ୍ବିକେଟ ନେଇଛନ୍ତି । ଓ୍ବିକେଟ ନେବାରେ ବିଫଳ ହେଲେ ମହମ୍ମଦ ସିରାଜ । 23 ଓଭର ବୋଲିଂ କରି ଦେଲେ 122 ରନ । ଏବେ ଆରମ୍ଭ ହୋଇଯାଇଛି ଭାରତୀୟ ଦଳର ପ୍ରଥମ ଇନିଂସ । 6 ଓଭରରେ 25 ରନ କରି ଗୋଟିଏ ଓ୍ବିକେଟ ହରାଇଛି ଭାରତ ।
ଅଷ୍ଟ୍ରେଲିଆର ପ୍ରଥମ ଇନିଂସ:
5ଟିକିଆ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ ଗତକାଲି ସକାଳ ସମୟରେ ମେଲବର୍ଣ୍ଣ ଗ୍ରାଉଣ୍ଡରେ ଆରମ୍ଭ ହୋଇଥିଲା । ଟସ ଜିତି ପ୍ରଥମେ କଙ୍ଗାରୁ ଦଳ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଆରମ୍ଭରୁ ଦମଦାର ପାଳି ଆରମ୍ଭ କରିଥିଲେ ସାମ କନଷ୍ଟାସ ଓ ଉସମାନ । 3 ଜଣଙ୍କ ଖେଳାଳି ଅର୍ଦ୍ଧଶତକ ହାସଲ କରିଥିବା ବେଳେ ଜଣେ ଶତକ ହାସଲ କରିଥିଲେ । ମେଲବର୍ଣ୍ଣରେ କାମ ଦେଇନଥିଲା ଭାରତୀୟ ବୋଲରଙ୍କ ଯାଦୁ । ଭାରତୀୟ ବୋଲରଙ୍କ ଗୋଟିଏ ଗୋଟିଏ ବଲକୁ ଲମ୍ବା ଲମ୍ବା ସଟ ମାରିଥିଲେ କଙ୍ଗାରୁ ବ୍ୟାଟର । ସାମ କନଷ୍ଟାସ 60, ଉସମାନ 57, ମରୁନସ 72, ସ୍ମିଥ 140 (ଶତକ), ଆଲେକ୍ସ 31, କମିନ୍ସ 49 କରିଥିଲେ ।