ଓଡିଶା

odisha

ବ୍ୟାଟିଂରେ ଫ୍ଲପ ହେବା ସତ୍ତ୍ବେ ସଚିନଙ୍କ ରେକର୍ଡ ଭାଙ୍ଗିଲେ ରୋହିତ; ବିଶ୍ବ କ୍ରିକେଟରେ ହାସଲ କଲେ ଐତିହାସିକ ସଫଳତା - Rohit Sharma Record

By ETV Bharat Sports Team

Published : 4 hours ago

Rohit Sharma Record: ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟ ଚାଲିନଥିଲା ସତ, ଏହା ସତ୍ତ୍ବେ ରୋହିତଙ୍କ ନାମରେ ଏକ ବଡ ରେକର୍ଡ ପଞ୍ଜିକୃତ ହୋଇଛି । ଅଧିକ ପଢ଼ନ୍ତୁ

Rohit Sharma and Sachin Tendulkar
Rohit Sharma and Sachin Tendulkar (IANS Photos)

ଚେନ୍ନାଇ : ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ କ୍ରିକେଟ୍ ଦଳ 280 ରନ୍‌ର ବିଶାଳ ବ୍ୟବଧାନରେ ଜିତିଛି । ଭାରତର ବିଜୟରେ ଅଶ୍ବିନ, ଜାଡେଜା, ଶୁବମନ ଗିଲ ଏବଂ ଋଷଭ ପନ୍ତ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଅନ୍ୟପଟେ ଅଧିନାୟକ ରୋହିତ ଶର୍ମା ଯଦିଓ ପ୍ରଥମ ମ୍ୟାଚ୍‌ର କୌଣସି ବି ପାଳିରେ ବ୍ୟାଟିଂରେ ଚମତ୍କାର କରିପାରିନଥିଲେ, କିନ୍ତୁ ଏହାସତ୍ତ୍ବେ ମ୍ୟାଚ୍‌ ଜିତିବା ପରେ ରୋହିତଙ୍କ ନାମରେ ଏକ ବଡ଼ ରେକର୍ଡ ପଞ୍ଜିକୃତ ହୋଇଛି । ଯେଉଁ ରେକର୍ଡ ସହ ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଛନ୍ତି ରୋହିତ ।

ସଚିନଙ୍କୁ ପଛରେ ପକାଇଲେ ରୋହିତ :-

ଜଣେ ଖେଳାଳି ଭାବରେ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ମ୍ୟାଚ୍‌ ଜିତିଥିବା ବିଶ୍ବର ଚତୁର୍ଥ ଖେଳାଳି ହୋଇପାରିଛନ୍ତି ରୋହିତ । ଏହି ପ୍ରସଙ୍ଗରେ ରୋହିତ ମହାନ ଭାରତୀୟ କ୍ରିକେଟର ସଚିନ୍ ତେନ୍ଦୁଲକରଙ୍କୁ ମଧ୍ୟ ପଛରେ ଛାଡିଛନ୍ତି । ଏହି ତାଲିକା ଉପରେ ନଜର ପକାଇଲେ ଅଷ୍ଟ୍ରେଲୀୟ କିମ୍ବଦନ୍ତୀ ରିକି ପଣ୍ଟିଂ ହେଉଛନ୍ତି ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ମ୍ୟାଚ୍ ଜିତିଥିବା ଖେଳାଳି । 377ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଜିତିଥିବା ଦଳର ସଦସ୍ୟ ଥିଲେ ପଣ୍ଟିଂ । ତାଙ୍କ ବ୍ୟତୀତ, ଶ୍ରୀଲଙ୍କାର କିମ୍ବଦନ୍ତୀ ମାହେଲା ଜୟୱର୍ଦ୍ଧନେ 336 ଅନ୍ତର୍ଜାତୀୟ ମ୍ୟାଚ୍‌ ବିଜୟର ସ୍ୱାଦ ଚାଖିଛନ୍ତି । କୋହଲି 322 ଏବଂ ରୋହିତ 308 ଅନ୍ତର୍ଜାତୀୟ ମ୍ୟାଚ୍‌ ଜିତିଥିବା ଦଳର ସଦସ୍ୟ ଭାବେ ଏହି ତାଲିକାରେ 3ୟ ଓ 4ର୍ଥ ସ୍ଥାନରେ ରହିଛନ୍ତି । ଏହାବ୍ୟତୀତ ସଚିନ୍ ତେନ୍ଦୁଲକର ତାଙ୍କ କ୍ୟାରିୟରରେ ଜଣେ ଖେଳାଳି ଭାବରେ 307ଟି ଅନ୍ତର୍ଜାତୀୟ ମ୍ୟାଚ୍ ଜିତିଥିଲେ ।

ସର୍ବାଧିକ ଅନ୍ତର୍ଜାତୀୟ ମ୍ୟାଚ୍‌ ବିଜୟୀ ଦଳର ସଦସ୍ୟ :-

377 : ରିକି ପଣ୍ଟିଂ

336 : ମାହେଲା ଜୟୱର୍ଦ୍ଧନେ

322 : ବିରାଟ କୋହଲି*

308 : ରୋହିତ ଶର୍ମା*

307: ସଚିନ ତେନ୍ଦୁଲକର

ବାଂଲାଦେଶ ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ଭାରତର ଦମଦାର ବିଜୟ :-

ଭାରତ ଓ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ଏକ ଚମତ୍କାର ବିଜୟ ହାସଲ କରିଛି । ମ୍ୟାଚର ଚତୁର୍ଥ ଦିନରେ ହିଁ ଭାରତୀୟ ଦଳ ବାଂଲାଦେଶକୁ 280 ରନରେ ଅଲ୍‌ ଆଉଟ୍‌ କରି ସିରିଜ୍‌ରେ 1-0 ଲିଡ୍‌ ହାସଲ କରିଛି । ମ୍ୟାଚ୍‌ର ପ୍ରଥମ ଇନିଂସରେ ଭାରତ ରବିନ୍ଦ୍ର ଜାଡେଜା (86) ଓ ରବିଚନ୍ଦ୍ରନ ଅଶ୍ବିନ (113)ଙ୍କ ଚମତ୍କାର ଇନିଂସ୍‌ ବଳରେ 376 ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ବାଂଲାଦେଶ ଦଳ କେବଳ 149 ରନ୍‌ରେ ସମସ୍ତ ୱିକେଟ ହରାଇଥିଲା । ଏହାପରେ ପ୍ରଥମ ଇନିଂସ୍‌ରେ 227 ରନ ଲିଡ୍‌ ନେଇ ଦ୍ବିତୀୟ ପାଳି ବ୍ୟାଟିଂ କରିଥିଲା ଭାରତ । ଏହି ଇନିଂସରେ ଯୁବ ତାରକା ଋଷଭ ପନ୍ତ ଓ ଶୁବମନ ଗିଲ୍‌ ଉଭୟଙ୍କ ଶତକୀୟ ପାଳି ବଳରେ ବାଂଲାଦେଶକୁ ଭାରତ 515 ରନର ବିଜୟଲକ୍ଷ୍ୟ ଦେଇଥିଲା ଭାରତ । ହେଲେ ଅଶ୍ବିନ ଓ ଜାଡେଜାଙ୍କ ସ୍ପିନ ଆଟାକ୍‌ର ଜବାବ ଦେଇନପାରି କେବଳ 234 ରନ୍‌ରେ ହିଁ ଅଲ୍‌ ଆଉଟ୍‌ ହୋଇଛି ବାଂଲାଦେଶ ।

ଏହା ମଧ୍ୟ ପଢ଼ନ୍ତୁ :-

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details