ଓଡିଶା

odisha

ETV Bharat / sports

ସିରିଜ ପରାଜୟ ପରେ ଖସିଲା ଟିମ୍ ଇଣ୍ଡିଆର WTC ପଏଣ୍ଟ, ଉଠିଲା ପାକିସ୍ତାନ

ପୁଣେରେ ଦ୍ବିତୀୟ ଟେଷ୍ଟ ମ୍ୟାଚ ପରାଜୟ ପରେ ମଧ୍ୟ ଭାରତ ବଜାୟ ରଖିଛି TC ପଏଣ୍ଟ ଟେବୁଲର ଟପ୍ ସ୍ପଟ୍ ।

New Zealand cricket team celebrate their Test series win against India
New Zealand cricket team celebrate their Test series win against India ((AP))

By ETV Bharat Odisha Team

Published : 4 hours ago

ହାଇଦ୍ରାବାଦ:ଭାରତୀୟ କ୍ରିକେଟ ଦଳ ନିଜ ଘରୋଇ ମାଟିରେ ଲଗାତାର ଦୁଇଟି ଟେଷ୍ଟ ମ୍ୟାଚ ଅତିଥି ଦଳ ନ୍ୟୁଜିଲାଣ୍ଡଠୁ ପରାସ୍ତ ହୋଇଛି । ୧୨ ବର୍ଷ ପରେ ନିଜ ଦେଶରେ ଟେଷ୍ଟ ସିରିଜ ହାରିଛି ଟିମ୍ ଇଣ୍ଡିଆ । ୩ଟିକିଆ ଟେଷ୍ଟ ସିରିଜରେ ନ୍ୟୁଜିଲାଣ୍ଡ ୨-୦ରେ ଆଗରେ ରହିଛି ।

ପ୍ରଥମ ମ୍ୟାଚକୁ ୮ ଓ୍ବିକେଟରେ ଜିତିବା ପରେ ଦ୍ବିତୀୟ ମ୍ୟାଚରେ ମଧ୍ୟ କାୟା ବିସ୍ତାର କରି ଖେଳିଥିଲା ଟିମ୍ ନ୍ୟୁଜିଲାଣ୍ଡ । ଟସ୍ ଜିତିବା ପରେ ଦଳ ସମ୍ମାନଜନକ ସ୍କୋର କରିଥିଲା ଏବଂ ଘରୋଇ ଦଳକୁ ମଧ୍ୟ ପ୍ରଥମ ଇନିଂସରେ ପାଣି ପିଆଇଥିଲା । ୧୦୩ ରନର ଲିଡ ନେବା ପରେ ଦ୍ବିତୀୟ ଇନିଂସରେ ମଧ୍ୟ ୨୫୦ରୁ ଅଧିକ ସ୍କୋର କରି ଭାରତକୁ ୩୫୦ରୁ ଅଧିକ ଟାର୍ଗେଟ ଦେଇଥିଲା । ଭାରତୀୟ ଦଳ ଲକ୍ଷ୍ୟକୁ ପଶ୍ଚାତଧାବନ କରି ବିଫଳ ହୋଇଥିଲା । ୧୧୩ ରନରେ ପରାଜିତ ହୋଇ ସିରିଜରେ ୦-୨ରେ ପଛରେ ରହିଲା ରୋହିତ ବାହିନୀ । ଚଳିତ World Test Championship (WTC) ସାଇକେଲରେ ଏହା ଭାରତର ୪ର୍ଥ ପରାଜୟ ।

ଏହା ବି ପଢନ୍ତୁ- 12 ବର୍ଷ ପରେ ନିଜ ମାଟିରେ ଟେଷ୍ଟ ସିରିଜ ହାରିଲା ଟିମ୍ ଇଣ୍ଡିଆ, 69 ବର୍ଷ ପରେ ଏହି ରେକର୍ଡ କଲା ନ୍ୟୁଜିଲାଣ୍ଡ

ଏହା ବି ପଢନ୍ତୁ- ଚିନ୍ନାସ୍ବାମୀରେ ଇତିହାସ ରଚିଲା କିୱି, 36 ବର୍ଷ ପରେ ଭାରତ ମାଟିରେ ଟିମ୍‌ ଇଣ୍ଡିଆକୁ ହରାଇଲା

ତେବେ ଘରୋଇ ମାଟିରେ ସିରିଜ ପରାଜୟ ସତ୍ତ୍ବେ ଟିମ୍ ଇଣ୍ଡିଆ WTC ପଏଣ୍ଟ ଟେବୁଲ ଟପରେ ରହିଛି । ୬୨.୮୨ ପଏଣ୍ଟରେ ଭାରତ ଶୀର୍ଷରେ ଥିବା ବେଳେ WTC ଫାଇନାଲ ଖେଳିବାକୁ ହେଲେ ଭାରତକୁ ଆଉ ୬ଟି ଟେଷ୍ଟ ମ୍ୟାଚରୁ ୪ଟି ବିଜୟ ଆବଶ୍ୟକ । ଆସନ୍ତାବର୍ଷ ଇଂଲଣ୍ଡର ଲର୍ଡ୍ସ ଗ୍ରାଉଣ୍ଡରେ ଖେଳାଯିବ WTC ଫାଇନାଲ । ଭାରତ ପାଇଁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜର ଅନ୍ତିମ ମ୍ୟାଚ ଜିତିବା ସହିତ ଅଷ୍ଟ୍ରେଲିଆରେ ହେବାକୁ ଥିବା ବର୍ଡର ଗାଭାସ୍କର ଟ୍ରଫିରେ ମଧ୍ୟ ବିଜୟ ଆବଶ୍ୟକ । ଅଥବା ଭାରତକୁ ଅନ୍ୟ ଦେଶର ଫଳାଫଳ ଉପରେ ନିର୍ଭର କରିବାକୁ ପଡିବ ।

୪ଟା ସ୍ଥାନ ଉଠିଲା ନ୍ୟୁଜିଲାଣ୍ଡ, ଗୋଟିଏ ସ୍ଥାନ ଉଠିଲା ପାକିସ୍ତାନ

ପାକିସ୍ତାନ ଘରୋଇ ମାଟିରେ ଇଂଲଣ୍ଡକୁ ଟେଷ୍ଟ ସିରିଜରେ ପରାସ୍ତ କରିବା ପରେ ୭ମ ସ୍ଥାନକୁ ଉଠିଛି । ଭାରତ ବିରୋଧରେ ଆଗୁଆ ସିରିଜ ୨-୦ରେ ଜିତିବା ପରେ ନ୍ୟୁଜାଲାଣ୍ଡ ୪ର୍ଥ ସ୍ଥାନକୁ ଉଠିଛି । ୫୦ ପଏଣ୍ଟ ରହିଛି ନ୍ୟୁଜିଲାଣ୍ଡ ଟିମର WTC ପଏଣ୍ଟ । ପ୍ରଥମରେ ଭାରତ, ଦ୍ବିତୀୟରେ ଅଷ୍ଟ୍ରେଲିଆ, ତୃତୀୟରେ ରହିଛନ୍ତି ଶ୍ରୀଲଙ୍କା ।

ABOUT THE AUTHOR

...view details