ହାଇଦ୍ରାବାଦ:ଆଇପିଏଲ୍ ଡିଫେଣ୍ଡିଂ ଚାମ୍ପିଆନ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)କୁ ବାଏ ବାଏ କହିଲେ ଟିମ୍ ଇଣ୍ଡିଆର ନୂଆ କୋଚ ଗୌତମ ଗମ୍ଭୀର । ସୋସିଆଲ ମିଡିଆ ‘ଏକ୍ସ’ରେ ଏକ ଆବେଗପୂର୍ଣ୍ଣ ଭିଡିଓ ସେୟାର କରି କେକେଆର ଫ୍ୟାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଗମ୍ଭୀର । ନୂଆ କୋଚ ଭାବେ ଟିମ୍ ଇଣ୍ଡିଆରେ କାର୍ଯ୍ୟଭାର ଗ୍ରହଣ କରିବା ପୂର୍ବରୁ କେକେଆର ସହିତ ସମ୍ପର୍କ ଛିନ୍ନ କଲେ ଷ୍ଟାର ଇଣ୍ଡିଆର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ତେବେ ଗତ ଆଇପିଏଲରେ କେକେଆର ଗମ୍ଭୀରଙ୍କ ମେଣ୍ଟରିଂରେ ଚାମ୍ପିଆନ ହୋଇଥିଲା ।
ଟି -20 ବିଶ୍ବକପରେ ଭାରତ ବିଶ୍ବଚମ୍ପିଆନ ହୋଇଛି । କୋଚ ରାହୁଲ ଦ୍ରାବିଡ ଏବଂ କ୍ୟାପଟେନ ରୋହିତଙ୍କ କମ୍ବୋ ଭାରତୀୟ କ୍ରିକେଟ ଫ୍ୟାନ୍ସଙ୍କୁ ବିଶ୍ବକପ ଭୋଟି ଦେଇଛନ୍ତି । ଏହା ପରେ କୋଚ ଦ୍ରାବିଡଙ୍କ କୋଚିଂ କାର୍ଯ୍ୟକାଳ ଶେଷ ହୋଇଛି ଏବଂ ଗମ୍ଭୀର ଟିମ୍ ଇଣ୍ଡିଆର ନୂଆ କୋଚ ଭାବେ ନିଯୁକ୍ତି ପାଇଥିବା ବେଳେ ଆସନ୍ତା ଶ୍ରୀଲଙ୍କା ଦିନିକିଆ ସିରିଜରୁ କାର୍ଯ୍ୟ ଆରମ୍ଭ କରିବେ ।
ଗୌତମ ଗମ୍ଭୀରରେ ଗତ 2011ରେ କେକେଆରରେ ଯୋଗ ଦେଇଥିଲେ । ଏହି ସମୟରେ ଗମ୍ଭୀରଙ୍କ ଅଧିନାୟକତ୍ବରେ କେକେଆର ଦୁଇ ଦୁଇ ଥର ଚାମ୍ପିଆନ ହୋଇଥିଲା । ତେବେ ଗମ୍ଭୀର ଭିଡଓ ପୋଷ୍ଟ କରି କେକେଆର ସହିତ ଥିବା ସମ୍ପର୍କକୁ ମନେ ପକାଇବା ସହିତ ଏହି ସମ୍ପର୍କ ତାଙ୍କର ସବୁଦିନ ପାଇଁ ମନେ ରହିବ ବୋଲି କହିଛନ୍ତି । ସେ କହିଛନ୍ତି, "ସମସ୍ତ କୋଲକାତା ଫ୍ୟାନ୍ସଙ୍କୁ ମୁଁ ହୃଦୟରୁ ଧନ୍ୟବାଦ ଜଣାଉଛି । ତମ ମାନଙ୍କ ସହିତ ମୁଁ ଯେଉଁ ଲିଗାସୀ (ପଦାଙ୍କ) ତିଆରି କରିଛି, ଏବେ ତାଠୁ ପାଦେ ଆଗକୁ ଯାଇ ନୂଆ ଲିଗାସୀ ତିଆରି କରିବାର ସମୟ ଆସିଛି ।"