ଓଡିଶା

odisha

ଧୋନୀଙ୍କ ପ୍ରଶଂସକଙ୍କୁ କ୍ଷମା ମାଗିଲେ ଡିକେ; ଜାଣନ୍ତୁ କାରଣ - Dinesh Karthik On Ms Dhoni

By ETV Bharat Sports Team

Published : Aug 23, 2024, 7:47 PM IST

Updated : Aug 23, 2024, 7:55 PM IST

Dinesh Karthik On MS Dhoni : ନିଜ ସର୍ବକାଳୀନ ଶ୍ରେଷ୍ଠ ଭାରତୀୟ ଦଳ ବାଛିବା ପରେ ଧୋନୀଙ୍କ ପ୍ରଶଂସକଙ୍କୁ କ୍ଷମା ମାଗିଲେ ଦୀନେଶ କାର୍ତ୍ତିକ । ଜାଣନ୍ତୁ କାରଣ,

Dinesh Karthik and MS Dhoni
Dinesh Karthik and MS Dhoni (ETV Bharat)

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ପୂର୍ବତନ ୱିକେଟ କିପର ତଥା ବ୍ୟାଟର ଦୀନେଶ କାର୍ତ୍ତିକ ମାଗିଲେ କ୍ଷମା । ଅଜାଣତରେ ଭୁଲ ହୋଇଯାଇଥିବା କହି ସାର୍ବଜନୀନ ଭାବେ କ୍ଷମା ପ୍ରାର୍ଥନା କରିଛନ୍ତି ଡିକେ । ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ସହ ଜଡ଼ିତ ଏକ ମାମଲାରେ ସେ ଏମଏସଡିଙ୍କ ପ୍ରଶଂସକଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି । କିଛିଦିନ ତଳେ ସମସ୍ତ ଫର୍ମାଟରେ ନିଜର ସର୍ବକାଳୀନ ଭାରତୀୟ ଦଳ ଚୟନ କରିଥିଲେ ଦୀନେଶ । ହେଲେ ସେ ଏମ୍‌ଏସ୍‌ ଧୋନୀଙ୍କୁ ଏଥିରେ ସ୍ଥାନ ଦେଇନଥିଲେ । ଯାହାପରେ ଦୀନେଶ କାର୍ତ୍ତିକଙ୍କୁ ସୋସିଆଲ ମିଡିଆରେ ତୀବ୍ର ସମାଲୋଚନା କରିଥିଲେ ଧୋନୀଙ୍କ ପ୍ରଶଂସକ । ଶେଷରେ କ୍ଷମା ପ୍ରାର୍ଥନା କରିଛନ୍ତି ଦୀନେଶ ।

ପ୍ରଶଂସକଙ୍କୁ କ୍ଷମା ମାଗିଲେ ଡିକେ :-

ଉଲ୍ଲେଖ ଯୋଗ୍ୟ, 39 ବର୍ଷୀୟ କାର୍ତ୍ତିକ କ୍ରିକବଜ୍ ସହିତ ନିକଟରେ ହୋଇଥିବା ଏକ ଶୋ’ରେ ପ୍ରଶଂସକଙ୍କ ସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ନିଜ ପସନ୍ଦର ଅଲ୍‌ ଟାଇମ୍‌ ଇଣ୍ଡିଆନ ଟିମ ବାଛିଥିଲେ । ହେଲେ ଏଥିରେ ଭାରତୀୟ ଦଳର କିମ୍ବଦନ୍ତୀ କ୍ରିକେଟର ଏମ୍‌ଏସ୍‌ ଧୋନୀଙ୍କୁ ସ୍ଥାନ ଦେଇନଥିଲେ । ଦୀନେଶ କାର୍ତ୍ତିକ କହିଥିଲେ ଯେ ଏହା ତାଙ୍କର ଏକ ବଡ ଭୁଲ ଏବଂ ସେ ଦଳ ବାଛିବା ସମୟରେ ୱିକେଟ୍ କିପର ବାଛିବାକୁ ଭୁଲି ଯାଇଥିଲେ । ସେ ଆହୁରି ମଧ୍ୟ ସୂଚାଇ ଦେଇଛନ୍ତି ଯେ ଅନେକ ଲୋକ ଅନୁମାନ କରୁଛନ୍ତି ଯେ ସେ ରାହୁଲ ଦ୍ରାବିଡଙ୍କୁ ତାଙ୍କ ୱିକେଟ୍ କିପର ଭାବରେ ଦଳରେ ବାଛିଛନ୍ତି । ହେଲେ ସେ ନିଜେ ଜଣେ ୱିକେଟ୍ କିପର ହୋଇ ମଧ୍ୟ ତାଙ୍କ ସର୍ବକାଳୀନ ଦଳରେ ପାର୍ଟ ଟାଇମ୍ ୱିକେଟ କିପର କିପରି ବାଛି ପାରିବେ ବୋଲି ସେ କହିଛନ୍ତି ।

