ରାଉରକେଲା:ଚାଲିଛି ଏଫ୍ଆଇଏଚ୍ ପ୍ରୋ ଲିଗ୍ ।ଆଜି (ସୋମବାର)ଠାରୁ ପୁରୁଷ ଭାରତୀୟ ହକି ଦଳର ଦ୍ବିତୀୟ ପର୍ଯ୍ୟାୟ ମ୍ୟାଚ୍ ଆରମ୍ଭ ହେବାକୁ ଯାଉଛି । ଆଜି ଭାରତ ସ୍ପେନ ବିପକ୍ଷରେ ମ୍ୟାଚ୍ ଖେଳିବ । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ମୁହାଁମୁହିଁ ହେବେ ଉଭୟ ଟିମ୍ । ଅନ୍ୟପଟେ ମ୍ୟାଚ୍ ପୂର୍ବରୁ ଗତକାଲି ପୁରୁଷ ଭାରତୀୟ ହକି ଟିମର କ୍ୟାପଟେନ୍ ଓ କୋଚ୍ ପ୍ରେସ୍ମିଟ୍ କରିଥିଲେ । ଏଥିରେ ବିଜୟ ଧାରା ଜାରି ରଖିବାକୁ ଚେଷ୍ଟା କରାଯିବ ବୋଲି କହିଛନ୍ତି କ୍ୟାପଟେନ ହରମନପ୍ରୀତ ସିଂହ ଏବଂ କୋଚ୍ କ୍ରାଗ ଫୁଲଟନ୍ ।
ରାଉରକେଲାରେ ପୁରୁଷ ହକି ପ୍ରୋ ଲିଗ୍ ଦେଖିବାକୁ ଉତ୍ସାହିତ ଦର୍ଶକ । ତେବେ ମ୍ୟାଚ୍ ପୂର୍ବରୁ ଭାରତୀୟ ହକି ଦଳ ରବିବାର ପ୍ରେସ୍ କନଫରେନ୍ସ କରିଛି । ଏଥିରେ ଭାରତୀୟ ଦଳର କ୍ୟାପଟେନ ହରମନପ୍ରୀତ ସିଂହ କହିଛନ୍ତି, "ଆଗାମୀ ଦିନରେ ଅଲିମ୍ପିକ୍ସ ଗେମ୍ସ ଥିବାରୁ ଏହି ହକି ପ୍ରୋ ଲିଗରେ ଦଳକୁ ସଜାଡ଼ିବାକୁ ପଡିବ ଏବଂ ଖେଳରେ ଦେଖାଯାଉଥିବା ତ୍ରୁଟିକୁ ସଜାଡିବା ପାଇଁ ନୂଆ ଷ୍ଟ୍ରାଟେଜି ଆପଣାଇବାକୁ ହେବ । ବିପକ୍ଷରେ ଥିବା ଟିମକୁ କିଭଳି କାଉଣ୍ଟର କରିହେବ, ସେନେଇ ଏହି ପ୍ରୋ ଲିଗ୍ ମ୍ୟାଚ୍ ସାହାଯ୍ୟ କରିବ ।"
ଏହାମଧ୍ୟ ପଢନ୍ତୁ..ରାଉରକେଲାରେ ବଢୁଛି ହକିର କ୍ରେଜ, ହକି ପ୍ରେମୀଙ୍କ ମଧ୍ୟ ପ୍ରବଳ ଉତ୍ସାହ