ଏମିତି କହିଲେ କାର୍ତ୍ତିକ :-

କାର୍ତ୍ତିକ କହିଛନ୍ତି, ଭାଇମାନେ, ଏକ ବଡ ଭୁଲ ହୋଇଯାଇଛି । ଯେତେବେଳେ ଏହି କାର୍ଯ୍ୟକ୍ରମ ସାମ୍ନାକୁ ଆସିଲା ପରେ ମୁଁ ଅନୁଭବ କଲି । ଯେତେବେଳେ ମୁଁ ମୋ ପସନ୍ଦର ଭାରତୀୟ ଦଳ ବାଛିଲି, ମୁଁ ୱିକେଟ୍ କିପର ବିଷୟରେ ଭୁଲିଗଲି । ସୌଭାଗ୍ୟବଶତଃ ରାହୁଲ ଦ୍ରାବିଡ ମଧ୍ୟ ଦଳରେ ଥିଲେ ଏବଂ ସମସ୍ତେ ଭାବିଲେ ଯେ ମୁଁ ପାର୍ଟ ଟାଇମ ୱିକେଟ କିପରଙ୍କ ସହ ଯାଉଛି । କିନ୍ତୁ ବାସ୍ତବରେ ମୁଁ ରାହୁଲ ଦ୍ରାବିଡଙ୍କୁ ୱିକେଟ୍ କିପର ଭାବରେ ଦଳରେ ବାଛି ନଥିଲି । କଣ ଆପଣ ବିଶ୍ବାସ କରିପାରୁଛନ୍ତି ଯେ ନିଜେ ଜଣେ ୱିକେଟ୍ କିପର ହୋଇ ମୁଁ ମୋ ଦଳରେ ୱିକେଟ୍ କିପର ରଖିବାକୁ ଭୁଲିଗଲି ? ଏହା ଏକ ବଡ ଭୁଲ । ମୁଁ ଭଲ ଭାବରେ ଜାଣେ ଯେ ଥାଲା ଧୋନୀ କେବଳ ଭାରତରେ ନୁହେଁ, ଯେକୌଣସି ଫର୍ମାଟରେ ଏକ ଲକ୍ । ମୁଁ ଭାବୁଛି ସେ ସବୁ ସମୟର ଶ୍ରେଷ୍ଠ କ୍ରିକେଟରମାନଙ୍କ ମଧ୍ୟରୁ ଜଣେ । ଯଦି ମୋତେ ପୁନର୍ବାର ସେହି ଦଳରେ ପରିବର୍ତ୍ତନ କରିବାକୁ ସୁଯୋଗ ମିଳେ, ତେବେ ମୁଁ ଗୋଟିଏ ପରିବର୍ତ୍ତନ କରିବି, ଥାଲା ଧୋନିଙ୍କୁ 7 ନମ୍ବରରେ ରଖିବି ଏବଂ ସେ ମୋ ଭାରତୀୟ ଦଳର ଅଧିନାୟକ ହେବେ ।"

ଏମିତି ଥିଲା ଡିକେଙ୍କସର୍ବକାଳୀନ ଶ୍ରେଷ୍ଠ ଭାରତୀୟ ଦଳ :-

ବୀରେନ୍ଦ୍ର ସେହୱାଗ, ରୋହିତ ଶର୍ମା, ରାହୁଲ ଦ୍ରାବିଡ, ସଚିନ ତେନ୍ଦୁଲକର, ବିରାଟ କୋହଲି, ଯୁବରାଜ ସିଂହ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ବିନ, ଅନୀଲ କୁମ୍ବଲେ, ଯଶପ୍ରୀତ ବୁମ୍‌ରା, ଜାହିର ଖାନ
ଦ୍ବାଦଶ ଖେଳାଳି : ହରଭଜନ ସିଂହ

ଏହା ମଧ୍ୟ ପଢ଼ନ୍ତୁ...ସର୍ବକାଳୀନ ଶ୍ରେଷ୍ଠ ଭାରତୀୟ ଦଳ ବାଛିଲେ ଦୀନେଶ କାର୍ତ୍ତିକ; ଧୋନୀଙ୍କୁ ଦେଲେନି ସ୍ଥାନ - Dinesh Karthik all time Playing 11

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 23, 2024, 7:55 PM IST

ABOUT THE AUTHOR

...view details